ଶୁକ୍ରବାର ରାଶିଫଳ

ମେଷ: ବନ୍ଧୁବର୍ଗରେ ଅପ୍ରିୟ ହୋଇପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ମିଶ୍ରିତ ଫଳ ମିଳିବ। ଶୁଭ ସମାଚାର ପାଇ ଖୁସି ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଅଧ୍ୟୟନରତ ହୋଇପାରନ୍ତି। ଦିନଟି ମଧ୍ୟମ ଧରଣର। ସୁଖୀ ହେବେ।

ବୃଷ: ଉଚ୍ଚ କର୍ତ୍ତୃପକ୍ଷଙ୍କ ସାହାଯ୍ୟ ମିଳିବ। ଶତ୍ରୁ ଦମନ କରିବାରେ ସିଦ୍ଧହସ୍ତ ହେବେ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ପରିଶ୍ରମର ମୂଲ୍ୟ ମିଳିବ। ବୁଦ୍ଧି ପ୍ରୟୋଗ କରି କାର୍ଯ୍ୟ ହାସଲ କରିପାରନ୍ତି। ପତ୍ନୀଙ୍କର ଅସୁସ୍ଥତା ଉପୁଜି ପାରେ। 

ମିଥୁନ: ପୈତୃକ ସମ୍ପତ୍ତିରୁ ଲାଭବାନ୍‍ ହେବେ। କୌଣସି କାରଣରୁ ଭୟଭୀତ ହୋଇପାରନ୍ତି। ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଦିଅଁ ଦର୍ଶନର ସୁଯୋଗ ଅଛି। ଅଶାନ୍ତି ଦୂର ହେବ। ସରକାରୀ ଲାଭ ମିଳିବ।

କର୍କଟ: ବାଧା-ବିଘ୍ନରେ ରହି ମଧ୍ୟ କାର୍ଯ୍ୟକୁ ଅଗ୍ରଗତି କରିପାରନ୍ତି। ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ। ମୁଖ୍ୟ କାର୍ଯ୍ୟ ପ୍ରତି ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ଘଟିବ। ପୁତ୍ର ଲାଭର ସୂଚନା ମିଳୁଛି। ଭାଗ୍ୟର ପରିବର୍ତ୍ତନ ଘଟିପାରେ।

ସିଂହ: ସ୍ୱଳ୍ପ ଆୟକୁ ବଦଳାଇ ଦେଇ ଆଶାନୁରୂପ ଆୟ କରିପାରନ୍ତି। ଆନନ୍ଦ ଉତ୍ସବ ଲାଗି ରହିବ। ଉତ୍ତମ ଭୋଜନ ମିଳିବ। ସ୍ୱାସ୍ଥ୍ୟ ଅତୁଟ ରହିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ନୂଆ ବନ୍ଧୁ ଜୁଟିବେ। ଚିନ୍ତାଧାରା ଉନ୍ନତମାନର ହେବ।

କନ୍ୟା: ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବାରୁ ଆର୍ଥିକ ଅନଟନର ସମ୍ମୁଖୀନ ହୋଇପାରନ୍ତି। ଅଯଥା ବିତର୍କରେ ଭାଗ ନ ନେଇ ଚୁପ୍‍ ରହିବା ଭଲ ହେବ। ମନଭୁଲା କଥା କହି ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରନ୍ତି। ଭ୍ରାତୃଭାବ ଅତୁଟ ରହିବ।

ତୁଳା: ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କାର୍ଯ୍ୟରେ ସଫଳତା ଲାଭ କରିବେ। ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‍କର୍ମରେ ନିୟୋଜିତ ହୋଇପାରନ୍ତି। ଦିନଟି ମଧ୍ୟମ ଧରଣର। ଆୟ ବୃଦ୍ଧି ହେବ।

ବିଛା: କାର୍ଯ୍ୟରେ ସଫଳତା ଲାଭ କରିବେ। ବ୍ୟବସାୟରେ ଧନ ଲାଭ ହେବ। ସୁସମ୍ବାଦ ମିଳିପାରେ। କର୍ମକ୍ଷେତ୍ର ସଫଳମୟ ହେବ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ କରଣୀୟ। ବିବାଦରେ ବିଜୟୀ ହେବେ।

ଧନୁ: ଏକ ନୂଆ କାର୍ଯ୍ୟ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି। ଧର୍ମ-ଧାରଣାରେ ନିମଗ୍ନ ହୋଇପାରନ୍ତି। କାର୍ଯ୍ୟର ସଫଳ ରୂପାୟନ କରିବାରେ ସିଦ୍ଧହସ୍ତ ହେବେ। କ୍ଷମତାର ଅଭିବୃଦ୍ଧି ଘଟାଇ ତା’ର ସଦ୍‍ବ୍ୟବହାର କରିବେ। ଭକ୍ତ ଗାଥା ଶୁଣିବେ।

ମକର: ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରି ଖୁସି ହେବେ। ଅସୁସ୍ଥତା ଅନୁଭବ କରିବେ। ଅର୍ଥାଭାବ ଘଟିପାରେ। ଶୁଭକାର୍ଯ୍ୟକୁ ସ୍ଥଗିତ ରଖିବା ବାଞ୍ଚନୀୟ। ଯାନବାହାନରେ ସତର୍କ ରହିବେ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସାବଧାନ।

କୁମ୍ଭ: ଧନବାନ୍‍ ହେବେ। ସୁଖଭୋଗ କରିପାରନ୍ତି। ଅଲୌକିକ ଘଟଣାମାନ ଘଟିବ। କାର୍ୟ୍ୟରେ ସଫଳତା ଲାଭ କରିବେ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଆନନ୍ଦ ଉପଭୋଗ କରିବେ। ରୁଚିକର ଖାଦ୍ୟ ପ୍ରାପ୍ତ ହେବେ। ସୁଖ ମିଳିବ।

ମୀନ: ପାରିବାରିକ ଚିନ୍ତା ବୃଦ୍ଧି ହେବ। ଶତ୍ରୁ ପରାଜିତ ହୋଇପାରେ। ମାନସିକ ଶାନ୍ତି ଫେରି ପାଇବେ। ବ୍ୟସ୍ତତା ମଧ୍ୟରେ ଦିନଟି ଅତିବାହିତ ହେବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। କରଜ ଶୁଝିବେ।

Comments are closed.