ଶୁକ୍ରବାର ରାଶିଫଳ

ମେଷ: ମୂଲ୍ୟବାନ୍‍ ଦ୍ରବ୍ୟ ପାଇପାରନ୍ତି। ଶତ୍ରୁ ବଳବାନ୍‍ ହେଲେ ବି ନିର୍ଭୟରେ କାର୍ଯ୍ୟ କରିବେ। ସୁପରାମର୍ଶ ଗ୍ରହଣ କରି ଆଗକୁ ବଢ଼ି ପାରନ୍ତି। ମନସ୍କାମନା ପୂରଣ ହେବ। ଧର୍ମ-ଧାରଣାରେ ବ୍ରତୀ ହେବେ। ସତ୍‍ସଙ୍ଗୀ ହୋଇପାରନ୍ତି।

ବୃଷ: ଭ୍ରାତୃ ବିବାଦର ଅନ୍ତଃ ଘଟିବ। ପରଚର୍ଚ୍ଚାରୁ ବିରତ ହେବେ। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ଶତ୍ରୁଭାବ ବୃଦ୍ଧି ହେବ; ମାତ୍ର କିଛି ଅନିଷ୍ଟ ହେବ ନାହିଁ। ତୀର୍ଥଯାତ୍ରା ଯୋଗ ଅଛି। ବ୍ୟବସାୟରୁ ଧନ ଲାଭର ସୂଚନା ମିଳଛି।

ମିଥୁନ: କୌଣସି କାରଣକୁ ନେଇ ମନରେ କ୍ରୋଧ ଓ ବିରକ୍ତି ଭାବ ଆସିପାରେ। କୃଷିକ୍ଷେତରୁ ଆମଦାନୀ ପାଇଁ ଲାଗି ପଡ଼ିବେ। ଯାନବାହନ ସୁଖ ମିଳିବ। ଭୋଗ-ବିଳାସ କରିପାରନ୍ତି। ଗୃହ ପରିବେଶ ଶାନ୍ତିଦାୟକ ହେବ। ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିିର କରିବେ।

କର୍କଟ: କର୍ମକ୍ଷେତ୍ରରେ ସମ୍ମାନିତ ହୋଇପାରନ୍ତି। କାର୍ଯ୍ୟରେ ସଫଳତା ଲାଭ କରିବେ। ଧର୍ମ ଭାବନା ମନରେ ଜାଗ୍ରତ ହେବ। ପରୋପକାର କରି ଆତ୍ମ ସନ୍ତୋଷ ଲାଭ କରିବେ। ବ୍ୟବହାର କୁଶଳତା ଆପଣଙ୍କୁ ମହାନ୍‍ କରି-ଗଢ଼ି ତୋଳିବ। ପ୍ରୀତିଲାଭ କରିବେ।

ସିଂହ: ବିରୋଧର ଅବସାନ ଘଟିବ। ଆଶାବାଦୀ ହୋଇପାରନ୍ତି। ଧନ-ଜନ-ଗୋପ-ଲକ୍ଷ୍ମୀ ସବୁ କିଛି ମିଳିବ। ବିଳାସ ବ୍ୟସନ କରିପାରନ୍ତି। ସୌନ୍ଦର୍ଯ୍ୟ ଉପଭୋଗ, ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ପ୍ରଶଂସାର ପତ୍ର ହେବେ।

କନ୍ୟା: ପଡ଼ୋଶୀଙ୍କ ସହିତ ସୁସମ୍ପର୍କ ସ୍ଥାପନ ହେବ। ରୋଜଗାର ଆଶାନୁରୂପ ହେବ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ନୂଆ ବନ୍ଧୁ ଜୁଟିବେ। ଚିନ୍ତାଧାରା ମହାନ୍‍ ହେବ।

ତୁଳା: ପ୍ରତାରଣାର ଶିକାର ହୋଇପାରନ୍ତି। କାର୍ଯ୍ୟରେ ବାଧା, ବିଘ୍ନ ଉପୁଜିପାରେ। ବ୍ୟୟବୃଦ୍ଧିର ସୂଚନା ମିଳୁଛି। ସ୍ନେହପୂର୍ଣ୍ଣ ଛଳନା କଥାରେ ଅନ୍ୟମାନଙ୍କର ମନ ନେଇପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ। ପତ୍ନୀଙ୍କ ସ୍ୱାସ୍ଥ୍ୟ ନେଇ ଚିନ୍ତିତ ହେବେ।

ବିଛା: ପ୍ରାୟ ପ୍ରତେକ କାର୍ଯ୍ୟକୁ ଶୃଙ୍ଖଳିତ ଭାବେ ସମାପନ କରିବେ। ରୋଜଗାର ଆଶାନୁରୂପ ହେବ। ମୂଲ୍ୟବାନ ଦ୍ରବ୍ୟ ଲାଭ ହେବ। ବ୍ୟବସାୟ ଲାଭଜନକ ହେବ। ସରକାରୀସ୍ତରରୁ ସମ୍ମାନ ସହ ଧନ ପ୍ରାପ୍ତ ହେବାର ସୂଚନା ମିଳୁଛି। କରିତ୍‍କର୍ମା ହେବେ।

ଧନୁ: ଆର୍ଥିକ ସଙ୍କଟରୁ ମୁକ୍ତି ମିଳିବ। ଆତ୍ମ ସନ୍ତୋଷ ଲାଭ କରିବେ। ଦୀର୍ଘ ଦିନର ଆଶାପୂରଣ ହେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ବ୍ୟବସାୟ ଲାଭଜନକ ହେବ। ବସ୍ତ୍ର ଭୂଷଣ ଲାଭ ହୋଇପାରେ। କର୍ମତତ୍ପରତା ପ୍ରକାଶିତ ହୋଇପାରେ।

ମକର: ମାନସିକ ସ୍ତରରେ ଉଦ୍‍ବେଗ ଜାତ ହୋଇପାରେ। ଭାଗ୍ୟର ପରିବର୍ତ୍ତନ ଘଟିବ। ସେବାକ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି। ଦେବପୂଜାରେ ନିରତ ହେବେ। ଜନୈକା ମହିଳାଙ୍କ ସହାୟତା ମିଳିବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହୋଇପାରେ।

କୁମ୍ଭ: ଧନାଦିରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ସେବା-ପୂଜାରେ ନିଜକୁ ନିୟୋଜିତ କରିପାରନ୍ତି। ଧନ ମାନ ସବୁ କିଛି ମିଳିପାରେ। ସମସ୍ୟା ବୃଦ୍ଧି ହେବ। ସ୍ୱାସ୍ଥ୍ୟ ହାନିର ଆଶଙ୍କା ଅଛି। ଚିନ୍ତାଧାରା ଉନ୍ନତମାନର ହେବେ। ଅଷ୍ଟମଚନ୍ଦ୍ର ଭୋଗ ହେତୁ ସତର୍କତା ଅବଲମ୍ବନ କରିବେ।

ମୀନ: ଯୋଗାଯୋଗରେ ପ୍ରଗତି ଘଟିବ। ବନ୍ଧୁ ମିଳନର ସୁଯୋଗ ଅଛି। ଅର୍ଥ ସଞ୍ଚୟ ପାଇଁ ଯୋଜନା ପ୍ରସ୍ତୁତ କରିପାରନ୍ତି। ଯଶସ୍ୱୀ ହେବେ। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ। ବ୍ୟବସାୟ ଲାଭଜନକ ହେବ। ଦୟାଳୁ ସ୍ୱଭାବର ହେବେ। ଉଦାର ଚରିତ ହେବେ।

Comments are closed.