ଶୁକ୍ରବାର ରାଶିଫଳ(୨୭/୦୩/୨୦୨୦)

ମେଷ: ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ନିଜ ଅର୍ଜିତ ଧନ ଭୋଗ କରିବେ। ଶୀର୍ଷପଦକୁ ଯାଇପାରନ୍ତି। ଜଣେ ପରାମର୍ଶଦାତା ଭାବେ ସୁନାମ ଅର୍ଜନ କରିବେ। ସମୃଦ୍ଧିର ମୂଳଦୁଆ ପକାଇ ଅାଗେଇବେ।
ବୃଷ: ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। କାର୍ଯ୍ୟରେ ବାଧା ଉପୁଜି ପାରେ। କଟୁ ବାକ୍ୟ ପ୍ରୟୋଗ କରି ସାଥି ଛଡ଼ା ହୋଇପାରନ୍ତି। ନୃତ୍ୟ,ସଙ୍ଗୀତପ୍ରିୟ ହେବେ। ଉପଯୁକ୍ତ କର୍ମାନୁରକ୍ତ ହୋଇପାରନ୍ତି। ଯଶସ୍ୱୀ ହେବେ। ସରକାରୀ ଅର୍ଥ ମିିଳିପାରେ।
ମିଥୁନ: ଆଶୀର୍ବାଦ ପ୍ରାପ୍ତ ହେବେ। ଧନ ଲାଭ ସହିତ ସମ୍ମାନିତ ହେବାର ସୂଚନା ମିଳୁଛି। ସତ୍‍କର୍ମରେ ବ୍ୟୟ କରିପାରନ୍ତି। ମାନ-ସମ୍ମାନ ବୃଦ୍ଧି ହେବ। ଜନସାଧାରଣଙ୍କ କଲ୍ୟାଣ ଭାଜନ ହେବେ। ସତ୍‍ପଥଗାମୀ ହେବେ। ଦାମ୍ପତ୍ୟ ସୁଖ ମିଳିବେ।
କର୍କଟ: ଗୋଳମାଳିଆ ପରିସ୍ଥିତିରେ ଉଧୁରି ଯିବେ। ଶ୍ରମ ସାର୍ଥକ ହେବ। ବହୁ ଶୁଭଫଳ ଆଶା କରାଯାଏ। ଐଶ୍ୱର୍ଯ୍ୟଯୁକ୍ତ ହେବେ। ବ୍ୟବସାୟ ଲାଭଜନକ ହେବ। କୃଷିକ୍ଷେତ ପ୍ରତି ଧ୍ୟାନ େଦେବେ। ରାଜ ସୁଖ ଭୋଗ କରିପାରନ୍ତି। ମହିମା ପ୍ରକାଶ କରିବେ।
ସିଂହ: ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି। ପୂଜ୍ୟ-ପୂଜାରେ ବ୍ରତୀ ହେବେ। ବ୍ୟବସାୟ ଲାଭଜନକ ହେବ। ସୁଖ-ସମୃଦ୍ଧି ନୂଆ ରୂପ ନେବ। ମହତ୍‍ ଲକ୍ଷ୍ୟ ନେଇ କାର୍ଯ୍ୟ କରିବେ। ବନ୍ଧୁବାନ୍ଧବଙ୍କ ପ୍ରତି ଅନୁରକ୍ତି ପ୍ରଗାଢ଼ ହେବ।
କନ୍ୟା: ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। କାର୍ଯ୍ୟ ସ୍ଥଗିତ ରଖିବା ଭଲ ହେବ। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ଉଚ୍ଚ ସ୍ଥାନ ଆରୋହଣ ଓ ଜଳଯାତ୍ରାରେ ସତର୍କ ରହିବେ।
ତୁଳା: ବନ୍ଧୁ ଦୂରେଇ ଯିବାକୁ ଚେଷ୍ଟା କଲେ ବି, ଆପଣଙ୍କ ହସ୍ତରେ ଡୋରି ରହିଛି। ଆମୋଦ-ପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି। ମୂଲ୍ୟବାନ୍‍ ଧାତୁ ଦ୍ରବ୍ୟ ଲାଭ ହେବ।
ବିଛା: ପ୍ରଥମେ ଅସହଯୋଗର ସମ୍ମୁଖୀନ ହୋଇପାରନ୍ତି। ସାଧନାରେ ସିଦ୍ଧି ପ୍ରାପ୍ତ ହେବେ। ଅର୍ଥ ସହିତ ଦ୍ରବ୍ୟ ଲାଭର ସୂଚନା ମିଳୁଛି। ଉପୁଜି ଥିବା ସମସ୍ୟାର ସୁସମାଧାନ ହେବ। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ଶତ୍ରୁ ପରାହତ ହେବ।
ଧନୁ: ପରାମର୍ଶ ନେଇ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିପାରନ୍ତି। ଦୃଢ଼ ସଂକଳ୍ପକୁ ପାଥେୟ କରି କାର୍ଯ୍ୟରେ ଅଗ୍ରସର ହେବେ। ସମ୍ମାନିତ ହେବେ। ବୁଦ୍ଧିମତ୍ତାର ପରିଚୟ ଦେବେ। ବହୁ ସୁଖର ଅଧିକାରୀ ହେବେ। ପ୍ରଚୁର ଅର୍ଥ ପ୍ରାପ୍ତ ହେବେ।
ମକର: ବିଷମ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଦ୍ରବ୍ୟ ନଷ୍ଟ ହେବାର ସମ୍ଭାବନା ଅଛି। ଅଧିକ ଦାୟିତ୍ୱ ବହନ କରି ତା’ର ସୁପରିଚାଳନା କରିବେ। ବିନୀତ ସ୍ୱଭାବର ହେବେ।
କୁମ୍ଭ: କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ଚେଷ୍ଟାରେ ସଫଳତା ମିଳିବ। ବ୍ୟବସାୟ ଲାଭଜନକ ହେବ। ହସ-ଖୁସିରେ ସମୟ ବତାଇ ପାରନ୍ତି। ପଦୋନ୍ନତି ମିଳିବାର ସୁଯୋଗ ଅଛି। ଧର୍ମ କାର୍ଯ୍ୟ ସଂପାଦନ କରିବେ। ସୁଖୀ ହେବେ।
ମୀନ: ପରାମର୍ଶ ନେଇ କାର୍ଯ୍ୟ କରିବାକୁ ପଡ଼ିବ। କାର୍ଯ୍ୟକ୍ରମ ଉତ୍ସାହ ବୋଧ ହେବ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ଧାର୍ମିକ କାର୍ଯ୍ୟ ସଂପାଦନ କରିପାରନ୍ତି। ଉନ୍ନତି ମାର୍ଗରେ ଆଗକୁ ବଢ଼ିପାରନ୍ତି। ଧନଲାଭ ସହିତ ମିତ୍ର ଲାଭ କରିପାରନ୍ତି।

Comments are closed.