ଶୁକ୍ରବାର ରାଶିଫଳ ୨୨। ୫। ୨୦୨୦

ମେଷ: ମିଷ୍ଟାନ୍ନ ଭୋଜନରେ ତୃପ୍ତି ଲାଭ କରିବେ। ବିଭିନ୍ନ ଦିଗରୁ ଧନାଗମ ହେବ। ଆକସ୍ମିକ ସମସ୍ୟା ମନକୁ ବିଷାଦିତ କରିପାରେ। ଲୋଭ ସମ୍ବରଣ କରି ନ ପାରି ଅସୁବିଧାରେ ପଡ଼ିପାରନ୍ତି। କୁ-କର୍ମଠାରୁ ଦୂରେଇ ରହିବେ।
ବୃଷ: ଆୟ ଆଶାନୁରୂପ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‌ ହୋଇପାରନ୍ତି। ଉତ୍ତମ ଭୋଜନ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ଓ ନିରାମୟ ରହିବେ। ନୂଆ ବନ୍ଧୁ ଜୁଟିବେ। ଚିନ୍ତାଧାରା ଉନ୍ନତମାନର ହେବ। ସରକାରଙ୍କ କୃପାପାତ୍ର ହେବେ।
ମିଥୁନ: ସ୍ବକର୍ମ ପାଇଁ ପ୍ରଶଂସାର ପାତ୍ର ହେବେ। କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଘଟାଇ ଖର୍ଚ୍ଚାନ୍ତ ହୋଇପାରନ୍ତି। ସ୍ବାଭିମାନୀ ଓ ଚଞ୍ଚଳମନା ହେବେ। ବିବାଦୀୟ ବିତର୍କରେ ଭାଗ ନ ନେଇ ନୀରବ ଦ୍ରଷ୍ଟା ସାଜି ପାରନ୍ତି। ମଧୁରଭାଷାରେ ପରକୁ ଆପଣାର କରିବେ।
କର୍କଟ: ରୋଜଗାର ଅଧିକ ହେବ। ଶୁଭ ଖବର ପାଇ ଖୁସି ହୋଇପାରନ୍ତି। ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କରିତ୍‌କର୍ମା ହେବା ଆଶା କରାଯାଏ।
ସିଂହ: ଶ୍ରମ ସାର୍ଥକ ହେବ। ସୁସମ୍ବାଦ ପାଇ ଖୁସି ହେବେ। କର୍ମକ୍ଷେତ୍ର ଉଳମୟ କରିପାରନ୍ତି। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ବିବାଦୀୟ କ୍ଷେତ୍ରରେ ବିଜୟୀ ହେବେ। କୀର୍ତ୍ତିମାନ୍‌ ହୋଇପାରନ୍ତି।
କନ୍ୟା: କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ଅଧିକ କ୍ଷମତା ହାତକୁ ଆସିବ ଓ ତା’ର ସଦ୍‌ବ୍ୟବହାର କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।
ତୁଳା: ଲାଗି ରହିଥିବା ଝାମେଲାର ଅନ୍ତଃ ଘଟାଇବା କଷ୍ଟସାଧ୍ୟ ହେବ। ଆର୍ଥିକ ସ୍ଥିତି ଦୁର୍ବଳ ରହିପାରେ। ମନରେ ଉଦ୍‌ବେଗ ଜାତ ହେବ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଭାଗୁଆଳି ବ୍ୟବସାୟ ଲାଭଜନକ ହେବ। ସ୍ବାଭିମାନୀ ହେବେ।
ବିଛା: କାର୍ଯ୍ୟରେ ସଫଳତା ଲାଭ କରିପାରନ୍ତି। ସୁଖକର ଘଟଣାମାନ ଘଟିବ। କର୍ମକ୍ଷେତ୍ର ଶାନ୍ତିଦାୟକ ହେବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଆନନ୍ଦ ଉପଭୋଗ କରିବେ। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ବନ୍ଧୁ ସହାୟତା ମିଳିବ।
ଧନୁ: ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ। ଶୁଭଖବର ପାଇ ଖୁସି ହୋଇପାରନ୍ତି। ବ୍ୟସ୍ତତା ମଧ୍ୟରେ ଦିନଟି ଅତିବାହିତ ହେବ। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ।
ମକର: ପଢ଼ା-ପଢ଼ିରେ ମନୋନିବେଶ କରିବେ। ବିନା ପରିଶ୍ରମରେ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଶୁଭ ସମ୍ବାଦ ପାଇ ଖୁସି ଖୁସି ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବୁଦ୍ଧିବଣା ହୋଇପାରେ। ପ୍ରିୟା-ପ୍ରୀତି ତୋଷଣ କଲେ ସୁନାମରେ ଆଞ୍ଚ ଆସିବ।
କୁମ୍ଭ: ସ୍ବକର୍ମ ପାଇଁ ସମ୍ମାନିତ ହୋଇପାରନ୍ତି। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ସାଧନା ଫଳବତୀ ହେବ। ଉପୁଜି ଥିବା ସମସ୍ୟାର ଆଶୁ ସମାଧାନ ହୋଇପାରେ। ଚିନ୍ତାମୁକ୍ତ ହେବେ।
ମୀନ: ନିର୍ଭରଶୀଳ ନହୋଇ ଏପରିକି ଅନ୍ୟର ପରାମର୍ଶକୁ ଅପେକ୍ଷା ନ କରି ନିଜ ଚିନ୍ତାଧାରାରେ କାର୍ଯ୍ୟ କଲେ ସଫଳତା ମିଳିବ। ଆର୍ଥିକ କ୍ଷେତ୍ର ସ୍ବଚ୍ଛଳ ରହିବ। ଶୁଭ କାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି। ସରକାରୀ ସ୍ତରରୁ ଲାଭ ଉଠାଇବେ।

Comments are closed.