ବ୍ୟାଙ୍କ ୟୁନିୟନ ଧର୍ମଘଟ; ଜାନୁଆରୀ ୩୧ ଓ ଫେବୃଆରୀ ୧ରେ ବ୍ୟାଙ୍କ ବନ୍ଦ

ନୂଆଦିଲ୍ଲୀ: ଜାନୁଆରୀ ୩୧ ଏବଂ ଫେବୃଆରୀ ୧ ରେ ବନ୍ଦ ରହିବ ଦେଶର ସମସ୍ତ ବ୍ୟାଙ୍କ। ବ୍ୟାଙ୍କ କର୍ମଚାରୀ ମାନଙ୍କ ଦରମା ବୃଦ୍ଧି ଦାବିରେ ଏହି ଦୁଇ ଦିନ ଧର୍ମଘଟ କରିବ ବ୍ୟାଙ୍କ କର୍ମଚାରୀ ୟୁନିୟନ । ବ୍ୟାଙ୍କ କର୍ମଚାରୀ ୟୁନିୟନ ଧର୍ମଘଟରେ ବସିବା ଫଳରେ ଜାନୁଆରୀ ୩୧ ଏବଂ ଫେବୃଆରୀ ୧ରେ ବ୍ୟାଙ୍କ କାର୍ଯ୍ୟ ବାଧାପ୍ରାପ୍ତ ହେବ।

ସୂଚନାଯୋଗ୍ୟ ଆସନ୍ତା ଜାନୁଆରୀ ୩୧ ରେ ସଂସଦରେ ଆରମ୍ଭ ହେବ ବଜେଟ ଅଧିବେଶନ ଏବଂ ଫେବୃଆରୀ ୧ରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିବେ। ସଂସଦର ବଜେଟ ଅଧିବେଶନ ସମୟରେ ହିଁ ନିଜର ଦାବି ପୂରଣ କରିବା ପାଇଁ ବ୍ୟାଙ୍କ ୟୁନିୟନଧର୍ମଘଟର ଆଶ୍ରୟ ନେବ ବୋଲି ଘୋଷଣା କରିଛି। ଯଦି ସେମାନଙ୍କ ଦାବି ମାର୍ଚ୍ଚ ମାସ ସୁଦ୍ଧା ପୂରଣ କରାଯିବନି ତେବେ ଏପ୍ରିଲ ୧ ତାରିଖରୁ ବ୍ୟାଙ୍କ କର୍ମଚାରୀମାନେ ଅନିଶ୍ଚିତ କାଳ ପାଇଁ ଧର୍ମଘଟ କରିବେ ବୋଲି ଘୋଷଣା କରିଛନ୍ତି।

Comments are closed.