ବନ୍ଧୁତ୍ୱର ଜ୍ୱଳନ୍ତ ଉଦାହରଣ କୃଷ୍ଣ ଓ ସୁଦାମା

0

ପିଲାଦିନେ ବୃନ୍ଦାବନରେ ଗୁରୁକୂଳରେ ଶିକ୍ଷା ଗ୍ରହଣ କରିବା  କୃଷ୍ଣ ଓ ସୁଦାମା ବେଶ୍‌ ଭଲ ବନ୍ଧୁ ଥିଲେ।  ମଥୁରା ଆସିବା ପରେ କୃଷ୍ଣ ଯେପରି ସୁଦାମାଙ୍କୁ ପାଶୋରି ଯାଇଥିଲେ । ହେଲେ ଯେଉଁ ଦିନ କୃଷ୍ଣ ଓ ସୁଦାମାଙ୍କର ପୁଣି ଭେଟ ହେଲା ତାହା କାଳ କାଳ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଉଦାହରଣ ହୋଇ ରହିଛି ।

କୃଷ୍ଣ ଓ ସୁଦାମାଙ୍କ ବନ୍ଧୁତ୍ୱ ସମସ୍ତଙ୍କ ନିମନ୍ତେ ଉଦାହରଣ ଅଟେ। ଉଭୟ ଘନିଷ୍ଠ ବନ୍ଧୁ ଅଟନ୍ତି। ଶ୍ରୀକୃଷ୍ଣ ଗୁରୁ ସନ୍ଦିପନୀଙ୍କ ଆଶ୍ରମରେ ଶିଷ୍ୟତ୍ୱ ଗ୍ରହଣ କରୁଥିବା ସମୟରେ ସୁଦାମାଙ୍କ ସହ ବନ୍ଧୁତ୍ୱ ସ୍ଥାପନ କରିଥିଲେ। ଆଶ୍ରମରେ ଥିବା ବ୍ରାହ୍ମଣ ବାଳକର ସରଳତା ଦେଖି ଶ୍ରୀକୃଷ୍ଣ ତାଙ୍କ ସହ ବନ୍ଧୁତ୍ୱ କରିଥିଲେ।  ଶିକ୍ଷା ଶେଷ ହେବା ପରେ ଶ୍ରୀକୃଷ୍ଣ ଦ୍ୱାରିକାର ରାଜା ହୋଇଥିଲେ। ସୁଦାମା ଜାତିରେ ବ୍ରାହ୍ମଣ ଥିବାରୁ ସେ ତାଙ୍କ କୌଳିକ କାର୍ଯ୍ୟ କରୁଥିଲେ। ମାତ୍ର ସେ ଅତ୍ୟନ୍ତ ଗରିବ ଥିଲେ। ସେ ଗରିବ ଥିବା କାରଣରୁ ଅନେକ ଦିନ ପର୍ଯ୍ୟନ୍ତ ତାଙ୍କ ସ୍ତ୍ରୀ ଓ ପିଲାଛୁଆଙ୍କୁ  ଅନାହାରରେ ରହିବାକୁ ପଡୁଥିଲା।

ଥରେ ସେ ତାଙ୍କ ସ୍ତ୍ରୀ ଓ ପିଲାଛୁଆଙ୍କ କଷ୍ଟ ଦେଖି ନପାରି ଦ୍ୱାରିକାପୁରୀକୁ ଯାଇ ଶ୍ରୀକୃଷ୍ଣଙ୍କୁ କିଛି ସାହାର୍ଯ୍ୟ ମାଗିବାକୁ ସ୍ଥିର କରିଥିଲେ। ସେ ଦ୍ୱାରିକାପୁରୀ ଯାଇଥିଲେ। ଶ୍ରୀକୃଷ୍ଣ ସୁଦାମାଙ୍କ ଆସିବା ଖବର ଶୁଣି ତାଙ୍କ ପାଖକୁ ଧାଇଁ ଯାଇ ତାଙ୍କୁ ପାଛୋଟି ଆଣିଥିଲେ। ଯେତେବେଳେ ଶ୍ରୀକୃଷ୍ଣ ତାଙ୍କ ବନ୍ଧୁ ସୁଦାମାଙ୍କ ଗରିବ ଓ ଦରିଦ୍ର ଅବସ୍ଥା ଦେଖିଥିଲେ ତାଙ୍କୁ ସମସ୍ତ ପ୍ରକାର ସୁଖ ସୁବିଧା ଦେବାକୁ ପଛ ଘୁଞ୍ଚା ଦେଇ ନଥିଲେ। ସୁଦାମାଙ୍କ ଆବଶ୍ୟକ ଥିବାରୁ ସେ ତାଙ୍କୁ ସାହାଯ୍ୟ କରିଥିଲେ। ସେଥିପାଇଁ ତାଙ୍କ ବନ୍ଧୁତ୍ୱ ବିଶ୍ୱ ବିଖ୍ୟାତ ଅଟେ।

ବନ୍ଧୁତ୍ୱ ଶଦ୍ଦ ଅତ୍ୟନ୍ତ ନିଆରା ଅଟେ। କିଛି ଲୋକ ଆମ ପାଇଁ ଭଲ ହୋଇଥାନ୍ତି ଏବଂ କିଛି ଲୋକ ଆମ ପାଇଁ ଖରାପ ହୋଇଥାନ୍ତି କିନ୍ତୁ କିଛି ଲୋକ ଆମ ପାଇଁ ଅତ୍ୟନ୍ତ ଭଲ ହୋଇଥାନ୍ତି। ପ୍ରକୃତ ବନ୍ଧୁ ବିନା ଆଶା ରଖି ଆମକୁ ସାହାଯ୍ୟ ମଧ୍ୟ କରିଥାଏ। ଆମକୁ ଜୀବନର ସଠିକ ମାର୍ଗ ଦେଖାଇଥାଏ। ସଠିକ ସମୟରେ ଆମ ସହ ରହି ଆମକୁ ସାହାଯ୍ୟ କରିଥାଏ। ପ୍ରକୃତ ବନ୍ଧୁ ଆମର ସୁଖ ଓ ଦୁଃଖ ଉଭୟ ସମୟରେ ଆମ ସହ ରହିଥାନ୍ତି। ଆମ ବନ୍ଧୁତା ଗଭୀର ବିଶ୍ୱାସ ଉପରେ ନିର୍ଭର ଅଟେ। ଆମ ଚିନ୍ତାଧାରା ଆମ ବନ୍ଧୁଙ୍କ ସହ ମିଶିଥାଏ। ସେମାନେ ଆମ ପାଇଁ ଅତ୍ୟନ୍ତ ନିଆରା ହୋଇଥାନ୍ତି।

Leave A Reply