ଶୁକ୍ରବାର ରାଶିଫଳ(୧୫- ୫-୨୦୨୦)

ମେଷ: ଉଦଯୋଗୀ ହୋଇପାରନ୍ତି। ଆୟ ଆଶାନୁରୂପ ହେବ। ବନ୍ଧୁ ଓ ଆତ୍ମୀୟସ୍ୱଜନଙ୍କ ପ୍ରତି ପ୍ରଗାଢ଼ ଅନୁରକ୍ତି ରହିବ। ଗରିମାମୟ ହେବେ। କାର୍ଯ୍ୟକ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିବେ। ପ୍ରିୟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ମିଳିବ।
ବୃଷ: କର୍ମକ୍ଷେତ୍ର ଲାଭଦାୟକ ହେବ। ସାଧନାରେ ସିଦ୍ଧିପ୍ରାପ୍ତିର ସୂଚନା ମିଳୁଛି। ଚିନ୍ତାଧାରା ସ୍ୱଚ୍ଛ ଓ ନିର୍ମଳ ରହିବ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଶ୍ରେଷ୍ଠ ପଦରେ ଆସୀନ ହେବା ସହ ଶତ୍ରୁ ବିଜୟୀ ହେବେ। ନମ୍ରତାର ସହ ସୁ କାର୍ଯ୍ୟ କରିବେ।
ମିଥୁନ: ଉଚ୍ଚ ସମ୍ମାନ ଲାଭ କରିବେ। ବିଦ୍ୟା ରୂପକ ମହାଧନ ଅର୍ଜନ କରିବେ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବା ସହ ପ୍ରୀତି ଲାଭ କରିପାରନ୍ତି। ଉଚ୍ଚକୋଟିର ବ୍ୟକ୍ତବ୍ୟ ପ୍ରଦାନ କରି ଜନସାଧାରଣଙ୍କ ମନ ନେଇ ପାରନ୍ତି।
କର୍କଟ: ବିଜ୍ଞ ବ୍ୟକ୍ତିଭାବେ ସାମାଜିକ ସ୍ତରରେ ଆଦରଣୀୟ ହେବେ। ଶାସ୍ତ୍ରଜ୍ଞ ହୋଇପାରନ୍ତି। ଶତ୍ରୁ ନିିପାତ କରିବାରେ ସିଦ୍ଧହସ୍ତ ହେବେ। ଦେବ ଦ୍ୱିଜ ପରାୟଣ ହେବେ। କଳ୍ପନାବିଳାସୀ ହେବେ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ।
ସିଂହ: ଦୂରଯାତ୍ରା ଶୁଭଦାୟକ ହେବ। ବହୁ ଶୁଭଫଳ ଆଶା କରାଯାଏ। ବିଦ୍ୟାବାନ୍‍ ହେବେ। ଧର୍ମପରାୟଣ ହେବେ। ବ୍ୟବସାୟ ଲାଭଜନକ ହେବ। ସରକାରୀ ସ୍ତରରେ ସମ୍ମାନିତ ହେବେ। ଅଶାନ୍ତି ଦୂର ହେବ।
କନ୍ୟା: ନୂତନ କାର୍ଯ୍ୟର ଶୁଭାରମ୍ଭ କରିବେ। ମନରେ ଗର୍ବଭାବ ବହନ କରିପାରନ୍ତି। ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ। କର୍ମକ୍ଷେତ୍ରରେ ସଫଳତା ମିଳିିବ। ଦେବ ଦର୍ଶନର ସୁଯୋଗ ଅଛି। ବାକ୍ୟବୀର ନହୋଇ କର୍ମବୀର ହୋଇପାରନ୍ତି।
ତୁଳା: ବହୁ ସୁଖର ଅଧିକାରୀ ହେବେ। ବିଦ୍ୟାଯୁକ୍ତ ହୋଇପାରନ୍ତି। ସାଧୁମାନଙ୍କ ଆଶୀର୍ବାଦକୁ ପାଥେୟ କରି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିବେ। ଶତ୍ରୁ ଦମନ କରି ଧନଭୋଗ କରିପାରନ୍ତି। ଐଶ୍ୱର୍ଯ୍ୟଯୁକ୍ତ ହେବେ। ସୁଖ ମିଳିବ।
ବିଛା: ବିଳମ୍ବରେ କାର୍ଯ୍ୟ ହାସଲ କରିବାକୁ ସକ୍ଷମ ହେବେ। ସତ୍‌ସଙ୍ଗୀ ହେବେ। ଧର୍ମ କାର୍ଯ୍ୟରେ ମନୋନିବେଶ କରିବେ। ପ୍ରୀତିଲାଭ କରିପାରନ୍ତି। କୁଳ ପ୍ରଧାନ ହେବେ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଧନ ଲାଭ ହେବ।
ଧନୁ: ଆନନ୍ଦ ଉତ୍ସବ ଲାଗି ରହିବ। କାର୍ଯ୍ୟରେ ଅପୂର୍ବ ସଫଳତା ଲାଭ କରିବେ। ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିପାରନ୍ତି। ଅସୁସ୍ଥତାରୁ ଆରୋଗ୍ୟ ଲାଭ କରିବେ। କୃଷି କର୍ମରେ ଦକ୍ଷତା ପ୍ରତିପାଦନ କରିପାରନ୍ତି। ବିନୟ ଭାବ ପ୍ରକାଶ କରିବେ।
ମକର: କର୍ମ କ୍ଷେତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଆଶାବାଦୀ ହୋଇପାରନ୍ତି। ଚିନ୍ତାଧାରା ବିକ୍ଷିପ୍ତ ହୋଇପାରେ। ବୁଦ୍ଧିଭ୍ରମ ହେବାର ଆଶଙ୍କା ଅଛି। ଶତ୍ରୁ ଦମନ କରିବେ।
କୁମ୍ଭ: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ମନରେ ପ୍ରସନ୍ନ ଭାବ ଦେଖାଦେବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ଚିନ୍ତାଧାରା ଉନ୍ନତମାନର ହେବ। ନୂଆ ବନ୍ଧୁ ଭୁଲ ବାଟରେ ନେବାକୁ ଚେଷ୍ଟା କରିବେ।
ମୀନ: କାର୍ଯ୍ୟକୁ କରାୟତ୍ତ କରିବାରେ ସିଦ୍ଧହସ୍ତ ହେବେ। ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ। ବ୍ୟୟାଧିକ୍ୟ ସମ୍ମୁଖୀନ ହେବେ। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ। ବିତ୍ତବାନ୍‍ ହେବେ।

Comments are closed.