ଶୁକ୍ରବାର ରାଶିଫଳ (୩୧.୦୭.୨୦୨୦)

ମେଷ: ଭାଗ୍ୟର ପରିବର୍ତ୍ତନ ଘଟିବ। ଭୋଗ-ବିଳାସ କରିପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍‌ ହେବା ଆଶା କରାଯାଏ।
ବୃଷ: ପୂର୍ବ ସମସ୍ୟାକୁ କେନ୍ଦ୍ର କରି ମନରେ ଦୁଶ୍ଚିନ୍ତା ଜାତ ହୋଇପାରେ। ଶାରୀରିକ ପୀଡ଼ା ଉପୁଜି ପାରେ। ଈର୍ଷା ପରାୟଣ ନ ହୋଇ ସଦ୍ଭାବନାଯୁକ୍ତ ହେବା ଆପଣଙ୍କ ପକ୍ଷେ ଭଲ ହେବ। ସ୍ବାଭିମାନୀ ହୋଇପାରନ୍ତି। ସହଯୋଗୀ ବ୍ୟବସାୟରୁ ଲାଭ ମିଳିବ।
ମିଥୁନ: ବନ୍ଧୁଙ୍କ ସହଯୋଗ ପାଇ କୃତଜ୍ଞ ହୋଇପାରନ୍ତି। ସମାଜ ସେବାରେ ନିଜକୁ ନିୟୋଜିତ କରିବେ। ବ୍ୟବସାୟ ଲାଭଜନକ ହେବ। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ। ମନରେ ଅହଂଭାବ ଆସିପାରେ।
କର୍କଟ: କଷ୍ଟ ସହ୍ୟ କରି ଆଗକୁ ବଢ଼ିଲେ ମାର୍ଗ ସୁଗମ ହେବ। କାର୍ଯ୍ୟ କରିବା ପୂର୍ବରୁ ପରାମର୍ଶ ଆବଶ୍ୟକ। ଭାଇମାନଙ୍କ ଉପରେ ସ୍ନେହ ଭାବ ରହିବ। ସୁସ୍ଥ ଓ ନିରାମୟ ରହିବେ। ବଳିଷ୍ଠ ଓ ଶତ୍ରୁହନ୍ତା ହେବେ। ଚାକିରିରେ ସୁନାମ ଅର୍ଜନ କରିବେ।
ସିଂହ: ଜିଦ୍‌ଖୋର ମନୋବୃତ୍ତି ଗ୍ରହଣ କରିପାରନ୍ତି। କେତେକ କ୍ଷେତ୍ରରେ ନୀରବ ଦ୍ରଷ୍ଟ୍ରା ସାଜି ପାରନ୍ତି। କର୍ମଚଞ୍ଚଳ ରହିବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ବ୍ୟବସାୟ ଲାଭଜନକ ହେବ। ଶିକ୍ଷିତା ପତ୍ନୀଙ୍କ ପ୍ରସ୍ତାବ ଗ୍ରହଣ ଯୋଗ୍ୟ ହେବ।
କନ୍ୟା: ଉଦାର ସ୍ବଭାବର ହେବେ। ଦାନ-ଧର୍ମକୁ ଶ୍ରେୟ ମଣିପାରନ୍ତି। ବ୍ୟକ୍ତିତ୍ବର ବିକାଶ ଘଟିବ। ସୁସ୍ଥ ଓ ନିରାମୟ ରହିବେ। କୃଷି କାର୍ଯ୍ୟରେ ଧ୍ୟାନ ଦେବେ। ପ୍ରେମୀ ଓ ବୁଦ୍ଧିମାନ୍‌ ହୋଇପାରନ୍ତି। ଯାନବାହନ ସୁଖ ମିଳିବା ଆଶା କରାଯାଏ।
ତୁଳା: ଭାବି-ଚିନ୍ତି କାର୍ଯ୍ୟ କରିବାକୁ ପଡ଼ିବ। ମନପ୍ରସନ୍ନ ରହିବ। ଈଶ୍ବର ବିଶ୍ବାସୀ ହେବେ। ପ୍ରେମୀ ଓ ସାହସୀ ହେବେ। ଭ୍ରାତୃଭାବ ଅତୁଟ ରହିବ। ଧାର୍ମିକ, ବନ୍ଧୁପ୍ରେମୀ ଓ ବିଦ୍ବାନ୍‌ ହୋଇପାରନ୍ତି। ବହୁଲୋକଙ୍କ ଆଶା, ଆକାଂକ୍ଷାର ପାତ୍ର ହେବେ।
ବିଛା: ଆଶାବାଦୀ ହେବେ। ଭାଗ୍ୟଶାଳୀ ହୋଇପାରନ୍ତି। ସହନଶୀଳ ଓ ବନ୍ଧୁପ୍ରେମୀ ହେବେ। ସୁଭାଷୀ ଓ ଶାନ୍ତିପ୍ରିୟ ହେବେ। ମିତ୍ର ସୁଖ ଲାଭ କରିବେ। କର୍ତ୍ତବ୍ୟନିଷ୍ଠ ଓ ଉଦ୍ୟୋଗୀ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହେବ।
ଧନୁ: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟର ମାର୍ଗ ଉନ୍ମୁକ୍ତ ରହିବ। ସ୍ବାଦିଷ୍ଟ ଭୋଜନରେ ଆପ୍ୟାୟିତ ହେବେ। ଐଶ୍ବର୍ଯ୍ୟଯୁକ୍ତ ହେବେ। ମାଲି-ମୋକଦ୍ଦମାରେ ବିଜୟୀ ହେବେ ଓ ଧନଲାଭ ହେବାର ସୂଚନା ମିଳୁଛି।
ମକର: ଅସାଧ୍ୟ ସାଧନ କରିବାର ଶକ୍ତି ଆପଣଙ୍କର ଅଛି। ଦ୍ରବ୍ୟ ଲାଭର ସୂଚନା ମିଳୁଛି। ଚଞ୍ଚଳ ସ୍ବଭାବର ହେବେ। ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଉପୁଜି ପାରେ। ଧାର୍ମିକ ପ୍ରବୃତ୍ତିର ହେବେ। ଖର୍ଚ୍ଚାନ୍ତ ଯୋଗ ଅଛି। ମଧୁରଭାଷୀ ହେବେ।
କୁମ୍ଭ: ସରକାରୀ ଓ ବେସରକାରୀ ସ୍ତରରେ ସମ୍ମାନିତ ହେବେ। ସୁସ୍ଥ ଓ ନିରାମୟ ରହିବେ। କର୍ମଚଞ୍ଚଳ ରହିବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ଗୃହ ସୁଖ ଓ ଯାନବାହନ ସୁଖ ମିଳିବ। ବିଭିନ୍ନ ବିଦ୍ୟାରେ ପାରଙ୍ଗମ ଓ ଯଶସ୍ବୀ ହେବେ।
ମୀନ: ପରୋପକାରୀ ହେବେ। କୁଳ ଉଳକାରୀ ହୋଇପାରନ୍ତି। ମନପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସ୍ବଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ସରକାରୀ ମାନ୍ୟତା ମିଳିବ। ପାରିବାରିକ ସ୍ନେହ ରହିବ।

Comments are closed.