ଶୁକ୍ରବାର ରାଶିଫଳ(୫। ୬। ୨୦୨୦)

ମେଷ: କାର୍ଯ୍ୟରେ ସଫଳତା ମିଳିବ। ସନ୍ଦେହ ଘେର ଭିତରେ ରହିବେ। ଦାନ-ଧର୍ମର ଆଶ୍ରୟ ନେଇ ଶୁଭଫଳ ପାଇଁ ଆଶାବାଦୀ ହେବେ। ଅର୍ଥ ବ୍ୟବସ୍ଥା ଟାଣଟୁଣ ରହିପାରେ। ସ୍ବାଭିମାନୀ ହେବେ। ଭାଗ ବ୍ୟବସାୟ ଲାଭଜନକ ହେବ।
ବୃଷ: କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ। ସୁଖକର ଘଟଣାମାନ ଘଟିପାରେ। କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ବିଭିନ୍ନ ସ୍ତରରୁ ସହଯୋଗ ପାଇବେ। ଉତ୍ତମ ଭୋଜନ ମିଳିପାରେ। ଆନନ୍ଦ ଉପଭୋଗ କରିପାରନ୍ତି।
ମିଥୁନ: ସମ୍ମାନିତ ହେବେ। ଏକ ପ୍ରଗତିଶୀଳ ଅନୁଷ୍ଠାନରେ ଯୋଗଦାନ କରିପାରନ୍ତି। ଶତ୍ରୁ ପରାସ୍ତ ହେବ। ମାନସିକ ଶାନ୍ତି ଫେରି ପାଇବେ। ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। ଶୁଭ କାର୍ଯ୍ୟ କରଣୀୟ। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ।
କର୍କଟ: ଅଧ୍ୟୟନରତ ହୋଇପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଶୁଭ ସମାଚାର ମିଳିପାରେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବହୁ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ଶେଷ୍ଠ ପଦରେ ଆସୀନ ହୋଇପାରନ୍ତି। ସନ୍ମାର୍ଗୀ ହେବେ।
ସିଂହ: ଭାବିଚିନ୍ତି କାର୍ଯ୍ୟ କରିବାକୁ ପଡ଼ିବ। ପଠନ-ଲିଖନରେ ମନୋନିବେଶ କରିପାରନ୍ତି। ପରିଶ୍ରମ ଯେତେ ଅଧିକ ହେଉ ନା କାହିଁକି, ତା’ର ମୂଲ୍ୟ ମିଳିବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ଧନ ମିଳିବ। ବହୁବିଦ୍ୟା ପାରଙ୍ଗମ ହେବେ।
କନ୍ୟା: କାର୍ଯ୍ୟକ୍ଷେତ୍ରରେ ତର୍କର ସମ୍ମୁଖୀନ ହୋଇପାରନ୍ତି। ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଶୁଭ କାର୍ଯ୍ୟ କରଣୀୟ। ଦେବପୂଜନର ସୌଭାଗ୍ୟ ଅଛି। ସରକାରୀ ସ୍ତରରୁ ଲାଭ ଉଠାଇବାକୁ ସକ୍ଷମ ହେବେ।
ତୁଳା: କିଛି ଚିନ୍ତା ନକରି କାର୍ଯ୍ୟରେ ଆଗଭର ହେବାକୁ ପଡ଼ିବ। ବିଭିନ୍ନ ଦିଗରୁ ଧନାଗମ ହୋଇପାରେ। ପରୋପକାରୀ ଓ ବିଦ୍ବାନ୍‌ ହେବେ। ଧନଶାଳୀ ହୋଇପାରନ୍ତି। ସାମାଜିକ ଆଦର ପାଇବେ। ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି।
ବିଛା: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ଭଲ ଆୟ ହେବ। ବିଭାଗୀୟ ବା ବନ୍ଧୁ ସୂତ୍ରରୁ ଲାଭବାନ୍‌ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ରହିବେ। ନୂଆ ବନ୍ଧୁ ଜୁଟି ପାରନ୍ତି। ଚିନ୍ତାଧାରା ଉନ୍ନତମାନର ହେବ।
ଧନୁ: କାର୍ଯ୍ୟ କ୍ଷେତ୍ରରେ ଆଗକୁ ମାଡ଼ି ଚାଲିବେ। ସୁଖ-ସନ୍ତୋଷ ଲାଭ କରିପାରନ୍ତି। ବିତର୍କରେ ଭାଗ ନ ନେଇ ନୀରବ ଦର୍ଶକ ସାଜି ପାରନ୍ତି। ସୁଗୁଣ ସମ୍ପନ୍ନ ହେବେ। ଖର୍ଚ୍ଚାନ୍ତ ହୋଇପାରନ୍ତି।
ମକର: ଉତ୍ତମ ଆୟ କରିପାରନ୍ତି। ସୁସମ୍ବାଦ ପାଇ ଖୁସି ହେବେ। ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି। ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ। ଦିନଟି ମଧ୍ୟମ ଧରଣର। ଅର୍ଥ ପ୍ରାପ୍ତିର ସୁଯୋଗ ଅଛି।
କୁମ୍ଭ: ସୁସମ୍ବାଦ ପାଇ ଖୁସି ହେବେ। କର୍ମକ୍ଷେତ୍ରରେ ସଫଳତା ପାଇବେ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ବିବାଦୀୟ ଘଟଣାରେ ବିଜୟୀ ହେବେ।
ମୀନ: ଆପଣଙ୍କ ଚିନ୍ତାଧାରା ଭବିଷ୍ୟତର ମାର୍ଗକୁ କୁସୁମିତ କରିପାରେ। ଉଚ୍ଚ ସମ୍ମାନ ଲାଭ କରିପାରନ୍ତି। କାର୍ଯ୍ୟରେ ସଫଳତା ମିଳିବ। ଅଧିକ କ୍ଷମତା ପାଇ ତା’ର ସଦ୍‌ବ୍ୟବହାର କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ଦାମ୍ପତ୍ୟ ସୁଖ ମିଳିବ।

Comments are closed.