ଶୁକ୍ରବାର ରାଶିଫଳ ୨୦। ୦୩। ୨୦୨୦

ମେଷ: ସବୁ ବାଧାବିଘ୍ନ ପ୍ରତିହତ କରି ବିବାଦୀୟ ଘଟଣାରେ ବିଜୟୀ ହେବେ। ଦ୍ବିଜାନୁରକ୍ତ ହେବେ। ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରନ୍ତି। କର୍ମକ୍ଷେତ୍ରରେ ସଫଳ ହେବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ।
ବୃଷ: କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସିତ ହେବେ। ଅଧିକ କ୍ଷମତା ହାସଲ କରି ତା’ର ସଦ୍‌ବ୍ୟବହାର କରିପାରନ୍ତି। ପ୍ରତିଯୋଗିତାରେ ବିଜୟୀ ହେବେ। ଭକ୍ତିଗାଥା ଶୁଣିବାରେ ଆଗ୍ରହୀ ହେବେ। ଦାମ୍ପତ୍ୟ ସୁଖ ମିଳିବ।
ମିଥୁନ: ମାନସିକ ସ୍ତରରେ ନିଜକୁ ଅସହାୟ ମନେ କରିପାରନ୍ତି। ଶାରୀରିକ ଦୁର୍ବଳତା ଅନୁଭବ କରିବେ। ବିନୀତ ସ୍ବଭାବର ଓ ବୁଦ୍ଧିମାନ୍‌ ହେବେ। ପୁତ୍ର ସୁଖ ମିଳିପାରେ। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କରେ ଚଳିବେ।
କର୍କଟ: ସୁଖକର ଘଟଣାମାନ ଘଟିବ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ରୁଚିକର ଭୋଜନରେ ତୃପ୍ତି ଲାଭ କରିବେ। ଧର୍ମାସକ୍ତ ହେବେ। ମତିମାନ୍‌ ଓ ମିତ୍ରଙ୍କ ପାଇଁ ସୁଖୀ ହେବେ।
ସିଂହ: ସୁଗୁଣ ସମ୍ପନ୍ନ ହେବେ। ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରି ପାଇବେ। ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। ସାରାଦିନ କାର୍ଯ୍ୟ ବ୍ୟସ୍ତ ରହିବେ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। ମନସ୍କାମନା ପୂର୍ଣ୍ଣ ହେବ।
କନ୍ୟା: ନିର୍ଭରଶୀଳ ନ ହୋଇ ନିଜ ବୁଦ୍ଧି ବଳରେ କାର୍ଯ୍ୟ ସଂପାଦନ କରିବେ। ନାନା ଶାସ୍ତ୍ର ଅଧ୍ୟୟନ କରି ବିଜ୍ଞ ବ୍ୟକ୍ତି ଭାବେ ନିଜର ପରିଚୟ ସୃଷ୍ଟି କରିବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଶୁଭ ଖବର ପାଇ ଖୁସି ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ତୁଳା: ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ନିୟୋଜିତ ହେବେ। ଚିନ୍ତାମଗ୍ନ ହୋଇପାରନ୍ତି। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ଶ୍ରମ ସାର୍ଥକ ହେବ। ଶତ୍ରୁ ଦମନ କରି ଆଶ୍ବସ୍ତ ହେବେ। ମାନସିକ ଅଶାନ୍ତି ଦୂର ହେବ।
ବିଛା: ସ୍ଥିରଚିତ୍ତ, ଧୀର ବୁଦ୍ଧିରେ କାର୍ଯ୍ୟ କରିବେ। ଉଚ୍ଚ ସମ୍ମାନ ଲାଭ କରିପାରନ୍ତି। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଶୁଭକାର୍ଯ୍ୟ ପାଇଁ ଦିନଟି ଅନୁକୂଳ ରହିଛି। ଭଗବତ୍‌ ଚିନ୍ତାରେ ନିମଗ୍ନ ହୋଇପାରନ୍ତି। ଧନଶାଳୀ ହେବେ।
ଧନୁ: ଆଳସ୍ୟ ଅନୁଭବ କରିପାରନ୍ତି। ଅର୍ଥର ଆବଶ୍ୟକତା ଉପଲବ୍‌ଧି କରିବେ। ସାହସୀ ଓ କୁଶଳୀ ହେବେ। ବାଞ୍ଛିତ କାର୍ଯ୍ୟ କରିପାରନ୍ତି। ଦାତା, ଭୋକ୍ତା, ଗୁଣବାନ୍‌, ଧନୀ ଓ ମାନୀ ହୋଇପାରନ୍ତି। ଆକସ୍ମିକ ସମସ୍ୟାର ସମ୍ମୁଖୀନ ହେବେ।
ମକର: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ରୋଜଗାର ଆଶାନୁରୂପ ହେବ। ସରକାରୀ ଓ ବନ୍ଧୁ ସୂତ୍ରରୁ ଲାଭବାନ୍‌ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ରହିବେ। ନୂଆ ବନ୍ଧୁ ଜୁଟି ପାରନ୍ତି।
କୁମ୍ଭ: କେହି ଆପଣଙ୍କ ଗତିପଥ ଅବରୋଧ କରିବାକୁ ଉଦ୍ୟମ କରିବେ। ସବୁ ବାଧାବିଘ୍ନ ଏଡ଼ାଇ ଆଗକୁ ବଢ଼ି ପାରନ୍ତି। ନୀତିନିଷ୍ଠ ହେବେ। ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ହେବେ। କଥାବାର୍ତ୍ତା ମଧୁମୟ ହେବ।
ମୀନ: ଆୟ ବୃଦ୍ଧି ହେବାର ସୂଚନା ମିଳୁଛି। ଶୁଭ ସମାଚାର ପାଇ ଉତ୍‌ଫୁଲ୍ଲିତ ହେବେ। ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ସରକାରୀ କୃପା ଲାଭ କରିବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।

Comments are closed.