ଶୁକ୍ରବାର ରାଶିଫଳ(୨ ଅକ୍ଟୋବର ୨୦୨୦)

ମେଷ: ହାତଛଡ଼ା ହୋଇଥିବା କାର୍ଯ୍ୟଟି ପୁଣି ହସ୍ତଗତ ହୋଇପାରେ। ବାଦ-ବିବାଦର ସମ୍ମୁଖୀନ ହୋଇପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସୁଗୁଣ ସମ୍ପନ୍ନ ହେବେ। ଦାତା ଓ ମାନୀ ହୋଇପାରନ୍ତି। ଶତ୍ରୁ ବିନାଶ କରିପାରନ୍ତି।
ବୃଷ: ଧର୍ମ-କର୍ମ ସଂପାଦନ କରିପାରନ୍ତି। ଦ୍ରବ୍ୟ ଲାଭର ସୂଚନା ମିଳୁଛି। ଅର୍ଥ ପ୍ରାପ୍ତ ହେବେ। ପାରିବାରିକ ସୁଖ ମିଳିବ। ନିତ୍ୟାନନ୍ଦ ଭୋଗ କରିବେ। ଯାନବାହନ ସୁଖ ମିଳିପାରେ। ଶତ୍ରୁ ବିଜୟୀ ହେବେ। ମନ ପ୍ରଫୁଲ୍ଲ ରହିବ।
ମିଥୁନ: ସମ୍ମାନନୀୟ ବ୍ୟକ୍ତିଭାବେ ଲୋକାଦୃତ ହେବେ। ଅର୍ଥପ୍ରାପ୍ତିର ସୂଚନା ମିଳୁଛି। କର୍ମରେ ଉନ୍ନତି ଘଟିବ। ଦୟାର୍ଦ୍ରଚିତ୍ତ ହୋଇପାରନ୍ତି। ସତ୍‍ପୁତ୍ର ଲାଭ କରିପାରନ୍ତି। ଶାସ୍ତ୍ରାଭାଷୀ ହେବେ ବିନୀତ ସ୍ୱଭାବଯୁକ୍ତ ହୋଇପାରନ୍ତି।
କର୍କଟ: ଦାନ-ଧର୍ମକୁ ଶ୍ରେୟ ମଣି ପାରନ୍ତି। ଅର୍ଥାଗମ ହେବ। ସତ୍‍କର୍ମରେ ବ୍ୟୟ କରିପାରନ୍ତି। ପରଧନରେ ଧନୀ ହୋଇପାରନ୍ତି। ପ୍ରିୟଭାଷୀ ହେବେ। ଧନ ଯାନବାହନଯୁକ୍ତ ହୋଇପାରନ୍ତି। ବହୁଧନ ଓ ବହୁମିତ୍ରଯୁକ୍ତ ହେବେ।
ସିଂହ: ଖର୍ଚ୍ଚାନ୍ତ ହେବା ଆଶା କରାଯାଏ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଖର୍ଚ୍ଚାନ୍ତ ହେବେ। ସାମାନ୍ୟ ପରିମାଣର ଅର୍ଥ ପ୍ରାପ୍ତ ହେବେ। କର୍ମ ଚଞ୍ଚଳ ରହିବେ। କରଛଡ଼ା ଦେଇଥିବା ମିତ୍ର ପୁଣି ପାଖକୁ ଫେରିବେ। ସତର୍କତାର ଦିନ।
କନ୍ୟା: କେତେକ ସମସ୍ୟା ଉପରେ ତର୍କର ସମ୍ମୁଖୀନ ହୋଇପାରନ୍ତି। ଆମୋଦ-ପ୍ରମୋଦରେ ସମୟ ଅତିବାହିତ କରିପାରନ୍ତି। ପାଣ୍ଡିତ୍ୟ ଅର୍ଜନ କରିବେ। ସତ୍ୟବାଦୀ ହେବେ। ଶତ୍ରୁ ଦମନ କରି ଧନ ଭୋଗ କରିପାରନ୍ତି।
ତୁଳା: ମନରେ ଅହଂଭାବ ଜାଗ୍ରତ ହୋଇପାରେ। ଆଶାବାଦୀ ହେବେ। ଅୟ ବୃଦ୍ଧିର ସୂଚନା ମିଳୁଛି। ପାରିବାରିକ ସୁଖଶାନ୍ତି। ଅବ୍ୟାହତ ରହିବ। ଶତ୍ରୁ ବିନାଶ କରିପାରନ୍ତି। ଶାନ୍ତ, ମେଧାବୀ ଓ ଜିତେନ୍ଦ୍ରିୟ ହେବେ।
ବିଛା: ଅର୍ଥାଭାବ ଦୂର କରିବା ପାଇଁ ଉଦ୍ୟମ ଜାରି ରଖିବେ। ଚିନ୍ତାଗ୍ରସ୍ତ ହୋଇପାରନ୍ତି। ହର୍ଷଯୁକ୍ତ, ବିଶୁଦ୍ଧଭାଷୀ ଓ ଧନଶାଳୀ ହେବେ। ବହୁ ଧନର ଅଧିକାରୀ ହେବେ। ଶତ୍ରୁ ଦମନ କରିବେ।
ଧନୁ: ଧନଲାଭକାରୀ ହେବେ। ଭୋଗୀ ହୋଇପାରନ୍ତି। ବିନୀତ ସ୍ୱଭାବର ହେବେ। ନିତ୍ୟାନନ୍ଦଯୁକ୍ତ, ଗୁଣବାନ ଓ ଧନୀ ହେବେ। ବହୁବିଦ୍ୟା ପାରଙ୍ଗମ ହେବେ। ଘାତଚନ୍ଦ୍ର ଯୋଗୁଁ ସତର୍କ ରହିବେ।
ମକର: ଆଜି ଦିନଟି ଆପଣଙ୍କ ପାଇଁ କଲ୍ୟାଣକାରୀ ହେବ। ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପାରିବାରିକ ସୁଖ ଶାନ୍ତି ଅବ୍ୟାହତ ରହିବ। ପ୍ରତିଯୋଗିତାରେ ବିଜୟୀ ହୋଇ ଧନପ୍ରାପ୍ତ ହେବେ।
କୁମ୍ଭ: ଜଣେ ସୂଚନା ଦାତାଠାରୁ ଗୁରୁତ୍ୱପୂର୍ଣ୍ଣ ଘଟଣା ଆପଣଙ୍କ ଜ୍ଞାତସାରକୁ ଆସିବ। ଆଶାବାଦୀ ହେବେ। ଧର୍ମ-କର୍ମ ସଂପାଦନ କରିପାରନ୍ତି। ଧନାଗମ ହେବ। ନୀତିନିଷ୍ଠ ହେବେ। ଉତ୍ସର୍ଗୀକୃତ ମନୋଭାବର ହେବେ।
ମୀନ: ମିଳି ଥିବା ସୁଯୋଗକୁ ହାତଛଡ଼ା କରିବେ ନାହିଁ। ରୋଜଗାର ଆଶାନୁରୂପ ହେବ। ମିଷ୍ଟାନ୍ନ ଭୋଜନ ମିଳିବ। ଗୁଣବାନ୍‍ ହେବେ। ସୁସ୍ଥ ଓ ନିରାମୟ ରହିବେ। କୌଣସି କାରଣରୁ ଧନକ୍ଷୟ ହୋଇପାରେ।

Comments are closed.