ଶୁକ୍ରବାର ରାଶିଫଳ(୧୮/୧୨/୨୦୨୦)

ମେଷ: ନିଜ ବୁଦ୍ଧିରେ ଚାଲିଲେ ସୁଖ ସମ୍ମାନ ଲାଭ କରିବେ। ସୁସମ୍ବାଦ ପାଇ ଖୁସି ହେବେ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି। ବିବାଦରେ ବିଜୟୀ ହେବେ।
ବୃଷ: ପରୋପକାର କରି ଆତ୍ମସନ୍ତୋଷ ଲାଭ କରିବେ। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ଅଧିକ କ୍ଷମତା ହାସଲ କରି ତା’ର ସଦ୍‍ବ୍ୟବହାର କରିପାରନ୍ତି। ବିବାଦରେ ବିଜୟୀ ହେବେ। ଧର୍ମମାର୍ଗକୁ ବାଛି ନେବେ।
ମିଥୁନ: କାର୍ଯ୍ୟ ଆନନ୍ଦଦାୟକ ହେବ। ଧନକ୍ଷୟ ହେବାର ସମ୍ଭାବନା ଅଛି। ଶାରୀରିକ ସ୍ତରରେ ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ। ଅଷ୍ଟମଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ।
କର୍କଟ: ମିଳିଥିବା ସୁଯୋଗର ସୁଉପଯୋଗ କରିବେ। ସୁଖକର ଘଟଣାମାନ ଘଟିପାରେ। କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି। ରୁଚିକର ଖାଦ୍ୟ ପାଇ ଆନନ୍ଦ ଉପଭୋଗ କରିପାରନ୍ତି।
ସିଂହ: କଳ, ବଳ, କୌଶଳ ପ୍ରୟୋଗ କରି ଶତ୍ରୁକୁ ପରାଜିତ କରିବେ। ମାନସିକ ଶାନ୍ତି ଫେରି ପାଇବେ। ସୁସମ୍ବାଦ ପାଇ ଖୁସି ହେବେ। ଶୁଭକାର୍ଯ୍ୟ ପାଇଁ ବାତାବରଣ ସ୍ୱଚ୍ଛ ଓ ନିର୍ମଳ ରହିଛି। ଋଣ ପରିଶୋଧ କରିବେ। ସମସ୍ୟାର ସୁସମାଧାନ ହେବେ।
କନ୍ୟା: ଚିନ୍ତାଗ୍ରସ୍ତ ହୋଇପାରନ୍ତି। ଅଧ୍ୟାପନା ପାଇଁ ପ୍ରସ୍ତୁତ ସ୍ୱରୂପ ଅଧ୍ୟନୟନରତ ହୋଇପାରନ୍ତି। ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ସୁ ସମ୍ବାଦ ପାଇ ଖୁସି ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସରକାରୀ କାର୍ଯ୍ୟ ବିବାଦୀୟ ହୋଇପାରେ।
ତୁଳା: ପରିଶ୍ରମ ଯେତେ କଠିନ ହେଉ ବା ନ ହେଉ ତା’ର ମୂଲ୍ୟ ମିଳିବ। ଗୃହ ପରିବେଶ ବାସପଯୋଗୀ ହେବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ଜିତେନ୍ଦ୍ରୀୟ ହେବେ। ପୁତ୍ର ସୁଖ ମିଳିପାରେ। ପରାକ୍ରମୀ ହେବେ। କୀର୍ତ୍ତିମାନ୍‍ ହେବେ।
ବିଛା: ଆପଣଙ୍କ ଉପଦେଶ ଗ୍ରହଣୀୟ ହେବ। ଲୋକ ସଂପର୍କ ବୃଦ୍ଧି ପାଇବ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଦେବ ଦର୍ଶନ କରିପାରନ୍ତି। ସରକାରୀ ସ୍ତରରୁ ଲାଭ ଉଠାଇ ପାରନ୍ତି।
ଧନୁ: ଅତୀତରେ ଘଟିଥିବା ବିବାଦୀୟ ଘଟଣାର ସୁସମାଧାନ କରିପାରନ୍ତି। ଆଶାବାଦୀ ହେବେ। ଚଞ୍ଚଳମନା ହୋଇପାରନ୍ତି। ବିବିଧ ଧନଯୁକ୍ତ ହେବେ। ଅତିସୁଖୀ ହୋଇପାରନ୍ତି। ହର୍ଷଯୁକ୍ତ ଓ ବିଶୁଦ୍ଧଭାଷୀ ହେବେ। ନୀତିନିଷ୍ଠ ହେବେ।
ମକର: ଚିନ୍ତାଧାରା ମହତ୍‍ ହୋଇପାରେ। ଉତ୍ସାହିତ ହୋଇ କାର୍ଯ୍ୟ ସମ୍ପାଦନ କରିପାରନ୍ତି। ଭଲ ଆୟ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‍ ହେବେ। ସୁସ୍ୱାଦ ଭୋଜନ ମିଳିବ। ସୁଖୀ ହେବେ। ସୁସ୍ଥ ରହିବେ। ନୂଆବନ୍ଧୁ ଜୁଟି ପାରନ୍ତି।
କୁମ୍ଭ: ଶତ୍ରୁକୁ ଆହ୍ୱାନ୍‍ ଦେଇପାରନ୍ତି। ଧର୍ମ କାର୍ଯ୍ୟରେ ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି। ଜନହିତକର କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। ନୀତିନିଷ୍ଠ ବ୍ୟକ୍ତିଭାବେ ନିଜର ପରିଚୟ ସୃଷ୍ଟି କରିବେ। ଖଣ୍ଡା ଧାରରେ ଚାଲିବାର ନିଷ୍ଠା ଅଛି।
ମୀନ: ଆୟ ଆଶାନୁରୂପ ହେବ। ଶୁଭ ଖବର ପାଇ ଉତ୍‍ଫୁଲ୍ଲିତ ହେବେ। ଜ୍ଞାନଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ରାଜଦ୍ୱାରରେ ସମ୍ମାନିତ ହୋଇପାରନ୍ତି।

Comments are closed.