ଶୁକ୍ରବାର ରାଶିଫଳ(୨୫/୧୨/୨୦୨୦)

ମେଷ: ଅର୍ଥ ପାଇଁ କାମନା ପୂର୍ଣ୍ଣ ହୋଇପାରେ। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ। ଧନବାନ୍‌ ହେବେ। ଗୁଣର ପ୍ରସାର ଘଟାଇ ପାରନ୍ତି। ଉପାର୍ଜନ ଊଣା ହେବ ନାହିଁ।

ବୃଷ: ପଥରୋଧର ସମ୍ମୁଖୀନ ହୋଇପାରନ୍ତି। କାର୍ଯ୍ୟ ଶୈଳୀ ଦାଗହୀନ ହୋଇପାରେ। ଧର୍ମ କାର୍ଯ୍ୟରେ ମନ ଦେଇ ଅଧିକ ବ୍ୟୟର ସମ୍ମୁଖୀନ ହୋଇପାରନ୍ତି। ମଧ୍ୟମ ଧରଣର ଶୁଭଫଳ ମିଳିବ। ଚିନ୍ତାଧାରା ମହତ ହେବ। କର୍ମଚଞ୍ଚଳ ରହିବେ।

ମିଥୁନ: କୌଣସି କାର୍ଯ୍ୟରେ ପଛଘୁଞ୍ଚା ଦେବେ ନାହିଁ। ପରୋପକାରୀ ହେବେ। ଧନ, ଜନ, ଗୋପ, ଲକ୍ଷ୍ମୀ ସବୁ କଛି ପ୍ରାପ୍ତ ହେବେ। ବିଳାସ ବ୍ୟସନ କରିପାରନ୍ତି। ଅସାଧ୍ୟ କାର୍ଯ୍ୟକୁ ସୁସାଧ୍ୟ କରି ପ୍ରଶଂସାର ପାତ୍ର ହେବେ। ସରକାରୀ ଅର୍ଥ ମିଳିବ।

କର୍କଟ: ଅଗ୍ରଗାମୀ ସହିତ ବ୍ୟଗ୍ରଗାମୀ ହେବେ। ଉଦ୍ୟମ ଓ କାର୍ଯ୍ୟରେ ପ୍ରଶଂସନୀୟ ହେବେ। ଦେଶ ଦଶର କଲ୍ୟାଣକାରୀ ହେବା ସହିତ ପରିବାରର ଆଲୋକ ବର୍ତ୍ତିକା ହୋଇପାରନ୍ତି। ଧର୍ମ କର୍ମ ସଂପାଦନ କରିପାରନ୍ତି। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି କରିବେ।

ସିଂହ: ପରୋପକାରୀ ହେବେ। ଭାଗ୍ୟଶାଳୀ ହେବେ। ସଭାପତି ହୋଇପାରନ୍ତି। ପ୍ରଗାଢ଼ ଚେଷ୍ଟା କରି କାର୍ଯ୍ୟ ହାସଲ କରିବାରେ ପାରଙ୍ଗମ ହେବେ। ଦୟାଳୁ ସ୍ବଭାବର ହେବେ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି।

କନ୍ୟା: ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ବିରୋଧୀମାନଙ୍କର ଚକ୍ରାନ୍ତରୁ ଉବୁରି ଯିବେ। ସ୍ବାଭିମାନୀ ହେବେ। ଅଷ୍ଟମଚନ୍ଦ୍ର ଭୋଗ ହେତୁ ଉଚ୍ଚସ୍ଥାନ ଆରୋହଣ ଓ ଜଳଯାତ୍ରା ନିଷେଧ। ଶତ୍ରୁନାଶ, ଧନଭୋଗ ଓ ଐଶ୍ବର୍ଯ୍ୟପ୍ରାପ୍ତ ହୋଇପାରନ୍ତି।

ତୁଳା: ମନରେ ପ୍ରସନ୍ନ ଭାବ ଦେଖାଦେଇ ପାରେ। ଚେଷ୍ଟାରେ ସଫଳତା ଲାଭ କରିବେ। ବିଭିନ୍ନ ସୂତ୍ରରୁ ଧନପ୍ରାପ୍ତିର ସୂଚନା ମିଳୁଛି। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ବନ୍ଧୁ ସହାୟତା ମିଳିପାରେ। ସର୍ବାଙ୍ଗୀନ ଉନ୍ନତି ଆଶାକରାଯାଏ।

ବିଛା: ଅର୍ଥ ପ୍ରାପ୍ତି ନିମନ୍ତେ ଜ୍ଞାନ ଓ ବଳକଷା କଷି ହୋଇପାରେ। ଦୁଃସାହସିକ କାର୍ଯ୍ୟ କରିପାରନ୍ତି। ବନ୍ଧୁ ଦର୍ଶନ ଶୁଭଦାୟକ ହେବ। ମୂଲ୍ୟବାନ୍‌ ଦ୍ରବ୍ୟ ପ୍ରାପ୍ତିର ସୂଚନା ମିଳୁଛି। ଉନ୍ନତି ମାର୍ଗରେ ଆଗକୁ ବଢ଼ିବେ। ଶତ୍ରୁ ଦମନ କରି ମାନସିକ ଶାନ୍ତି ଫେରି ପାଇବେ।

ଧନୁ: କଲ୍ୟାଣକାରୀ କାର୍ଯ୍ୟ ସଂପାଦନ କରି ପ୍ରଶଂସାର ପାତ୍ର ହେବେ। ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ନିଶ୍ଚିତ ମିଳିବ। ନୂତନ ଯୋଜନା ପ୍ରସ୍ତୁତ କରିପାରନ୍ତି। କୌଶଳରେ କାର୍ଯ୍ୟ ହାସଲ କରିପାରନ୍ତି। ଆର୍ଥିକ କ୍ଷେତ୍ରରେ ଉନ୍ନତି ଘଟିବ।

ମକର: ଆଲୋଚନା କ୍ଷେତ୍ରରେ ସୁଚିନ୍ତିତ ମତବ୍ୟକ୍ତ କରିପାରନ୍ତି। ଆଳସ୍ୟ ପରାୟଣତା ଆପଣଙ୍କ ଉନ୍ନତି ପଥରେ ପ୍ରତିବନ୍ଧକ ସାଜିପାରେ। ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ନିଜ ସମ୍ମାନକୁ ଜଗି ଚଳିବାକୁ ପଡ଼ିବ। ବ୍ୟବସାୟ ଲାଭଜନକ ହେବ। ସୁଖ ମିଳିବ।

କୁମ୍ଭ: କାର୍ଯ୍ୟରେ ସଫଳତା ଲାଭ କରିବେ। ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବିଚକ୍ଷଣ ବ୍ୟକ୍ତିର ପରିଚୟ ସୃଷ୍ଟି କରିବେ। ସର୍ବ ଜନାନୁରକ୍ତ ହୋଇପାରନ୍ତି। ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରତିପାଦନ କରିବେ।

ମୀନ: କ୍ରୀଡ଼ା କ୍ଷେତ୍ରରେ ପାରଦର୍ଶିତା ପ୍ରତିପାଦନ କରିପାରନ୍ତି। ମନୋବଳ ଦୃଢ଼ ରହିବ। ଆମୋଦ ପ୍ରମୋଦରେ ସମୟ ଅତିବାହିତ କରିପାରନ୍ତି। ଗୃହରେ ଶାନ୍ତିର ବାତାବରଣ ପ୍ରବାହିତ ହେବ। ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଲାଭ କରିବେ।

Comments are closed.