ଶୁକ୍ରବାର ରାଶିଫଳ

ମେଷ: କର୍ମକ୍ଷେତ୍ରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ଈଶ୍ବର ନିଷ୍ଠା ଆପଣଙ୍କୁ ସତ୍‌ମାର୍ଗ ଦର୍ଶନ କରାଇବା କାର୍ୟ୍ୟରେ ସଫଳତା ମିଳିବ। କ୍ଷମତାର ଅଭିବୃଦ୍ଧି ଘଟିପାରେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ଭକ୍ତିଗାଥା ଶୁଣିବେ।
ବୃଷ: ଧର୍ମୀୟ କାର୍ୟ୍ୟରେ ଅଂଶ ଗ୍ରହଣ କରି ଆତ୍ମତୃପ୍ତି ଲାଭ କରିବେ। ଧନକ୍ଷୟ ହେବାର ସମ୍ଭାବନା ଅଛି। ଦୁଶ୍ଚିନ୍ତା ମଧ୍ୟଦେଇ ଗତି କରିବେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଜଳଯାତ୍ରା ମନା। ଯାନବାହନ ଚଳାଚଳରେ ସତର୍କ ରହିବେ।
ମିଥୁନ: ପାରିବାରିକ ବିବାଦର ପରିସମାପ୍ତି ଘଟିବ। ଆମୋଦ-ପ୍ରମୋଦରେ ଦିନଟି ଅତିବାହିତ ହେବ। ସୁଖକର ଘଟଣାମାନ ଘଟିବ। କର୍ମରେ ସଫଳତା ମିଳିବ। ଶୁଭକାର୍ୟ୍ୟ କରଣୀୟ। ମିଷ୍ଟାନ୍ନ ଭୋଜନ ମିଳିବ। ଚିନ୍ତାମୁକ୍ତ ହେବେ।
କର୍କଟ: ଆତ୍ମ ସଂଯମୀ ହେବେ। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ। ମିଳି ଥିବା ଖବରଟି ଶୁଭଦାୟକ। ଶୁଭ କାର୍ୟ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଋଣ ପରିଶୋଧ କରିପାରନ୍ତି। ଦିନଟି ବ୍ୟସ୍ତ ବହୁଳ ହେବ।
ସିଂହ: ସମ୍ପତ୍ତି ପାଇଁ ଉପୁଜି ଥିବା ବିବାଦରେ ଆପଣ ନିରବ ରହିବେ। ପଢ଼ାପଢ଼ିରେ ମନୋନିବେଶ କରିବେ। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
କନ୍ୟା: ଅନ୍ୟାୟର ପ୍ରତିରୋଧ କରିବେ। ପ୍ରିୟଭାଷୀ ହେବେ। ଧନ ଓ ଯାନବାହନଯୁକ୍ତ ହୋଇପାରନ୍ତି। ସୁବର୍ଣ୍ଣ ସମ୍ପଦର ଅଧିକାରୀ ହେବେ। ପରିଶ୍ରମର ମୂଲ୍ୟ ମିଳିବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ମାନସିକ ଅଶାନ୍ତି ଦୂର ହେବ।
ତୁଳା: କାର୍ୟ୍ୟରେ ସଫଳତା ଲାଭ କରିବେ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଶୁଭକାର୍ୟ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଦିଅଁ ଦର୍ଶନ କରି ଶାନ୍ତି ପାଇବେ। ଅଶାନ୍ତିର ଉପଶମ ହେବ। ସରକାରୀ ସ୍ତରରୁ ଲାଭବାନ୍‍ ହେବେ।
ବିଛା: ନୂତନ ଶିକ୍ଷା, ଛାତ୍ର-ଛାତ୍ରୀଙ୍କ ପାଇଁ ଆନନ୍ଦଦାୟକ ହେବ। ସ୍ୱଳ୍ପ ଆୟ ହେବ। ବିଷାଦିତ ହୋଇପାରନ୍ତି। ଆକସ୍ମିକ ସମସ୍ୟା ଦେଖାଦେଇପାରେ। ଯଶସ୍ୱୀ ହେବେ। ମହୀପତି ହେବାର ସ୍ୱପ୍ନ ଦେଖିପାରନ୍ତି। ପ୍ରଜ୍ଞାଧିକାରୀ ହେବେ। ତ୍ୟାଗଶୀଳ ହେବେ।
ଧନୁ: ଆକସ୍ମିକ ଭାବେ ଧନ ପ୍ରାପ୍ତ ହୋଇପାରନ୍ତି। ଶ୍ରୀଚନ୍ଦ୍ର ଭୋଗ ହେତୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ସରକାରୀ କିମ୍ବା ବନ୍ଧୁ ସହାୟତାରେ ଲାଭଯୁକ୍ତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସ୍ୱାସ୍ଥ୍ୟ ଭଲ ରହିବ। ଚିନ୍ତାଧାରା ଉନ୍ନତମାନର ହେବ।
ମକର: ଶତ୍ରୁ ସହିତ ମୁହାଁମୁହିଁ ହେଲେ ବି କିଛି କ୍ଷତି ହେବ ନାହି; ମାତ୍ର ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି। ଅଯଥା ବିତର୍କରେ ଭାଗ ନ ନେଇ ଚୁପ୍‍ ରହିବା ଆପଣଙ୍କ ପକ୍ଷେ ଭଲ। ମଧୁମୟ କଥା କହି ପରକୁ ଆପଣାର କରିବେ। ସମଫଳ ମିଳିବ।
କୁମ୍ଭ: ଆୟ ଆଶାନୁରୂପ ହେବ। ଶୁଭ ଖବର ପାଇ ଖୁସି ହେବେ। ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି। ସତ୍‍କର୍ମରେ ନିଜକୁ ନିୟୋଜିତ କରିବେ। ରାଜାନୁଗ୍ରହରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଚଞ୍ଚଳତାଯୁକ୍ତ ହେବେ।
ମୀନ: ବ୍ୟବସାୟରେ ଅଧିକ ଅର୍ଥ ବିନିଯୋଗ ଲାଭପ୍ରଦ ହେବ। କାର୍ୟ୍ୟରେ ସଫଳତା ଲାଭ କରିବେ। ସୁସମ୍ବାଦ ପାଇ ଖୁସି ହେବେ। କର୍ମକ୍ଷେତ୍ରରେ ସଫଳ ହେବ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ। ଶୁଭଦିନ ଅର୍ଥ ମିଳିବ।

Comments are closed.