ଶୁକ୍ରବାର ରାଶିଫଳ

ମେଷ: ଅଶ୍ୱିନୀ ଓ ଦ୍ୱିଜା ନକ୍ଷତ୍ର ବ୍ୟକ୍ତିଙ୍କ ମନରେ ସରସତା ଆସିବ। ମିଷ୍ଟଭାଷୀ ଭାବେ ଜନାଦୃତ ହେବେ। ଆର୍ଥିକ ଅଭିବୃଦ୍ଧି ଘଟିବ। ଉନ୍ନତି ମାର୍ଗରେ ଆଗକୁ ବଢ଼ି ପାରନ୍ତି। କୃର୍ତ୍ତିକା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ବ୍ୟୟବୃଦ୍ଧି ହେବ।
ବୃଷ: ରୋହିଣୀ ନକ୍ଷତ୍ର ଜାତ ବ୍ୟକ୍ତି ଭ୍ରମଣାଦିରେ ଶାନ୍ତି ପାଇବେ। ଆୟ ବୃଦ୍ଧିର ସୂଚନା ମିଳୁଛି। ଅର୍ଥ ପ୍ରାପ୍ତି ସହିତ ଚିନ୍ତା ଦୂର ହେବ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ମୃଗଶିରା ଓ କୃର୍ତ୍ତିକା ନକ୍ଷତ୍ର ଜାତ ବ୍ୟକ୍ତି ସାମାନ୍ୟ ଶୁଭଫଳ ମିଳିବ।
ମିଥୁନ: ଆର୍ଦ୍ରା ନକ୍ଷତ୍ର ଜାତ ବ୍ୟକ୍ତି ସୁଖ ସମ୍ମାନ ଲାଭ କରିପାରନ୍ତି। ଧର୍ମ କାର୍ଯ୍ୟରେ ନିୟୋଜିତ ହେବେ। ଉନ୍ନତି ମୂଳକ କାର୍ଯ୍ୟ କରି ଲାଭବାନ୍‍ ହେବେ। ବନ୍ଧୁ ମିଳନ ଫଳ ଦାୟକ ହେବ। କର୍ମ ତତ୍ପରତା ପ୍ରକାଶ ପାଇବ। ମୃଗଶିରା ଓ ପୁନର୍ବସୁର ସାମାନ୍ୟ ଫଳ।
କର୍କଟ: ପୁଷ୍ୟା ନକ୍ଷତ୍ର ଜାତ ବ୍ୟକ୍ତି ସେବା-ପୂଜାରେ ମନୋନିବେଶ କରିପାରନ୍ତି। ବିନୟ ଭାବ ଯୁକ୍ତ ହେବେ। ମହାମାନବ ସଦୃଶ ପୂଜ୍ୟ ହୋଇପାରନ୍ତି। ପୁନର୍ବସୁ ଓ ଅଶ୍ଳେଷା ନକ୍ଷତ୍ରର ସାମାନ୍ୟ ଶୁଭଫଳ।
ସିଂହ: ମଘା ଓ ପୂର୍ବା ଫାଲଗୁନୀ ନକ୍ଷତ୍ର ଜାତ ବ୍ୟକ୍ତି ଦୂର ସଂପର୍କୀୟ ବ୍ୟକ୍ତିଙ୍କ ଦ୍ୱାରା ଉପକୃତ ହେବେ। ଭାବନାରେ ପବିତ୍ରତା ଜାରି ରହିବ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ପୂର୍ବାଫାଲଗୁନୀ ଜାତ ବ୍ୟକ୍ତି ଖର୍ଚ୍ଚାନ୍ତ ହେବେ।
କନ୍ୟା: ହସ୍ତୀ ନକ୍ଷତ୍ର ଜାତବ୍ୟକ୍ତି ନିଜକୁ ନିଜେ ସାନ୍ତ୍ୱନା ଦେବେ। ବନ୍ଧୁ ମିଳନରେ ଉପକୃତ ହେବେ। ହର୍ଷ ଉଲ୍ଲାସ ମଧ୍ୟରେ ସମୟ କଟାଇ ପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଉତ୍ତରା ଫାଲଗୁନୀ ଓ ଚିତ୍ରା ନକ୍ଷତ୍ର ସାମାନ୍ୟ ଶୁଭଫଳ ପ୍ରାପ୍ତ ହେବେ।
ତୁଳା: ସ୍ୱାତୀ ନକ୍ଷତ୍ର ଜାତବ୍ୟକ୍ତିଙ୍କର ଲୋକସଂପର୍କ ବୃଦ୍ଧି ହେବ। ଯେକୌଣସି କାର୍ଯ୍ୟ କରିବା ପାଇଁ ସ୍ଥିତି ଅନୁକୂଳ ରହିବ। ମନ ପ୍ରଫୁଲ୍ଲ ରହିବ। ପାରିବାରିକ ଶାନ୍ତି ଅବ୍ୟାହତ ରହିବ। ଚିତ୍ରା ଓ ବିଶାଖା ନକ୍ଷତ୍ର ଜାତ ବ୍ୟକ୍ତି ସାମାନ୍ୟ ଶୁଭଫଳ ପାଇବେ।
ବିଛା: ଅନୁରାଧା ନକ୍ଷତ୍ର ଜାତବ୍ୟକ୍ତିଙ୍କୁ କର୍ମକ୍ଷେତ୍ରରେ ସହାୟତା ମିଳିବ। ଧନଲାଭର ସୂଚନା ମିଳୁଛି। ଶତ୍ରୁଭାବ ବୃଦ୍ଧି ହେଲେ ବି କିଛି ଅନିଷ୍ଟ ହେବ ନାହିଁ। ନାନା ବିଭବରେ ମଣ୍ଡିତ ହୋଇପାରନ୍ତି। ବିଶାଖା ଓ ଜ୍ୟେଷ୍ଠା ନକ୍ଷତ୍ର ଜାତବ୍ୟକ୍ତି ସାମାନ୍ୟ ଶୁଭଫଳ ପ୍ରାପ୍ତ ହେବେ।
ଧନୁ: ମୂଳା ଓ ପୂର୍ବାଷାଢ଼ା ନକ୍ଷତ୍ର ଜାତବ୍ୟକ୍ତି ଗୃହକାର୍ଯ୍ୟରେ ମନୋନିବେଶ କରିପାରନ୍ତି। ନିଜ ବନ୍ଧୁ-ବାନ୍ଧବଙ୍କ ପ୍ରତି ସ୍ନେହ, ସହାନୁଭୂତି ରହିବ। ପ୍ରଭୁକୃପା ଲାଭ କରିପାରନ୍ତି। ଉତ୍ତରାଷାଢ଼ା ନକ୍ଷତ୍ର ଜାତ ବ୍ୟକ୍ତିଙ୍କ ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ।
ମକର: ଶ୍ରାବଣୀ ନକ୍ଷତ୍ର ଜାତବ୍ୟକ୍ତିଙ୍କୁ ପରିଶ୍ରମର ମୂଲ୍ୟ ମିଳିବ। ବ୍ୟବସାୟ ଲାଭଜନକ ହେବ। ଅସାଧ୍ୟ କାର୍ଯ୍ୟକୁ ସାଧନା କରିବାରେ ସଫଳ ହେବେ। ଜନତାଙ୍କ ପ୍ରତି ଅନୁରକ୍ତି ବୃଦ୍ଧି ହେବ। କବି ଭାବରେ କୀର୍ତ୍ତିମାନ୍‍ ହେବେ। ଧନିଷ୍ଠା ଓ ଉତ୍ତରାଷାଢ଼ା ନକ୍ଷତ୍ରର ସାମାନ୍ୟ ଫଳ।
କୁମ୍ଭ: ଶତଭିକ୍ଷା ନକ୍ଷତ୍ର ଜାତବ୍ୟକ୍ତି ଧୈର୍ଯ୍ୟର ପୁରସ୍କାର ପ୍ରାପ୍ତ ହେବେ। ତର୍କ, ବିତର୍କରେ ବିଜୟୀ ହେବେ। ରାଜକାର୍ଯ୍ୟରେ ଦକ୍ଷତା ପ୍ରତିପାଦନ କରିବେ। ଶାସ୍ତ୍ରଜ୍ଞ ହେବେ। ଶ୍ରେଷ୍ଠ ସମ୍ମାନ ମିଳିବ। ଧନବାନ୍‍ ଓ ସନ୍‍ମାର୍ଗୀ ହେବେ। ଧନିଷ୍ଠା ଓ ପୂର୍ବଭାଦ୍ର ନକ୍ଷତ୍ରର ସମାନ୍ୟ ଫଳ।
ମୀନ: ଉତ୍ତରାଭାଦ୍ରପଦ ନକ୍ଷତ୍ର ଜାତବ୍ୟକ୍ତିଙ୍କର ଚାକିରି କ୍ଷେତ୍ରରେ ପଦୋନ୍ନତି ହେବାର ସୂଚନା ମିଳୁଛି। ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ଓ ନିରାମୟ ରହିବେ। ପୂର୍ବଭାଦ୍ର ଓ ରେବତୀ ବ୍ୟକ୍ତିଙ୍କର ସାମାନ୍ୟ ଶୁଭ।

Comments are closed.