ଶୁକ୍ରବାର ରାଶିଫଳ

ମେଷ: ବନ୍ଧୁ ସହଯୋଗ ପାଇପାରନ୍ତି। କାର୍ଯ୍ୟକ୍ଷେତ୍ର କଷ୍ଟସାଧ୍ୟ ହେବ। ଧନାଗମର ସୂଚନା ମିଳୁଛି। ତ୍ୟାଗଶୀଳ ହେବେ। ନୀତିଜ୍ଞ ହୋଇପାରନ୍ତି। ଚଞ୍ଚଳମନା ହେବେ। ଅତି ସୁଖୀ ହୋଇପାରନ୍ତି। କୀର୍ତ୍ତିମାନ୍‌ ଓ ସହିଷ୍ଣୁ ହେବେ।
ବୃଷ: ବ୍ୟବସାୟ ଲାଭପ୍ରଦ ହେବ। ସୁଖୀ ହେବେ। ସମ୍ମାନିତ ହୋଇପାରନ୍ତି। ସ୍ଥଗିତ କାର୍ଯ୍ୟକୁ ତ୍ବରାନ୍ବିତ କରିପାରନ୍ତି। ବନ୍ଧୁ ସୁଖ ମିଳିବ। ମୂଲ୍ୟବାନ୍‌ ଦ୍ରବ୍ୟ ଲାଭ ହେବ। ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ରୁଚିକର ଭୋଜନ ମିଳିବ। ଚିନ୍ତାଧାରା ଉନ୍ନତମାନର ହେବ।
ମିଥୁନ: ଭାଇଙ୍କଠାରୁ ସହଯୋଗ ମିଳିବ। କାର୍ଯ୍ୟରେ ବାଧା ଉପୁଜି ପାରେ। ମୂଲ୍ୟବାନ୍‌ ଦ୍ରବ୍ୟ ପାଇପାରନ୍ତି। ଆୟ ଠାରୁ ବ୍ୟୟ ଅତ୍ୟଧିକ ହୋଇପାରେ। କଥା ଶୈଳୀରେ ପରକୁ ଆପଣାର କରିପାରନ୍ତି। ଅତିଥି ସତ୍କାରରେ ଖର୍ଚ୍ଚାନ୍ତ ହେବେ।
କର୍କଟ: ପଦ-ପଦବୀ ପାଇ ସ୍ଥାନାନ୍ତର ହୋଇପାରନ୍ତି। ମୂଲ୍ୟବାନ ଦ୍ରବ୍ୟ ଲାଭର ସୁଯୋଗ ଅଛି। ଆର୍ଥିକ ଅଭିବୃଦ୍ଧିର ସୂଚନା ମିଳୁଛି। ସରକାରୀ କୃପା ଲାଭ କରିବେ। କାର୍ଯ୍ୟରେ ସଫଳତା ମିଳିବ। ସମ୍ମାନିତ ହେବେ। ଜନ ସମର୍ଥନ ମିିଳିପାରେ।
ସିଂହ: ବିପଦ ଦୂର ହେବ। ସୁଖ-ସନ୍ତୋଷ ଲାଭ କରିପାରନ୍ତି। ଶୁଭଖବର ପାଇ ଉତ୍‌ଫୁଲ୍ଲିତ ହେବେ। ଉପୁଜିଥିବା ସମସ୍ୟାର ସୁ-ସମାଧାନ ହେବ। ଅର୍ଥ ପ୍ରାପ୍ତିର ସୁଯୋଗ ଅଛି। ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ। ବ୍ୟବସାୟ ଭଲରେ ଚାଲିବ।
କନ୍ୟା: ବିଦ୍ୟା ବଳରେ ଜ୍ଞାନ-ଗରିମା ବୃଦ୍ଧି ହେବା ସହିତ ପ୍ରଭାବଶାଳୀ ହୋଇପାରନ୍ତି। ମଧ୍ୟମ ଧରଣର ଶୁଭଫଳ ପ୍ରାପ୍ତ ହେବେ। ଭୋଗ-ବିଳାସ କରିପାରନ୍ତି। ଜନୈକା ମହିଳାଙ୍କ ସହାୟତା ମିଳିବ। କୃତୀ ପ୍ରତିଯୋଗୀ ଭାବେ ପୁରସ୍କୃତ ହୋଇପାରନ୍ତି।
ତୁଳା: ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ। ଅପର ପକ୍ଷରେ ବ୍ୟୟ ପରିମାଣ ବଢ଼ିପାରେ। ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ବିନୀତ ସ୍ଵଭାଵ ଓ ସରଳ, ଅମାୟିକ ହେବେ। ହର୍ଷଯୁକ୍ତ ଓ ବିଶୁଦ୍ଧଭାଷୀ ହେବେ। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ରହିବେ।
ବିଛା: ପ୍ରତ୍ୟେକ କ୍ଷେତ୍ରରେ ଲାଭବାନ୍‌ ହେବେ। ବନ୍ଧୁ ସହାୟତା ପାଇ ଶତ୍ରୁ ଦମନ କରିପାରନ୍ତି। ଦୟାର୍ଦ ଚିତ୍ତ ହେବେ। ଯଶ ଅର୍ଜନ କରି ଆତ୍ମ ତୃପ୍ତି ଲାଭ କରିବେ। ଅବିବାହିତଙ୍କର ମନୋରମା କନ୍ୟା ସହ ବିବାହ ସମ୍ବନ୍ଧ ସ୍ଥିର ହେବ।
ଧନୁ: ପାରିବାରିକ ଜଞ୍ଜାଳ ବଢ଼ିପାରେ । ଅସୁସ୍ଥତାରୁ ଆରୋଗ୍ୟ ହେବେ। ଚିନ୍ତାମୁକ୍ତ ହୋଇପାରନ୍ତି। ମୂଲ୍ୟବାନ୍‌ ଦ୍ରବ୍ୟ ଲାଭ ହୋଇପାରେ। ଶତ୍ରୁ ବିନାଶ କରିବାରେ ସକ୍ଷମ ହେବେ। ସନ୍‌ମାର୍ଗୀ ହେବେ। କୃଷିକର୍ମରେ ଦକ୍ଷ ହେବେ। ବିତ୍ତର ଅଧିକାରୀ ହେବେ।
ମକର: ଦିନସାରା କାର୍ଯ୍ୟ ବ୍ୟସ୍ତ ରହିବେ। ଚିନ୍ତାଗ୍ରସ୍ତ ହୋଇପାରନ୍ତି। ବ୍ରହ୍ମ ଉପାସକ ହୋଇପାରନ୍ତି। ବିଦ୍ୟାର୍ଜନରେ ଆଗ୍ରହୀ ହେବେ। ନୀତିନିଷ୍ଠ ହୋଇପାରନ୍ତି। ହିଂସା ମାର୍ଗରେ ମନ ବଳିପାରେ। ଶ୍ରେଷ୍ଠ ପଦର ମାନ୍ୟତା ମିଳିବ।
କୁମ୍ଭ: ଅଜାଣତରେ ପ୍ରତାରିତ ହୋଇପାରନ୍ତି। ବାଦ-ବିବାଦର ବିଜୟୀ ହେବେ ଓ ତା’ର ଅବସାନ ଘଟିବ। ବିପଦ ଦୂର ହେବ। ସର୍ବାଙ୍ଗୀଣ ଉନ୍ନତି ହେବ। ଦାନ-ଧର୍ମକୁ ଶ୍ରେୟ ମଣିପାରନ୍ତି। କୃଷିକ୍ଷେତ୍ରରୁ ଲାଭବାନ ହେବେ। ଜନବଲ୍ଲଭ ହେବେ।
ମୀନ: ଋଣମୁକ୍ତ ହେବାକୁ ପ୍ରୟାସ ଜାରି ରଖିବେ। ସମ୍ମାନିତ ହୋଇପାରନ୍ତି। ଭବ୍ୟ ସମ୍ବର୍ଦ୍ଧନା ମିଳିପାରେ। ସେବା ଭାବନାରେ ଉଦ୍‌ବୁଦ୍ଧ ହେବେ। ପୂଜାର୍ଚ୍ଚନାରେ ନିଜକୁ ନିୟୋଜିତ କରିପାରନ୍ତି। ବିବାଦରେ ବିଜୟୀ ହେବେ। ପାରିବାରିକ ସୁଖ ମିଳିବ।

Comments
Loading...