ଶୁକ୍ରବାର ରାଶିଫଳ

ମେଷ: ଶତ୍ରୁ ଉପରେ କଡ଼ା ନଜର ରଖିବାକୁ ପଡ଼ିବ। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ବଳିଷ୍ଠ ଓ ଶତ୍ରୁହନ୍ତା ହେବେ। ଚାକିରି କ୍ଷେତ୍ରରେ ସୁନାମ ଅର୍ଜନ କରିବେ।
ବୃଷ: ମାନସିକ ସ୍ଥିତି ଦୃଢ଼ ରହିବ। ଘାତଚନ୍ଦ୍ର ଭୋଗ ହେତୁ ଜଗିରଖି ଚଳିବେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। କନ୍ୟା ସନ୍ତାନ ଦ୍ବାରା ଉପକୃତ ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ବ୍ୟବସାୟରେ ପ୍ରଚୁର ଧନଲାଭ ହେବ। ଧାର୍ମିକ ହେବେ।
ମିଥୁନ: ଆୟ ବୃଦ୍ଧିର ସୂଚନା ମିଳୁଛି। ଉଦାର ସ୍ବଭାବର ହେବେ। ଦାନ-ଧର୍ମ ଉପରେ ଗୁରୁତ୍ବ ଦେବେ। ବ୍ୟକ୍ତିତ୍ବର ବିକାଶ ଘଟିବ। ସୁସ୍ଥ ଓ ନିରାମୟ ରହିବେ। କୃଷିକର୍ମକାରୀ ହୋଇପାରନ୍ତି। ଜଳପ୍ରତି ଆଦର ପ୍ରେମୀ ଓ ବୁଦ୍ଧିମାନ୍‌ ହେବେ।
କର୍କଟ: ବାଧା-ବିଘ୍ନକୁ ଏଡ଼ାଇ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ କରି ଚାଲିବେ। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ବଭାବର ହେବେ। ମଧୁରଭାଷୀ ଭାବେ ଆଦରଣୀୟ ହେବେ। ଥଣ୍ଡା-କଫରେ ପୀଡ଼ିତ ହୋଇପାରନ୍ତି। ପ୍ରେମୀ ଓ ସାହସୀ ହେବେ। ଭ୍ରାତୃଭାବ ଅତୁଟ ରହିବ।
ସିଂହ: ଉପୁଜି ଥିବା ସମସ୍ତ କଷ୍ଟ ଦୂରେଇ ଯିବ। ଆଳସ୍ୟ ପରାୟଣ ହେଲେ ବି, ଭାଗ୍ୟଶାଳୀ ହେବେ। ବ୍ୟକ୍ତିବିଶେଷ ଭାବେ ନିଜର ପରିଚୟ ସୃଷ୍ଟି କରିବେ। ପରଦେଶବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ। ଧନାଗମ ହେବ।
କନ୍ୟା: ଉତ୍ସବାଦିରେ ଯୋଗଦାନ କରିପାରନ୍ତି। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଐଶ୍ବର୍ଯ୍ୟଯୁକ୍ତ ହୋଇପାରନ୍ତି। ଯୁଦ୍ଧ ଅଥବା ମୋକଦ୍ଦମାରେ ବିଜୟୀ ହେବେ। ଧନ ଲାଭ ହେବାର ସୂଚନା ମିଳୁଛି। ଚିନ୍ତାଧାରା ଉନ୍ନତ ହେବ।
ତୁଳା: ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ନିଜେ ବିପଦରେ ପଡ଼ିପାରନ୍ତି। ଗତିପଥରେ ବାଧା ଜନ୍ମିପାରେ। ଥଣ୍ଡା-କଫରେ ଆକ୍ରାନ୍ତ ହୋଇପାରନ୍ତି। ଚଞ୍ଚଳ ସ୍ବଭାବର ହେବେ। ଛଳନାପୂର୍ଣ୍ଣ ମିଠା କଥାରେ ଅନ୍ୟକୁ ବଶକରି ପାରନ୍ତି। ସାହସୀ ହେବେ।
ବିଛା: ଚାଲୁ ରହିଥିବା କାର୍ଯ୍ୟ ଅଧିକ ସୁବିଧାଜନକ ହେବ। ବିଭିନ୍ନ ସ୍ତରରୁ ସହଯୋଗ ମିଳିବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ। ସରକାରୀ ସ୍ତରରୁ ସମ୍ମାନ ଓ ଧନ ମିଳିବ।
ଧନୁ: ଶିକ୍ଷାକ୍ଷେତ୍ରରେ ଅଧିକ ସଫଳତା ମିଳିବ। କର୍ମକ୍ଷେତ୍ର ଉତ୍ସାହଜନକ ହେବ। କୁଳଦୀପକ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଦୟାଳୁ ସ୍ବଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶ ଅର୍ଜନ କରି ଗର୍ବିତ ହେବେ।
ମକର: ଅର୍ଥ ଉପାର୍ଜନ ପାଇଁ ସୁଯୋଗ ମିଳିବ। ଚିନ୍ତାଗ୍ରସ୍ତ ହୋଇପାରନ୍ତି। ଭାଗ୍ୟଶାଳୀ ହେବେ। ଦିନଟି ଭୋଗ-ବିଳାସମୟ ହୋଇପାରେ। ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍‌ ହେବେ।
କୁମ୍ଭ: ନିଜ କାର୍ଯ୍ୟର ନିଜେ ସମୀକ୍ଷା କରିବେ। ଚିନ୍ତାଧାରା ଉନ୍ନତମାନର ହେବ। ସ୍ବାଭିମାନୀ ହେବେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଧର୍ମବଳ ତେଜ୍‌ ଥିବାରୁ ଧନ ଓ ଶ୍ରେଷ୍ଠ ମାନ୍ୟତା ମିଳିପାରେ। ଅଷ୍ଟମଚନ୍ଦ୍ର ଯୋଗୁଁ ସତର୍କତା ଆବଶ୍ୟକ।
ମୀନ: ଅଭାବ ରହିବ ନାହିଁ। ବନ୍ଧୁ ମିଳନ ଘଟିବ। ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ। ସମାଜସେବୀ ହେବେ। ମନରେ ଅହଂଭାବ ଆସିପାରେ। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ପତ୍ନୀ ପରାମର୍ଶଦାତା ହେବେ। ଅବିବାହିତମାନଙ୍କର ସୁକନ୍ୟା ସହ ବିବାହ ସ୍ଥିର ହେବ।

Comments are closed.