ଶୁକ୍ରବାର ରାଶିଫଳ (୦୭.୦୮.୨୦୨୦)

ମେଷ: ପୂର୍ବ କାର୍ୟ୍ୟର ସୁଫଳ ପାଇବେ। ତରବର ନ ହୋଇ ଅପେକ୍ଷାରତ ହେବାକୁ ପଡ଼ିବ। ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜି ପାରନ୍ତି। ବନ୍ଧୁ ବିରୋଧର ସମ୍ମୁଖୀନ ହୋଇ ଖର୍ଚ୍ଚାନ୍ତ ହୋଇପାରନ୍ତି।
ବୃଷ: ଶୁଭଯୋଗ ଅଛି। ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି। ସତ୍‍କର୍ମରେ ନିଜକୁ ନିୟୋଜିତ କରିବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସରକାରଙ୍କ କୃପାପାତ୍ର ହେବେ। କରିତ୍‍କର୍ମା ହେବେ।
ମିଥୁନ: ଆୟ ବୃଦ୍ଧିର ସୁଯୋଗ ସୃଷ୍ଟି ହୋଇଛି। ସୁସମ୍ବାଦ ପାଇ ଆନନ୍ଦ ଅନୁଭବ କରିପାରନ୍ତି। କର୍ମକ୍ଷେତ୍ରରେ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ। ଶୁଭକାର୍ୟ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ବିବାଦୀୟ ଘଟଣାରେ ବିଜୟୀ ହେବେ।
କର୍କଟ: କାର୍ୟ୍ୟର ସଫଳ ରୂପାୟନ କରି ପୁରସ୍କୃତ ହୋଇପାରନ୍ତି। କ୍ଷମତାର ଅଭିବୃଦ୍ଧି ଘଟାଇ ତା’ର ସଦ୍‍ବ୍ୟବହାର କରିପାରନ୍ତି। ପ୍ରତିଯୋଗିତାରେ ଭାଗ ନେଇ କୃତିତ୍ୱ ଅର୍ଜନ କରିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଅତିଥି ସତ୍କାରରେ ମଗ୍ନ ହେବେ।
ସିଂହ: କୌଣସି ଏକ ସମସ୍ୟାକୁ କେନ୍ଦ୍ର କରି ବିରୋଧୀଙ୍କ ସହ ବଳକଷା କଷି ହୋଇପାରେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଅର୍ଥ ଅନର୍ଥର ମୂଳ କାରଣ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ଉଚ୍ଚସ୍ଥାନ ଆରୋହଣ ନ କରିବା ଭଲ।
କନ୍ୟା: ନିର୍ଭୟରେ କାର୍ୟ୍ୟ କରି କୃତକାର୍ୟ୍ୟ ହେବେ। ସୁଖକର ଘଟଣାମାନ ଘଟିବ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଶୁଭକାର୍ୟ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ବନ୍ଧୁଙ୍କ ସହ ଆନନ୍ଦ ଉପଭୋଗ କରିବେ।
ତୁଳା: ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ। ମନରେ ଅହଂଭାବ ଆସିପାରେ। ଶୁଭଖବର ପାଇ ଖୁସି ହେବେ। ବ୍ୟସ୍ତତା ମଧ୍ୟରେ ଦିନଟି ଅତିବାହିତ ହେବ। ଶୁଭକାର୍ୟ୍ୟ କରି ଆତ୍ମ ସନ୍ତୋଷ ମିଳିବ। ଋଣ ପରିଶୋଧ କରିବେ।
ବିଛା: କାର୍ୟ୍ୟ ପ୍ରାପ୍ତି ପାଇଁ ପ୍ରଗାଢ଼ ଉଦ୍ୟମ ଚଳାଇ ପାରନ୍ତି। ଶେଷରେ କୃତକାର୍ୟ୍ୟ ହେବା ଆଶା କରାଯାଏ। ପରୀକ୍ଷା ପାଇଁ ଅଧ୍ୟୟନରତ ହୋଇପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଶୁଭ ସମ୍ବାଦ ପାଇ ଖୁସି ହେବେ। ପାରିବାରିକ ସୁଖ ମିଳିବ।
ଧନୁ: କାର୍ୟ୍ୟର ସଫଳ ରୂପାୟନ କରିବାରେ ସକ୍ଷମ ହେବେ। ପରିଶ୍ରମର ମୂଲ୍ୟ ମିଳିବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ପର ମୁହୂର୍ତ୍ତରେ ଅନୁତପ୍ତ ହୋଇପାରନ୍ତି। ପ୍ରଭୂତ ଧନର ଅଧିକାରୀ ହୋଇପାରନ୍ତି।
ମକର: ଶ୍ରମ ସାର୍ଥକ ହେବ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ। ଉନ୍ନୟନ କାର୍ୟ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଠାକୁରଙ୍କ ଦର୍ଶନ ଲାଭ କରି ଆତ୍ମ ସନ୍ତୋଷ ଲାଭ କରିବେ। ଅଶାନ୍ତିର ଉପଶମ ହେବ। ସରକାରୀ ସ୍ତରରୁ ଲାଭ ମିଳିବ।
କୁମ୍ଭ: ଗୁରୁ କଲ୍ୟାଣ ପାଇ ମନୋବାଞ୍ଛା ପୂର୍ଣ୍ଣ କରିପାରନ୍ତି। ସ୍ୱାଧୀନ ଚିନ୍ତାଧାରା ନେଇ କାର୍ୟ୍ୟ କରିବେ ଓ କୃତିତ୍ୱ ଅର୍ଜନ କରିବେ। ସ୍ୱ ଅର୍ଜିତ ଧନ ଭୋଗ କରିପାରନ୍ତି। ଧନ-ଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ ହେବ।
ମୀନ: ଶ୍ରୀଚନ୍ଦ୍ର ଭୋଗ ହେତୁ ଆୟ ପରିମାଣ ବୃଦ୍ଧି ପାଇବ। ସରକାର କିମ୍ବା ବନ୍ଧୁ ସୂତ୍ରରୁ ଲାଭବାନ୍‍ ହୋଇପାରନ୍ତି। ଉତ୍ତମ ଭୋଜନ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଚିନ୍ତାଧାରା ମହତ୍‍ ହେବ।

Comments are closed.