ଚିରସ୍ମରଣୀୟ ଏ ‘ବନ୍ଧୁତ୍ୱ’

0

ବନ୍ଧୁକୁ ଭଲଭାବେ ବୁଝିବାକୁ ହେଲେ ପ୍ରଥମେ ସମ୍ପର୍କର ପ୍ରକୃତ ଅର୍ଥ ବୁଝିବା ନିହାତି ଆବଶ୍ୟକ। କାରଣ ଯେକୌଣସି ସମ୍ପର୍କକୁ ଆରମ୍ଭ କରିବା ଯେତିକି ସହଜ ତାହାକୁ ଭାଙ୍ଗିବା ମଧ୍ୟ ଆହୁରି ସହଜ। ମାତ୍ର ସମ୍ପର୍କକୁ ସବୁଦିନ ପାଇଁ ଅତୁଟ ରଖିôବା କଷ୍ଟସାଧ୍ୟ । ଏହାକୁ ଅତୁଟ ରଖିବାକୁ ହେଲେ ପ୍ରଥମେ ସମ୍ପର୍କର ପରିଭାଷା ବୁଝିବା ଆବଶ୍ୟକ। ଏହି ଅମୂଲ୍ୟ ସଂ ସମ୍ପର୍କର ପରିଭାଷାକୁ ବୁଝିଥବା ଦୁଇ ବନ୍ଧୁକୁ ନେଇ ଏହି  କାହାଣୀ ଗତିଶୀଳ…..

ଦୁଇ ଜଣ ବନ୍ଧୁ ଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଥିଲା ଦୃଷ୍ଟିହୀନ । ଉଭୟ ପରସ୍ପର ବନ୍ଧୁତ୍ୱ ଅତି ନିବିଡ ଥିଲା। ଉଭୟ ସର୍ବଦା କଥା ହୁଅନ୍ତି….. ଦୁନିଆ ଜାଣୁ ବା ନ ଜାଣୁ ମାତ୍ର ଆମ ବନ୍ଧୁତ୍ୱ ଯେପରି ଆମ ପାଇଁ ମହାନ ହୋଇରହୁ। ଏପରି କଥା ହେଉଥିବା ବେଳେ ଦୃଷ୍ଟିହୀନ ବନ୍ଧୁଟି କୁହେ ଯେ ମୋର ଯଦି ଦୃଷ୍ଟି ଶକ୍ତି ଥାଆନ୍ତା, ତେବେ ସର୍ବପ୍ରଥମେ ମୁଁ ତମକୁ ଦେଖନ୍ତି। କାରଣ ତମେ ମତେ ଏପରି ସ୍ନେହ ଓ ସାହାଯ୍ୟ କରୁଛ , ମୁଁ ଅନ୍ଧ ବୋଲି ଅନୁଭବ କରିପାରୁ ନାହିଁ। ଯେତେବେଳେ ତମକୁ ଦେଖିବାକୁ  ଇଚ୍ଛା ହେଉଛି, ସେତେବେଳେ ମୁଁ ଚକ୍ଷୁହୀନ ବୋଲି ମତେ କଷ୍ଟ ହେଉଛି।

କାଳକ୍ରମେ ଅନ୍ୟ ବନ୍ଧୁର ଦେହ ଖରାପ ହେବାରୁ ସେ ଡ଼ାକ୍ତରଙ୍କ ପାଖକୁ ଯାଇଥିଲା। ସେଠାରେ ସେ  ଜାଣିବାକୁ ପାଇଲା ଯେ ତାକୁ ରକ୍ତ କର୍କଟ ରୋଗ ହୋଇଛି। ଏହା ଜାଣିବା ପରେ ଏହି କଥା ଦୃଷ୍ଟିହୀନ ବନ୍ଧୁକୁ ଜଣାଇ ନ ଥିଲା। ମାତ୍ର ତାଙ୍କରର ଚାଲିଚଳନ ଓ ଆଚାର ବ୍ୟବହାରରେ ପରିବର୍ତ୍ତନ ଲକ୍ଷ୍ୟ କରି ତମର କ’ଣ ହୋଇଛି ବୋଲି ଦୃଷ୍ଟିହୀନ ବନ୍ଧୁଟି ପ୍ରଶ୍ନ କଲା।

ଉତ୍ତରରେ ଅନ୍ୟ ଜଣେ ବନ୍ଧୁଟି କହିଲା, ମତେ ଅନୁଭବ ହେଉଛି ଯେପରି ତୁ ଖୁବ୍‍ ଶ୍ରୀଘ୍ର ଦୃଷ୍ଟିଶକ୍ତି ଫେରିପାଇବୁ, ମାତ୍ର ମୁଁ ତୋ ଠାରୁ ଦୂରକୁ ଚାଲିଯିବି। ଏହା ଶୁଣି ସେ ପ୍ରତି ଉତ୍ତର ଦେଲା ଯଦି ତୁ ଦୂରକୁ ଯାଉ ସେ ଚକ୍ଷୁ ମୋର ଆଉ କ’ଣ ହେବ ? ସାଙ୍ଗଟି ନିଜକୁ ଆଉ ଅଟକାଇ ପାରିଲା ନାହିଁ ସବୁ ସତ କହି ଦେଲା। ଚକ୍ଷୁ ହୀନ ସାଙ୍ଗଟି ନିଜକୁ ସମ୍ଭାଳି ପାରିଲା ନାହିଁ । ଚକ୍ଷୁ ନଥିବା କଷ୍ଟ ଠାରୁ ଏ କଷ୍ଟ ତା’ପାଇଁ ଅସହ୍ୟ ହୋଇପଡ଼ିଲା।

ସାଙ୍ଗଟି ତାକୁ ଜଣାଇଲା ଦୁନିଆରୁ ଯିବା ପରେ ବି ମୁଁ ତୋ ଚକ୍ଷୁରେ ବଞ୍ଚି ରହିବି। ସେ ଆଖିରେ ତୁ କେବେ ଲୁହ ଆସିବାକୁ ଦେବୁ ନାହିଁ। ମୃତ୍ୟ ପରେ ବି ମୁଁ ଓ ଆମ ବନ୍ଧୁତ୍ୱ ସର୍ବଦା ଅତୁଟ ରହିବ।

ସମୟ ଆଗକୁ ବଢିଲା ଦୃଷ୍ଟିହୀନ ବନ୍ଧୁର ଚକ୍ଷୁଦାନ ଯୋଗୁଁ ପାଇଲା ଚକ୍ଷୁ ଓ ଦୁଇ ଜଣଙ୍କ ବନ୍ଧୁତ୍ୱର କାହାଣୀ ରହିଲା ସର୍ବଦା ଚିରସ୍ମରଣୀୟ ।

Leave A Reply