ଶୁକ୍ରବାର ରାଶିଫଳ

ମେଷ: ବନ୍ଧୁ ସହଯୋଗ ପାଇ ଖୁସି ହେବେ। ବ୍ୟବସାୟ ଲାଭଜନକ ହେବ। ସମାଜସେବୀ ହୋଇପାରନ୍ତି। ପ୍ରତିଶୋଧ ପରାୟଣ ହେବେ। ଶାନ୍ତ ଓ ଧୈର୍ଯ୍ୟବାନ୍‍ ହେବେ। ପତ୍ନୀଙ୍କ କଥାରେ ପରିଚାଳିତ ହୋଇପାରନ୍ତି।
ବୃଷ: ପରୀକ୍ଷାରେ ସଫଳତା ଲାଭ କରିବେ। ଦାମ୍ଭିକତା ପ୍ରଦର୍ଶନ କରିବେ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। ବଳିଷ୍ଠ ଓ ଶତ୍ରୁହନ୍ତା ହେବେ। ଚାକିରିରେ ସୁନାମ ଅର୍ଜନ କରିବେ।
ମିଥୁନ: ବିଭିନ୍ନ ସ୍ତରରୁ ଅର୍ଥ ସଂଗ୍ରହ କରିବେ। ପରଚର୍ଚ୍ଚା କରିପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ। ଆକସ୍ମିକ ଭାବେ ଧନଲାଭର ସୂଚନା ମିଳୁଛି। ବ୍ୟବସାୟରେ ପ୍ରଚୁର ଧନଲାଭ ହୋଇପାରେ। ପତ୍ନୀ ସୁନ୍ଦର ଓ ସୁଶୀଳା ହୋଇପାରନ୍ତି।
କର୍କଟ: କ୍ଳାନ୍ତିର ଅବସାନ ଘଟିବ। ପରିଶ୍ରମର ମୂଲ୍ୟ ମିଳିବ। ଉଦାର ପ୍ରକୃତିର ହୋଇପାରନ୍ତି। ଦାନଶୀଳ ହେବେ। ଶୋଭନ ବ୍ୟକ୍ତିତ୍ୱ ସମ୍ପନ୍ନ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ଜୀବନ-ଯାପନ କରିବେ। କୃଷିକର୍ମକାରୀ ହେବେ। ବୁଦ୍ଧିମାନ୍‍ ହେବେ।
ସିଂହ: ଉଚ୍ଚ ଆଶା ଫଳବତୀ ହେବ। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ୱଭାବର ହେବେ। ମଧୁରଭାଷୀ ହୋଇପାରନ୍ତି। ଥଣ୍ଡା-କଫ ଜନିତ ପୀଡ଼ା ଅନୁଭବ କରିପାରନ୍ତି। ପ୍ରେମୀ-ସାହସୀ ଓ ସାନ ଭାଇମାନଙ୍କ ଠାରୁ ଆଦର ସମ୍ମାନ ମିଳିବ।
କନ୍ୟା: ବିରୋଧ ଅପସାରିତ ହେବ। ଆଶାବାଦୀ ହୋଇପାରନ୍ତି। ପରମ ସୌଭାଗ୍ୟଶାଳୀ ହେବେ। ପରଦେଶବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର, ବିଦ୍ୟାପ୍ରେମୀ ହେବେ। ବ୍ୟବସାୟରୁ ଅଧିକ ଧନଲାଭ ହେବ। ମିତ୍ର ସୁଖ ମିଳିବ।
ତୁଳା: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଆୟ ଆଶାନୁରୂପ ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ମାଲିମୋକଦ୍ଦମାରେ ବିଜୟୀ ହୋଇ ଧନଲାଭ କରିବେ। ଚିନ୍ତାଧାରା ଉନ୍ନତମାନର ହେବ। ନୂଆ ବନ୍ଧୁ ଜୁଟିବେ।
ବିଛା: ବନ୍ଧୁ ମେଳରେ ଆନନ୍ଦ ଅନୁଭବ କରିବେ। ଚଞ୍ଚଳ ସ୍ୱଭାବର ହୋଇପାରନ୍ତି। ଚକ୍ଷୁରେ ପୀଡ଼ା ଅନୁଭବ କରିବେ। ମିଠା କଥା କହି ଅନ୍ୟମାନଙ୍କ ମନକୁ ଆକର୍ଷିତ କରିପାରନ୍ତି। ଧାର୍ମିକ ପ୍ରବୃତିର ହେବେ। ସାହସୀ ଓ ଜ୍ଞାନୀ ହେବେ।
ଧନୁ: କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ରୋଜଗାର ଅଶାନୁରୂପ ହେବ। ଯଶସ୍ୱୀ ହୋଇପାରନ୍ତି। ଲୋକପ୍ରିୟତା ଅର୍ଜନ କରିବେ। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ରାଜକୋଷ ଅର୍ଥ ମିଳିବ।
ମକର: ସତ୍‍ସଙ୍ଗରେ ଯୋଗଦାନ କରିପାରନ୍ତି। ଆପଣଙ୍କ ପରିଶ୍ରମର ମୂଲ୍ୟାଙ୍କନ ହେବ। କୁଳ ଉଜ୍ଜ୍ୱଳକାରୀ ହେବେ। ମନ ପ୍ରସନ୍ନ ରହିବ। ଦୟାଳୁ ବ୍ୟକ୍ତି ଭାବେ ନିଜର ପରିଚୟ ସୃଷ୍ଟି କରିବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହୋଇପାରନ୍ତି।
କୁମ୍ଭ: ଅଧିକ ଦାୟିତ୍ୱ ବହନ କରିବେ। ଭାଗ୍ୟଶାଳୀ ହୋଇପାରନ୍ତି। ଦିନଟି ଭୋଗବିଳାସରେ କଟାଇ ପାରନ୍ତି। ଧର୍ମାତ୍ମା, ପ୍ରବାସ ପ୍ରିୟ, ବିଦ୍ୱାନ, ସାହସୀ ଓ ସମ୍ପତ୍ତିବାନ ହୋଇପାରନ୍ତି। ତୀର୍ଥଯାତ୍ରା କିମ୍ବା ପର୍ଯ୍ୟଟନର ସୁବିଧା ପାଇବେ। ସୁଖୀ ଓ ହେବେ।
ମୀନ: ମାନସିକ ଶାନ୍ତି ଫେରି ପାଇବେ। ଦୁଃଖ ଶୋକରେ ଘାଣ୍ଟି ହୋଇପାରନ୍ତି। ଈର୍ଷାଳୁ ସ୍ୱଭାବଯୁକ୍ତ ହୋଇପାରନ୍ତି। ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। ସ୍ୱାଭିମାନୀ ହେବେ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କରେ ଚଳିବେ।

Comments are closed.