ଶୁକ୍ରବାର ରାଶିଫଳ – ୨୨ ଜାନୁଆରୀ ୨୦୨୧

ମେଷ: ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ଦାମ୍ପତ୍ୟ ଜୀବନଯାପନ ସୁଖପ୍ରଦ ହେବ। ଚିନ୍ତାଧାରା ମହତ ହେବ। ଅର୍ଥାଭାବ ଦେଖା ଦେଇପାରେ। ବିବାଦଶୀଳ ହୋଇପାରନ୍ତି। ନୂଆ ବନ୍ଧୁଙ୍କ ସହାୟତା ମିଳିବ। ସୁସ୍ୱାଦୁ ଭୋଜନରେ ଆପ୍ୟାୟିତ ହେବେ।
ବୃଷ: ଦେବ କାର୍ଯ୍ୟ ସଂପାଦନ କରିବେ। ବିଚିତ୍ର ବସନ ପରିଧାନ କରିପାରନ୍ତି। ଧାତୁବାଦରେ ଧନବ୍ୟୟ ହେବ। ବୁଦ୍ଧିମାନ୍‍ ହେବେ। ବାକ୍ୟ ପଟୁ ହୋଇପାରନ୍ତି। ମହତ୍‍ ଲୋକଙ୍କ ସହିତ ମିତ୍ରତା ହେବ। ପ୍ରିୟଜନଙ୍କ ସାକ୍ଷାତ ପାଇ ଖୁସି ହେବେ।
ମିଥୁନ: ବ୍ୟବସାୟ ଲାଭରେ ଚାଲିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ମୂଲ୍ୟବାନ ବସ୍ତୁ ଲାଭ ହୋଇପାରେ। ଧନ-ଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ ହେବ। ଉତ୍ତମ ଭୋଜନ ଓ ପ୍ରସିଦ୍ଧି ଲାଭ କରିପାରନ୍ତି। ନାନାବିଧ ସମ୍ମାନର ଅଧିକାରୀ ହେବେ। ମନ ପ୍ରସନ୍ନ ରହିବ।
କର୍କଟ: ଶ୍ରେଷ୍ଠ ମାନ୍ୟତା ପ୍ରାପ୍ତ ହେବେ। ଶତ୍ରୁକୁ ନିପାତ କରିବାରେ ସକ୍ଷମ ହେବେ। ସରକାରୀ ଧନ ମିଳିପାରେ। ଉତ୍ତମ ଗୁଣର ଆକାର ହୋଇପାରନ୍ତି। ବହୁବିଧ ଧନର ଅଧିକାରୀ ହେବେ। କୀର୍ତ୍ତିମାନ୍‍ ଓ ସ୍ୱତ୍ୱାଧିକାରୀ ହେବେ।
ସିଂହ: ମହାଧନ ପ୍ରାପ୍ତ ହେବେ। ସ୍ତ୍ରୀ-ପୁତ୍ର ପ୍ରୀତିଯୁକ୍ତ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବିଭିନ୍ନ ଦିଗରୁ ଅର୍ଥ ପ୍ରାପ୍ତ ହେବେ। ସୁସ୍ଥ ରହିବେ। ଆନନ୍ଦ ଉତ୍ସବରେ ଦିନସାରା ସମୟ ବିତାଇବେ।
କନ୍ୟା: ଅନ୍ୟକୁ ସମାଲୋଚନା କରି ନିଜ ଦୋଷକୁ ଘୋଡେଇ ପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଚୋର ଭୟ ଅଛି। ସତର୍କତାର ସହ ଚଳିବାକୁ ପଡ଼ିବ। ଅଷ୍ଟମଚନ୍ଦ୍ର ଭୋଗ ହେତୁ ଜଳଯାତ୍ରା ମନା। ଉଚ୍ଚସ୍ଥାନ ଆରୋହଣ କରିବା ଭଲ।
ତୁଳା: ମନୋରମା ପତ୍ନୀଙ୍କ ସହାୟତା ମିଳିବ। ବନ୍ଧୁ ମିଳନରେ ସମୟ ଅତିବାହିତ କରିବେ। ଶ୍ୱଶୁର ଘର ସୁଖ ମିଳିବ। ମୂଲ୍ୟବାନ୍‍ ଧାତୁ ଦ୍ରବ୍ୟ ପ୍ରାପ୍ତ ହେବେ। ବାଣିଜ୍ୟ କାରବାର ଉତ୍ତମ ମାନର ହେବ। ଧନକ୍ଷୟ ହେବାର ସୂଚନା ମିଳୁଛି।
ବିଛା: ଶତ୍ରୁ ବିନାଶ କରିବାରେ ସକ୍ଷମ ହେବେ। ଚକ୍ଷୁରେ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହୋଇପାରେ। ସୁସ୍ଥ ରହିବେ। ଶାରୀରିକ ଶକ୍ତି ବୃଦ୍ଧି ହେବ। ମିଠାକଥା କହି କାର୍ଯ୍ୟ ହାସଲ କରିପାରନ୍ତି।
ଧନୁ: ବହୁ ସୁଖ ଭୋଗ କରିବେ। ବିଦ୍ୟାବାନ୍‍ ହୋଇପାରନ୍ତି। ଦ୍ୱିଜ ଦେବ ତାଙ୍କ ଭକ୍ତ ହେବେ। ସାଧୁ କଲ୍ୟାଣ ପ୍ରାପ୍ତ ହେବେ। ସଦ୍‍ଚରିତ୍ରଯୁକ୍ତ ହେବେ। ଗୁଣବାନ୍‍ ପୁତ୍ର ସୁଖ ମିଳିବ। ଶତ୍ରୁହନ୍ତା ହେବେ। ସେବା ପ୍ରିୟ ହେବେ।
ମକର: କାର୍ଯ୍ୟ ଅକ୍ଷମଣୀୟ ହୋଇପାରେ। ସତର୍କତାର ଦିନ ବାକ୍‍ ସଂଜମୀ ହେଲେ ଶୁଭଫଳ ମିଳିବ। କର୍ମରେ ଦକ୍ଷତା ପ୍ରତିପାଦନ କରିପାରନ୍ତି। ଯାନବାହନ ସୁଖ ମିଳିବ। ବାସ ଗୃହଟି ସ୍ୱଚ୍ଛ, ରୋଗହୀନ ଓ ଆରାମଦାୟକ ହେବ।
କୁମ୍ଭ: ଚାଷ ବାସାଦି କାର୍ଯ୍ୟ ପାଇଁ ଜନସାଧାରଣଙ୍କ ପରାମର୍ଶ ଦେଇପାରନ୍ତି। ସର୍ବଦା ବିନୟ ଭାବ ପ୍ରକାଶ କରିପାରନ୍ତି; ମାତ୍ର ନୀତି ନିଷ୍ଠ ଲୋକଙ୍କୁ ଘୃଣା କରିପାରନ୍ତି। ଜନ ମଙ୍ଗଳ କାର୍ୟ୍ୟରେ ନିଜକୁ ନିୟୋଜିତ କରିବେ। ଦାନ-ଧ୍ୟାନ ଉପରେ ଗୁରୁତ୍ୱ ଦେବେ।
ମୀନ: ଚଞ୍ଚଳମନା ହୋଇପାରନ୍ତି। ହୃଷ୍ଟଚିତ୍ତ ହେବେ। ବିଭିିନ୍ନ ପ୍ରକାରର ଧନ ଅର୍ଜନ କରିପାରନ୍ତି। ଅତି ସୁଖୀ ହେବେ। ନିର୍ଲୋଭୀ ହୋଇପାରନ୍ତି। ବୁଦ୍ଧି, ବଳ ପ୍ରୟୋଗ କରି କାର୍ଯ୍ୟ ହାସଲ କରିବେ।

Comments are closed.