ଶୁକ୍ରବାର ରାଶିଫଳ

0

ମେଷ: ତରବର ନହୋଇ ଧୀରେ ସୁସ୍ଥେ କାର୍ଯ୍ୟ କଲେ ସଫଳତା ମିଳିବ। ସୁଖ ମିଳିବ। ସମ୍ମାନିତ ହୋଇପାରନ୍ତି। ଆୟ ବୃଦ୍ଧିର ସୂଚନା ମିଳୁଛି। ଯାନବାହନ ସୁଖ ମିଳି ପାରେ କୀର୍ତ୍ତିମାନ୍‍ ହେବେ। ଗୁଣବାନ୍‍ ହେବେ। ପ୍ରସନ୍ନତା ଲାଭ କରିବେ।
ବୃଷ: ବନ୍ଧୁ ସମ୍ପର୍କରେ ଉନ୍ନତି ଘଟିବ। ସୁଖ-ସମ୍ମାନ ଲାଭ କରିପାରନ୍ତି। କର୍ମକ୍ଷେତ୍ରରେ ଉନ୍ନତି ଘଟିବ। ସରକାରୀ ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ଗୃହ ପରିବେଶ ଆନନ୍ଦଦାୟକ ହେବ। ବହୁବିଧ ଧନର ଅଧିକାରୀ ହେବେ। କୀର୍ତ୍ତିମାନ ଓ ଗୁଣଜ୍ଞ ହେବେ।
ମିଥୁନ: ଅସତ୍‍କର୍ମରୁ ଦୂରେଇ ରହିବେ। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ଜଣେ କୃତୀ ପ୍ରତିଯୋଗୀ ଭାବେ ପୁରସ୍କୃତ ହୋଇପାରନ୍ତି। ଭୋଗ-ବିଳାସରେ ଦିନଟି ଅତିବାହିତ ହେବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଜନୈକା ମହିଳା ସାହାଯ୍ୟ କରିବେ।
କର୍କଟ: ଧୈର୍ଯ୍ୟ ରଖି କାର୍ଯ୍ୟ କଲେ ସଫଳତା ମିଳିବ। ସାମାନ୍ୟ ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ସନ୍ତାପିତ ହେବେ। ନାନା ବିଭବରେ ମଣ୍ଡିତ ହେବେ। ପୁତ୍ର ସୁଖ ମିଳିପାରେ। ଧନ, ଯାନବାହନ ଓ ଉତ୍ତମ ବଚନାଦିରେ ପଟୁ ହେବେ।
ସିଂହ: ଶତ୍ରୁ ଦମନ କରିବାରେ ସିଦ୍ଧହସ୍ତ ହେବେ। ଆମୋଦ-ପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି। ସର୍ବସୁଖ ଲାଭ କରିପାରନ୍ତି। ପ୍ରଭୂତ ଧନ ଭଣ୍ଡାରର ଅଧିକାରୀ ହେବେ। ଧାର୍ମିକ ପ୍ରବର ହେବେ। ସନ୍‍ମାର୍ଗୀ ହୋଇପାରନ୍ତି। ବ୍ରହ୍ମ ଉପାସକ ହେବେ।
କନ୍ୟା: ଗୃହକାର୍ଯ୍ୟରେ ବ୍ୟସ୍ତ ରହିବେ। ଆନନ୍ଦ-ଉତ୍ସବ ଲାଗି ରହିବ। ଦୀର୍ଘଦିନର ଆଶାପୂରଣ ହେବ। ଗୁରୁତ୍ୱପୂର୍ଣ୍ଣ ବିଶେଷ କାର୍ଯ୍ୟକ୍ରମରେ ନିଜର ଦକ୍ଷତା ପ୍ରତିପାଦନ କରିବେ। ଶ୍ରେଷ୍ଠ ସମ୍ମାନ ଲାଭ କରିବେ। ସନ୍‍ମାର୍ଗୀ ହେବେ। ଧନବାନ୍‍ ହେବେ। ଶାସ୍ତ୍ରଜ୍ଞ ହେବେ।
ତୁଳା: ନିଜର ଦୈନଦିନ କାର୍ଯ୍ୟ ପ୍ରତି ଆଗ୍ରହ ପ୍ରକାଶ କରିପାରନ୍ତି। ଆତ୍ମ ସଂଯମୀ ହେବେ। ବସ୍ତ୍ର-ଭୂଷଣ ଲାଭ ହୋଇପାରେ। ବ୍ୟବହାର କୁଶଳତା ଆପଣଙ୍କୁ ମହାନ୍‍ କରି ଗଢ଼ି ତୋଳିବେ। ହଠାତ୍‍ କିଛି ଅର୍ଥ ମିଳିପାରେ। ଚଞ୍ଚଳମନା ହେବେ। ବ୍ୟବସାୟ ଲାଭଜନକ ହେବ।
ବିଛା: ଯୋଜନାର ତ୍ରୁଟି ସଂଶୋଧନ କରିବାରେ ସକ୍ଷମ ହେବେ। ବାଧା-ବିଘ୍ନ ଥାଇ ମଧ୍ୟ ସର୍ବାଙ୍ଗୀଣ ଉନ୍ନତି ସମ୍ଭବ ହେବ। କୃଷି କର୍ମକୁ ଆଦରି ନେବେ। ସୁଖ ଭୋଗ କରିବେ। ଗୃହ ପରିବେଶ ସ୍ୱାସ୍ଥ୍ୟ ପାଇଁ ହିତକର ହେବ। ଯାନବାହନ ସୁଖ ପାଇ ପାରନ୍ତି।
ଧନୁ: ବିପଦମୁକ୍ତ ହେବେ। ମନୋବଳ ଦୃଢ଼ ରହିବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଚିନ୍ତାଧାରା ଉନ୍ନତମାନର ହେବ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ବିବାଦୀୟ ଘଟଣାରେ ବିଜୟୀ ହେବେ। ଯଶସ୍ୱୀ ହୋଇପାରନ୍ତି। ଗୁଣଯୁକ୍ତ, ସୁଖୀ ଓ କାବ୍ୟ ଶାସ୍ତ୍ରାନୁରକ୍ତ ହେବେ।
ମକର: ଉପୁଜି ଥିବା ବିବାଦର ନିର୍ବିଘ୍ନରେ ସମାଧାନ ହୋଇପାରେ। ସୁଖ ସମ୍ମାନ ଲାଭ କରିପାରନ୍ତି। ଈଶ୍ୱରଙ୍କ ପ୍ରତି ଭକ୍ତିଭାବ ଜାଗ୍ରତ ହେବ। ଭୋଗୀ ଓ ବିଳାସୀ ହେବେ। ଶୁଭଖବର ମିଳିବ। ଶାନ୍ତି-ସନ୍ତୋଷ ଲାଭ କରିବେ। ଧନାଗମ ହେବ।
କୁମ୍ଭ: ସୁଖ-ସନ୍ତୋଷ ମିଳିବ। ଆୟ ଆଶାନୁରୂପ ହେବ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ସରକାରୀ ବା ବନ୍ଧୁ ସହାୟତାରେ ଲାଭବାନ୍‍ ହେବେ। ସୁସ୍ଥ ଓ ନିରାମୟ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ। ନୂଆ ବନ୍ଧୁଙ୍କ ସାନ୍ନିଧ୍ୟ ମିଳିବ।
ମୀନ: ଘାତଚନ୍ଦ୍ର ହେତୁ ସତର୍କରେ ଚଳିବାକୁ ପଡ଼ିବ। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ଭ୍ରାତୃଭାବ ଅତୁଟ ରହିବ। ଚଞ୍ଚଳ ଚେଷ୍ଟିତ ହେବେ। ମନ ଭୁଲା କଥା କହି ପରକୁ ଆପଣାର କରିପାରନ୍ତି। ସାହସୀ ହେବେ। ଜ୍ଞାନ-ଗରିମାମୟ ହୋଇପାରନ୍ତି। ଉଚ୍ଚସ୍ଥାନ ଯିବା ମନା

Leave A Reply