ଶୁକ୍ରବାର ରାଶିଫଳ ( ୩୦-୧୦-୨୦୨୦)

ମେଷ: କାର୍ଯ୍ୟରେ ଆତ୍ମ ସନ୍ତୋଷ ଲାଭ କରିବେ। ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜି ପାରନ୍ତି। କର୍ମଚଞ୍ଚଳ ରହିବେ। ମଧୁର କଥା କହି ଲୋକ ସଂପର୍କ ବୃଦ୍ଧି ଘଟାଇ ପାରନ୍ତି। ସ୍ୱାସ୍ଥ୍ୟ ରକ୍ଷା ପାଇଁ ଖର୍ଚ୍ଚାନ୍ତ ହେବେ।

ବୃଷ: ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ। ଶୁଭ ଖବର ପାଇ ଅତ୍ୟନ୍ତ ଖୁସି ହେବେ। ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସରକାରୀ କୃପା ମିଳିବ।

ମିଥୁନ: କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଶୁଭଖବର ପାଇ ଖୁସି ହୋଇପାରନ୍ତି। କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରି ଗଢ଼ି ତୋଳିବେ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ। ବିବାଦରେ ବିଜୟୀ ହେବେ। ଶୁଭକାର୍ଯ୍ୟ କରଣୀୟ।

କର୍କଟ: କର୍ମଚଞ୍ଚଳ ରହିବେ। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। କ୍ଷମତାର ଅଭିବୃଦ୍ଧି ଘଟିବ ଓ ତା’ର ସଦ୍‍ବ୍ୟବହାର କରିପାରନ୍ତି। ପତ୍ନୀଙ୍କ ସ୍ୱାସ୍ଥ୍ୟ ପ୍ରତି ଦୃଷ୍ଟି ଦେବାକୁ ପଡ଼ିବ। ସତ୍‍ସଙ୍ଗୀ ହୋଇପାରନ୍ତି।

ସିଂହ: ସେବା ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ପ୍ରିୟ ଭାଷୀ ହେବେ। ପୁତ୍ର ସୁଖ ମିଳିପାରେ। ପରାକ୍ରମୀ ହୋଇପାରନ୍ତି; ମାତ୍ର ସାମାନ୍ୟ ଅସୁସ୍ଥତା ଯୋଗୁଁ ଦୁର୍ବଳମନା ହେବେ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ।

କନ୍ୟା: ସୁଖକର ଘଟଣାମାନ ଘଟିପାରେ। କର୍ମର୍କ୍ଷେତ୍ର ଉଜ୍ଜ୍ୱଳମୟ ହେବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଆନନ୍ଦ ଉପଭୋଗ କରିପାରନ୍ତି। ବନ୍ଧୁ ମିଳିନରେ ଆତ୍ମସନ୍ତୋଷ ଲାଭ କରିବେ।

ତୁଳା: ବନ୍ଧୁଙ୍କ ସହାୟତାରେ ଶତ୍ରୁର ମୁକାବିଲା କରି ବିଜୟୀ ହେବେ। ମାନସିକ ଶାନ୍ତି ମିଳିବ। ସୁସମ୍ବାଦ ମିଳିପାରେ। ସାରାଦିନ କାର୍ଯ୍ୟ ବ୍ୟସ୍ତ ରହିବେ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଋଣ ପରିଶୋଧ କରିପାରନ୍ତି।

ବିଛା: ଯାହା ଇଚ୍ଛା କରିବେ ତାହା ପାଇପାରନ୍ତି। ବିଭିନ୍ନ ଦିଗରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ନିଜର ପିଲାଙ୍କ ପଢ଼ାପଢ଼ି ପାଇଁ ଯତ୍ନଶୀଳ ହେବେ। ପାରିବାରିକ ଜୀବନ ସୁଖପ୍ରଦ ହେବ। ସ୍ୱତନ୍ତ୍ର ସୁବିଧା ହାସଲ କରିପାରନ୍ତି।

ଧନୁ: ପରିଶ୍ରମ ଅଧିକ ହେଲେ ବି ତା’ର ମୂଲ୍ୟ ମିଳିବ। ଅବଶ୍ୟ କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ପୁଣ୍ୟଦେହୀ ହେବେ। ରାଜପୂଜିତ ହୋଇପାରନ୍ତି। ସତ୍‍କର୍ମରେ ନିୟୋଜିତ ହେବେ। ଧର୍ମାଶ୍ରିତ ହେବେ।

ମକର: ଅଧିକ ଉପାର୍ଜନ କରି ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ବଜାୟ ରଖିବେ। ଶୁଭକାର୍ଯ୍ୟ ପାଇଁ ସାହାଯ୍ୟପ୍ରାପ୍ତ ହୋଇପାରନ୍ତି। ଠାକୁରଙ୍କ ଦର୍ଶନ ପାଇ ଆଶ୍ୱସ୍ତ ହେବେ। ଅଶାନ୍ତିର ମାତ୍ରା ହ୍ରାସ ହେବ। ସରକାରୀ ସ୍ତରରୁ ଲାଭ ମିଳିବ।

କୁମ୍ଭ: ଆପଣଙ୍କ ପ୍ରସ୍ତାବ ଉପର ମହଲ‌େର ସ୍ୱାଗତଯୋଗ୍ୟ ହେବ। ଶ୍ରମ ସାର୍ଥକ ହେବ। ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି। ତ୍ୟାଗଶୀଳ ଓ ନୀତିଜ୍ଞ ହୋଇପାରନ୍ତି। ପରୋପକାରୀ ହେବେ। ଅନୁଷ୍ଠାନର ମାନ ବଢ଼ାଇପାରନ୍ତି।

ମୀନ: ଆଶାବାଦୀ ହେବେ। ଆୟର ମାତ୍ରା ବୃଦ୍ଧି ହେବ। ସୁସ୍ୱାଦୁ ଭୋଜନ ମିଳିବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‍ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସ୍ୱାସ୍ଥ୍ୟ ଅତୁଟ ରହିବ। ନୂଆ ବନ୍ଧୁ ଜୁଟିବେ। ଚିନ୍ତାଧାରା ଉନ୍ନତମାନର ହେବ।

Comments are closed.