ଶୁକ୍ରବାର ରାଶିଫଳ

0

ମେଷ: କାର୍ଯ୍ୟରେ ସଫଳତା ମିଳିବ। ସମ୍ମାନକୁ ଜଗି ଚଳିବାକୁ ପଡ଼ିବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପାରିବାରିକ ସୁଖ ଅବ୍ୟାହତ ରହିବ। ପୁତ୍ର, କନ୍ୟାଦି ଲାଭ କରିପାରନ୍ତି। ଧର୍ମ-କର୍ମ ସଂପାଦନ କରିବେ।
ବୃଷ: ଚିନ୍ତାଧାରା ଉନ୍ନତମାନର ହେବ। ଯେକୌଣସି ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ମନରେ ପ୍ରସନ୍ନତା ଦେଖା ଦେବ। କାର୍ଯ୍ୟରେ ସଫଳତା ଲାଭ କରିବେ। ବିବାଦୀୟ ଘଟଣାରେ ବିଜୟୀ ହୋଇପାରନ୍ତି।
ମିଥୁନ: ବନ୍ଧୁ ସହାୟତା ପାଇବା ପାଇଁ ଚେଷ୍ଟା କରିବେ। ପ୍ରତିଯୋଗିତାରେ ବିଜୟୀ ହେବେ। ବହୁ ସମ୍ମାନର ଅଧିକାରୀ ହୋଇପାରନ୍ତି। କର୍ମକ୍ଷେତ୍ର ଫଳଦାୟକ ହେବ। ଉନ୍ନତିକର କାର୍ଯ୍ୟରେ ମନୋନିବେଶ କରିବେ।
କର୍କଟ: ବ୍ୟବସାୟ ଲାଭଜନକ ହେବ। ତଥାପି ମନ ବ୍ୟାକୁଳ ରହିବ। ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ। ନୀତିନିଷ୍ଠ ହେବେ। ମନୋଭାବ ତ୍ୟାଗପୂତ ରହିବ। ବିବିଧ ଧନଯୁକ୍ତ ହେବାର ସୂଚନା ମିଳୁଛି।
ସିଂହ: ଦୂରଯାତ୍ରାରେ ସଫଳତା ମିଳିପାରେ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟ ଆଶାନୁରୂପ ହେବ। ବନ୍ଧୁ ବା ସରକାରୀ ସହାୟତାରୁ ଲାଭବାନ ହେବେ। ସୁସ୍ଥ ଓ ନିରାମୟ ରହିବେ। ଦାମ୍ପତ୍ୟ ସୁଖ ମିଳିବ। ନୂଆ ବନ୍ଧୁ ଜୁଟିବେ।
କନ୍ୟା: ନିଜେ ଗଢ଼ି ଥିବା ଯୋଜନାରେ ପରିବର୍ତ୍ତନ ଘଟାଇ ପାରନ୍ତି। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। ଶାନ୍ତି ଓ ସନ୍ତୋଷ ଲାଭ କରିବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପାରିବାରିକ ଜୀବନ ଶାନ୍ତିପ୍ରଦ ହେବ। ସ୍ନେହୀ ହେବେ।
ତୁଳା: ଆୟ ଆଶାନୁରୂପ ହେବ। ଆପଣଙ୍କ ବ୍ୟବହାର କୁଶଳ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବ। ମାନ୍ୟତା ପ୍ରାପ୍ତ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ଜନ ପ୍ରତିନିଧି ଭାବେ କାର୍ଯ୍ୟ କରିପାରନ୍ତି। ସରକାରୀ ସ୍ତରରୁ ଅର୍ଥ ଓ ସମ୍ମାନ ମିଳିବ।
ବିଛା: କର୍ତ୍ତବ୍ୟନିଷ୍ଠ ହେବେ। ପରୋପକାରୀ ହେବେ। ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିପାରନ୍ତି। ଭୋଗ ବିଳାସଯୁକ୍ତ ହେବେ। ହର୍ଷ-ଉଲ୍ଲାସ ମଧ୍ୟରେ ଦିନଟି ବିତାଇ ପାରନ୍ତି। ଦାନ-ପୁଣ୍ୟରେ ବହୁତ ଆନନ୍ଦ ଲାଭ କରିବେ।
ଧନୁ: ଯେତେ ଆଗକୁ ବଢ଼ିବେ ସେତେ ଅଧିକ ସଫଳତା ମିଳିବ। କ୍ଲାନ୍ତ ଅନୁଭବ କଲେ ବି ଭବିଷ୍ୟତରେ ସଫଳତା ମିଳିବ। ଖର୍ଚ୍ଚାନ୍ତ ହୋଇପାରନ୍ତି। ସେବା ମନୋଭାବ ରହିବ। ସରକାରୀ ସ୍ତରରୁ ଧନ ଓ ସମ୍ମାନ ମିଳିବ।
ମକର: ଅନୁଗତଙ୍କ ଦ୍ୱାରା ଲାଭାବାନ ହୋଇପାରନ୍ତି। ଘାତଚନ୍ଦ୍ର ଓ ଅଷ୍ଟମ ଚନ୍ଦ୍ର ଏକତ୍ର ଭୋଗ ହେଉଥିବାରୁ ସାବଧାନତାର ସହ ଚଳିବାକୁ ପଡ଼ିବ। ସ୍ୱଭିମାନୀ ହେବେ। କେବଳ ଭାଗ ବ୍ୟବସାୟ ଲାଭଜନକ ହେବ। ସୁଖହାନି ଘଟି ପାରେ।
କୁମ୍ଭ: ସୁଖ-ସନ୍ତୋଷର ଦିନଟି ଆଜି ମାନବୃଦ୍ଧିର ସୂଚନା ମିଳୁଛି। ସମ୍ମାନସ୍ପଦ ବ୍ୟକ୍ତି ବିଶେଷରେ ପରିଗଣିତ ହେବେ। ଲକ୍ଷ୍ୟ ହାସଲ କରିବାରେ ସକ୍ଷମ ହେବେ। ପ୍ରଭାବ ବିସ୍ତାର କରିପାରନ୍ତି। ସାଧନା ଫଳବତୀ ହେବ।
ମୀନ: ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିପାରନ୍ତି। କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ। ମହତ୍କାର୍ଯ୍ୟ ପାଇଁ ଧନବ୍ୟୟ କରିପାରନ୍ତି। ଆୟ ବୃଦ୍ଧିର ସୂଚନା ମିଳୁଛି। ସୁସ୍ଥ ଓ ନିରାମୟ ରହିବେ। ବଳବାନ ହେବେ। ଶତ୍ରୁହନ୍ତା ହେବା ଆଶା କରାଯାଏ।

Leave A Reply