ଶୁକ୍ରବାର ରାଶିଫଳ – ୧୯ ଫେବୃଆରୀ ୨୦୨୧

ମେଷ: ମନ ଆକୁଳିତ ହେଲେ ବି ସୌଭାଗ୍ୟଶାଳୀ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ମଧୁରଭାଷୀ, ସହନଶୀଳ ଓ ଶାନ୍ତିପ୍ରିୟ ହେବେ। ବିଦ୍ୟାପ୍ରେମୀ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ମିତ୍ରଙ୍କ ସାହାଯ୍ୟ ମିଳିବ।
ବୃଷ: ଶ୍ରୀଚନ୍ଦ୍ର ଭୋଗ ହେତୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ଐଶ୍ବର୍ୟ୍ୟଯୁକ୍ତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ମାଲିମୋକଦ୍ଦମାରେ ବିଜୟୀ ହେବେ ଧନଲାଭ ହେବ।
ମିଥୁନ: ଥଣ୍ଡା କଫ ଜନିତ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି। କର୍ମଚଞ୍ଚଳ ରହିବେ। ନିରୋଳାରେ କିଛି ସମୟ ବିତାଇବାକୁ ଇଚ୍ଛା କରିପାରନ୍ତି। ସ୍ନେହମୟ ଭାଷା ବ୍ୟବହାର କରି ପରକୁ ଆପଣାର କରିପାରନ୍ତି। ଧର୍ମ କାର୍ୟ୍ୟରେ ଧନବ୍ୟୟ କରିବେ।
କର୍କଟ: ବିଭିନ୍ନ ସୂତ୍ରରୁ ପ୍ରଚୁର ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସୁସ୍ଥ ଓ ନିରାମୟ ରହିବେ। ଯଶସ୍ବୀ ହୋଇପାରନ୍ତି। ଲୋକପ୍ରିୟତା ଅର୍ଜନ କରିବେ। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହେବେ। ତନ୍ତ୍ର ମନ୍ତ୍ରାଦି ତଥା ଜ୍ୟୋତିଷ ବିଦ୍ୟାପ୍ରତି ରୁଚି ରହିବ।
ସିଂହ: ମାନ ସମ୍ମାନର ଅଧିକାରୀ ହେବେ। କୁଳ ଉଳ କରିପାରନ୍ତି। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ଦୟାଳୁ ସ୍ବଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହେବେ। ପାରିବାରିକ ସ୍ନେହ, ସଦିଚ୍ଛା ରହିବ।
କନ୍ୟା: ସତ୍‌ସଙ୍ଗୀ ହେବେ। ଭାଗ୍ୟଶାଳୀ ହୋଇପାରନ୍ତି। ଭୋଗ ବିଳାସ କରିପାରନ୍ତି। ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍‌ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଶିଳ୍ପଦ୍ୟୋଗୀ ହେବା ଆଶାକରାଯାଏ। ସୁଖୀ ହେବେ।
ତୁଳା: ଈର୍ଷା ପରାୟଣ ହୋଇପାରନ୍ତି। ସ୍ବାଭିମାନୀ ହେବେ। ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ଅର୍ଥାଭାବ ଦେଖା ଦେଇପାରେ। ଉଚ୍ଚସ୍ଥାନ ଆରୋହଣ ଓ ଜଳଯାତ୍ରା ନ କରିବା ଭଲ।
ବିଛା: ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ। ସମାଜ ସେବାରେ ନିଜକୁ ନିୟୋଜିତ କରିପାରନ୍ତି। ଶାନ୍ତ ଓ ଧୈର୍ୟ୍ୟବାନ୍‌ ହୋଇପାରନ୍ତି। ନିଜ ସ୍ବକର୍ମ ପାଇଁ ମନରେ ଗର୍ବଭାବ ଉଦୟ ହେବ। ପତ୍ନୀଙ୍କ ପରାମର୍ଶରେ କାର୍ୟ୍ୟ କଲେ ସଫଳ ହେବେ।
ଧନୁ: ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ଚକ୍ଷୁରେ ସାମୟିକ ଭାବେ ସାମାନ୍ୟ ଯନ୍ତ୍ରଣା ଦେଖା ଦେଇପାରେ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। ଶତ୍ରୁହନ୍ତା ହେବେ। ଚାକିରିରେ ସୁନାମ ଅର୍ଜନ କରିପାରନ୍ତି। ଶୁଭାଶୁଭ ମିଶ୍ରିତ ଫଳ ମିଳିବ।
ମକର: ଆଲୋଚନା ମାଧ୍ୟମରେ କାର୍ୟ୍ୟ କଲେ କୃତକାର୍ୟ୍ୟ ହେବେ। କର୍ମଚଞ୍ଚଳ ରହିବେ। କନ୍ୟା ସନ୍ତାନ ଦ୍ବାରା ଉପକୃତ ହେବେ। ଆକସ୍ମିକ ଧନ ଲାଭର ସୂଚନା ମିଳୁଛି। ଲଟେରି ଉଠାଣ ଫଳ ଆପଣଙ୍କ ପକ୍ଷରେ ଯାଇପାରେ।
କୁମ୍ଭ: ଉଦାର ପ୍ରକୃତିର ହେବେ। ଦାନଶୀଳ ହୋଇପାରନ୍ତି। ସୁଖୀ ହେବେ। ଶୋଭନ ବ୍ୟକ୍ତିତ୍ବ ସମ୍ପନ୍ନ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। କୃଷିକ୍ଷେତରୁ ଭଲ ଆୟ ହେବ। ପ୍ରେମୀ ଓ ବୁଦ୍ଧିମାନ୍‌ ହୋଇପାରନ୍ତି। ଯାନବାହନ ସୁଖ ମିଳିପାରେ।
ମୀନ: ଶ୍ରମ ସାର୍ଥକ ହେବ। ମନ ପ୍ରସନ୍ନ ରହିବ। ଆସ୍ତିକ ହେବେ। ମଧୁରଭାଷୀ ହୋଇପାରନ୍ତି। ଥଣ୍ଡା କଫଜନିତ ସାମୟିକ ସାମାନ୍ୟ ପୀଡ଼ା ଅନୁଭବ କରିବେ। ମେଳାପୀ ପ୍ରକୃତିର ହେବେ। ଧାର୍ମିକ ବନ୍ଧୁପ୍ରେମୀ, ବିଦ୍ବାନ୍‌ ହୋଇପାରନ୍ତି।

Comments are closed.