ଶୁକ୍ରବାର ରାଶିଫଳ

ମେଷ: କର୍ମକ୍ଷେତ୍ରରେ କାର୍ଯ୍ୟ ସଂପାଦନ ପାଇଁ ଉତ୍ସାହ ବୃଦ୍ଧି ପାଇବ। ମନ ପ୍ରସନ୍ନ ରହିବ। ପ୍ରତ୍ୟେକ କ୍ଷେତ୍ରରେ ବୁଦ୍ଧି ପ୍ରୟୋଗ କରି କୃତକାର୍ଯ୍ୟ ହେବେ। କୃତୀ ପ୍ରତିଯୋଗୀ ଭାବେ ପୁରସ୍କୃତ ହେବେ। ପାରିବାରିକ ସୁଖ-ଶାନ୍ତି ମିଳିବ।
ବୃଷ: କର୍ମକ୍ଷେତ୍ର ଉଳମୟ ହେବ। ତ୍ୟାଗପୂତ ମନୋବୃତ୍ତି ଗ୍ରହଣ କରିପାରନ୍ତି। ନୀତିନିଷ୍ଠ ଭାବେ ସାମାଜିକ ସ୍ତରରେ ଆଦରଣୀୟ ହେବେ। ଧନାଗମର ସୂଚନା ମିଳୁଛି। ଚଞ୍ଚଳମନା ହୋଇପାରନ୍ତି। କୀର୍ତ୍ତିମାନ୍‌ ଓ ସହିଷ୍ଣୁ ହେବେ।
ମିଥୁନ: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୋଜଗାରକ୍ଷମ ହେବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ସରକାରୀ ସ୍ତରରେ ସମ୍ମାନିତ ହେବେ। ସୁସ୍ଥ ଓ ନିରାମୟ ରହିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଚିନ୍ତାଧାରା ଉନ୍ନତମାନର ହେବ।
କର୍କଟ: ପଥରୋଧର ସମ୍ମୁଖୀନ ହୋଇପାରନ୍ତି। ଚେଷ୍ଟାରେ ସଫଳତା ପାଇବ। କଷ୍ଟସାଧ୍ୟ ହେବ। ଖର୍ଚ୍ଚ ବୃଦ୍ଧିର ସୂଚନା ମିଳୁଛି। ମନ ଭୁଲା କଥାକହି ପରକୁ ଆପଣାର କରିପାରନ୍ତି। ଅଯଥା ବିତର୍କରେ ଭାଗ ନନେଇ ନିରବ ଦର୍ଶକ ହେବା ସବୁଠୁଁ ଭଲ।
ସିଂହ: ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ। ଗୃହରେ ଶାନ୍ତିର ବାତାବରଣ ପ୍ରବାହିତ ହେବ। ଆନନ୍ଦ-ଉତ୍ସବରେ ସମୟ ଅତିବାହିତ କରିପାରନ୍ତି। କଳ କୌଶଳ ପ୍ରୟୋଗ କରି କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ। ଲୋକ ସଂପର୍କ ବୃଦ୍ଧି ପାଇବ।
କନ୍ୟା: ସାଧନାରେ ସିଦ୍ଧି ପ୍ରାପ୍ତ ହେବେ। ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବାକୁ ପଡ଼ିବ। ସରକାରୀ ଅର୍ଥ ପାଇ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିପାରନ୍ତି। ଗୃହ ପରିବେଶ ବାସୋପଯୋଗୀ ହେବେ। ବ୍ୟବସାୟ ଲାଭଜନକ ହୋଇପାରେ।
ତୁଳା: ସେବକ ମନୋଭାବ ଗ୍ରହଣ କରିପାରନ୍ତି। କର୍ମକ୍ଷେତ୍ରରେ ସଫଳତା ମିଳିବ। ପାରିବାରିକ ସୁଖ ମିଳିବ। ଆର୍ଥିକ ସ୍ଥିତିରେ ଅଭିବୃଦ୍ଧି ଘଟିବ। ଉନ୍ନତି ମାର୍ଗରେ ଆଗକୁ ବଢ଼ିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଭାଗ୍ୟଶାଳୀ ହେବେ। ସୁଖୀ ହେବେ।
ବିଛା: ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। ଘାତଚନ୍ଦ୍ର ଓ ଅଷ୍ଟମ ଚନ୍ଦ୍ର ଏକତ୍ର ଭୋଗ ହେଉଥିବାରୁ ଖୁବ୍‍ ସତର୍କତାର ସହ ଚଳିବାକୁ ପଡ଼ିବ। ପତ୍ନୀଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଚିନ୍ତିତ ହୋଇପାରନ୍ତି। ସନ୍ମାର୍ଗୀ ହେବେ। ପିତୃଭକ୍ତିଯୁକ୍ତ ହେବେ। ଅର୍ଥ ମିଳିବ।
ଧନୁ: ବହୁ ମିତ୍ରଙ୍କ ସାନ୍ନିଧ୍ୟ ପାଇ ଖୁସି ହୋଇପାରନ୍ତି। କର୍ମକୁଶଳତା ପ୍ରକାଶ ପାଇବ। ଚିନ୍ତାଧାରା ଉନ୍ନତମାନର ହେବ। ପ୍ରଶଂସିତ ହେବେ। ଶାନ୍ତ ନିପୁଣ ଓ ମେଧାବୀ ହୋଇପାରନ୍ତି। ଜିତେନ୍ଦ୍ରିୟ, ବିଦ୍ୱାନ୍‍ ଓ ଦୟାଳୁ ସ୍ୱଭାବର ହେବା ଆଶାକରାଯାଏ।
ମକର: କ୍ରୋଧ ସମ୍ବରଣ କଲେ ସମାଜିକ ସ୍ୱୀକୃତି ଲାଭ କରିବେ। ପାରିବାରିକ ସୁଖ-ଶାନ୍ତି ମିଳିବ। କାର୍ଯ୍ୟ ହାସଲ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ମିତ୍ରତା ବୃଦ୍ଧି ହୋଇପାରେ। ତାମ୍ର, ପ୍ରବାଳ, ସୁବର୍ଣ୍ଣ ଉତ୍ତମ ପଟ୍ଟବସ୍ତ୍ର ଲାଭ ହେବ। ଗୃହସୁଖ ମିଳିବ।
କୁମ୍ଭ: ଶୁଭକର୍ମରେ ଉତ୍ସାହ ବୃଦ୍ଧି ପାଇବ। କାର୍ଯ୍ୟରେ ସଫଳତା ଲାଭ କରିବେ। ଆଶା ଫଳବତୀ ହେବ। ସଙ୍ଗୀତ ପ୍ରିୟ ହେବେ। ଉପଯୁକ୍ତ କର୍ମାନୁରକ୍ତ ହୋଇପାରନ୍ତି। ଯଶସ୍ୱୀ ଓ ରାଜଧନ ପ୍ରାପ୍ତି ହେବେ। ସାମର୍ଥ୍ୟର ପରିପ୍ରକାଶ ଘଟାଇବେ। ଧନାଗମ ହେବ।
ମୀନ: କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ପରିଶ୍ରମ ଅଧିକ ହେବ। ବୁଦ୍ଧିମାନ ହେବେ। ଯାନବାହନ ଯୁକ୍ତ ହୋଇପାରନ୍ତି। ଶ୍ରେଷ୍ଠ ମାନ୍ୟତା ମିଳିବ। ପୁତ୍ର ସୁଖ ମିଳିପାରେ। ପରୋପକାରୀ ହେବେ ଉତ୍ତମା ରମଣୀଯୁକ୍ତ ଓ ଯଶସ୍ୱୀ ହେବେ।

Comments are closed.