ଶୁକ୍ରବାର ରାଶିଫଳ ( ୦୭. ୦୨. ୨୦୨୦ )

ମେଷ: ସ୍ବାଧୀନ ଚିନ୍ତାଧାରା ନେଇ କାର୍ଯ୍ୟ କରିବେ। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ବଭାବର ହେବେ। ମଧୁରଭାଷୀ ହୋଇପାରନ୍ତି। ଥଣ୍ଡା-କଫଜନିତ ପୀଡ଼ା ଅନୁଭବ କରିବେ। ପ୍ରେମୀ ଓ ସାହସୀ ହେବେ। ସାନଭାଇମାନଙ୍କ ଠାରୁ ଆଦର ସମ୍ମାନ ମିଳିବ।
ବୃଷ: ଆଶାବାଦୀ ହୋଇପାରନ୍ତି। ଭାଗ୍ୟଶାଳୀ ହେବେ। ପରଦେଶବାସୀ, ମଧୁରଭାଷୀ ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ। ସ୍ତ୍ରୀ ବିଳାସୀ ହେବେ। ମିତ୍ର ସୁଖ ଲାଭ କରିପାରନ୍ତି। ବ୍ୟବସାୟ, ଅଧିକ ଲାଭଜନକ ହେବ।
ମିଥୁନ: ସ୍ବାଧୀନଚେତା ହେବେ। ଅଧୀକ ରୋଜଗାରକ୍ଷମ ହୋଇପାରନ୍ତି। ଐଶ୍ବର୍ଯ୍ୟଯୁକ୍ତ ହେବେ। ବ୍ୟବସାୟ ପାଇଁ ଉଦ୍ୟମ ଚଳାଇବେ। ଯୁଦ୍ଧ ବା ମାଲିମୋକଦ୍ଦମାରେ ଜିଣିବେ ଓ ଧନ ଲାଭ ହେବ। ଧନ-ସମ୍ପଦ ଭରପୂର ରହିବ। ସାମାଜିକ କ୍ଷେତ୍ରରେ ଗୌରବାନ୍ବିତ ହେବେ।
କର୍କଟ: ଖର୍ଚ୍ଚାନ୍ତରେ ପଡ଼ି ସର୍ବସାନ୍ତ ହେବେ। ଥଣ୍ଡା-କଫଜନିତ ପୀଡ଼ା ଅନୁଭବ କରିବେ। ଏକାନ୍ତ ପ୍ରିୟ ଓ ଚକ୍ଷୁ ଯନ୍ତ୍ରଣାରେ ପୀଡ଼ିତ ହେବେ। ଚଞ୍ଚଳ ସ୍ବଭାବର ହେବେ। ମଧୁର କଥାରେ ଅନ୍ୟମାନଙ୍କ ସହିତ ବନ୍ଧୁତା ବାନ୍ଧି ସବୁରି ପ୍ରିୟ ପାତ୍ର ହେବେ। ସୁଖ ମିଳିବ।
ସିଂହ: ବିଭିନ୍ନ ସ୍ତରରୁ ଧନଲାଭ ହୋଇପାରେ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଚିନ୍ତାଧାରା ଉନ୍ନତମାନର ହେବ।
କନ୍ୟା: ସର୍ବ ସୁଖ ସନ୍ତୋଷ ମିଳିବ। କୁଳ ଉଳକାରୀ ହେବେ। ମନ ପ୍ରସନ୍ନ ରହିବ। ଦୟାଳୁ ସ୍ବଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶ ଅର୍ଜନ କରି ନମ୍ର ସ୍ବଭାବର ହେବେ। ନିଜ ପରିବାର ପ୍ରତି ସ୍ନେହ ଓ ଶ୍ରଦ୍ଧାଭାବ ରହିବ। କରିତ୍‌କର୍ମା ହେବେ। ସରକାରୀ ସହାୟତା ମିଳିବ।
ତୁଳା: କର୍ମ ତତ୍ପର ରହିବେ। ଭାଗ୍ୟଶାଳୀ ହେବେ। ଦିନଟି ଭୋଗ-ବିଳାସରେ ଅତିବାହିତ କରିପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍‌ ହୋଇପାରନ୍ତି। ପ୍ରତିଯୋଗିତାରେ ବିଜୟୀ ହେବେ।
ବିଛା: ଅର୍ଥକ୍ଷୟ ହେବାର ସମ୍ଭାବନା ରହିଛି। ଈର୍ଷାପରାୟଣ ହୋଇପାରନ୍ତି। ସ୍ବାଭିମାନୀ ହେବେ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ମିତ୍ରମାନେ ଠିକଣା ସମୟରେ କରଛଡ଼ା ଦେଇପାରନ୍ତି। ଜଳରେ ବୁଡ଼ିଯିବାର ଭୟ ରହିଛି। ଅଷ୍ଟମଚନ୍ଦ୍ର ଯୋଗୁଁ ସତର୍କ ହେବେ।
ଧନୁ: ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ଆଦର, ସମ୍ମାନ ମିଳିବ। ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହୋଇପାରେ। ସମାଜ ସେବାରେ ନିଜକୁ ନିୟୋଜିତ କରି ନିଜକୁ ଭାଗ୍ୟବାନ୍‌ ମନେ କରିବେ। ମନରେ ଅହଂଭାବ ଆସିପାରେ। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ପତ୍ନୀଙ୍କ ପରାମର୍ଶ ଶୁଭଦାୟକ ହେବ।
ମକର: ଶତ୍ରୁ ଭୟରେ ପଶ୍ଚାତ୍‌ ପଦ ହେବେ ନାହିଁ। ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ଶତ୍ରୁହନ୍ତା ହେବେ। ଚାକିରି କ୍ଷେତ୍ରରେ ଉଚ୍ଚକର୍ତ୍ତୃପକ୍ଷଙ୍କ ପ୍ରିୟଭାଜନ ହେବେ।
କୁମ୍ଭ: କାର୍ଯ୍ୟକ୍ଷେତ୍ରରେ ବିଭିନ୍ନ ସ୍ତରରୁ ସହଯୋଗ ମିଳିବ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। କନ୍ୟା ସନ୍ତାନ ଦ୍ବାରା ବିଶେଷ ଉପକୃତ ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ବ୍ୟବସାୟରେ ପ୍ରଚୁର ଧନଲାଭ ହେବ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। କରିତ୍‌କର୍ମା ହେବେ।
ମୀନ: କେତେକ କ୍ଷେତ୍ରରେ ବାଦାନୁବାଦ ଉପୁଜି ପାରେ। ଉଦାର ପ୍ରକୃତିର ହୋଇପାରନ୍ତି। ଦାନ-ଧର୍ମରେ ଦୀକ୍ଷିତ ହେବେ। ସୁଖୀ ହେବେ। ଶୋଭନ ବ୍ୟକ୍ତିତ୍ବ ସମ୍ପନ୍ନ ହୋଇପାରନ୍ତି। କୃଷିକର୍ମକାରୀ ହେବେ। ଜଳପ୍ରତି ଆଦର ପ୍ରେମୀ ଓ ବୁଦ୍ଧିମାନ୍‌ ହେବା ଆଶାକରାଯାଏ।

Comments are closed.