ବନ୍ଧୁତାର ଦିନ :  ଅଗଷ୍ଟମାସର ପ୍ରଥମ ରବିବାର

0

ଭଲପାଇବା, ବିଶ୍ୱାସ ଓ ପରସ୍ପର ମଧ୍ୟରେ ବୁଝମଣାର ସମ୍ପର୍କକୁ ବନ୍ଧୁତ୍ୱ କୁହାଯାଏ। ଫ୍ରେଣ୍ଡ୍‍ସିପ୍‍ ଡ଼େ’ ଅର୍ଥାତ୍‍ ବନ୍ଧୁତ୍ୱର ଦିନ। ବନ୍ଧୁତ୍ୱ ଜୀବନର ଏକ ଅଭିନ୍ନ ଅଙ୍ଗ, ବନ୍ଧୁ ବିନା ଜୀବନ ଅଧା ହୋଇଥାଏ। ଭାରତରେ ତ ପ୍ରାଚୀନ ସଭ୍ୟତା ଠାରୁ ହିଁ ବନ୍ଧତ୍ୱର ଅନେକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି।  ଯେପରିକି ରାମ ଓ ସୁଗ୍ରୀବଙ୍କ ବନ୍ଧୁତ୍ୱ, କୃଷ୍ଣ ଓ ସୁଦାମାଙ୍କ ବନ୍ଧୁତ୍ୱ ଏହିପରି ଅନେକ।

ଜୀବନର ପ୍ରତ୍ୟେକ ମୋଡ଼ରେ କିଛି ଖାସ୍‍ ବନ୍ଧୁ ମିଳିଥାଆନ୍ତି। ଯେଉଁମାନେ ହୃଦୟରେ ଏକ ବିଶେଷ ସ୍ଥାନ ଗ୍ରହଣ କରି ଆମ ଜୀବନ ସହ ଯୋଡ଼ି ହୋଇ ଯାଆନ୍ତି। ତେଣୁ ଫ୍ରେଣ୍ଡ୍‍ସିପ୍‍ ଡ଼େ’ରେ ନିଜ ବନ୍ଧୁକୁ ଶୁଭେଚ୍ଛା ଜଣାଇବା ସହ ସେହି ଦିନଟି ଆପଣଙ୍କ ବନ୍ଧୁ ପାଇଁ ଦିଅନ୍ତୁ।

ପ୍ରତ୍ୟେକ ବର୍ଷ ଏହା ଅଗଷ୍ଟ ମାସର ପ୍ରଥମ ରବିବାର ଦିନ ପାଳନ କରାଯାଏ ଯାହା ଚଳିତ ବର୍ଷ ଅଗଷ୍ଟ ୫ ତାରିଖରେ ପଡ଼ୁଛି।

Leave A Reply