ଶୁକ୍ରବାର ରାଶିଫଳ

0

ମେଷ: ବ୍ୟବସାୟ ଲାଭଜନକ ହେବ। ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ। ମାନସିକ ସ୍ତରରେ ବ୍ୟସ୍ତତା ଅନୁଭବ କରିବେ। ମଧ୍ୟମ ଧରଣର ଶୁଭଫଳ ମିଳିବ। ଧନଲାଭ ସହିତ ପୁତ୍ର ଲାଭର ସୁଯୋଗ ଅଛି। ସୁଖୀ ହେବେ।
ବୃଷ: ଦ୍ରବ୍ୟ ନଷ୍ଟର ସମ୍ଭାବନା ଅଛି। କଥାବାର୍ତ୍ତାରେ ସଂଯମତା ରକ୍ଷା କରିବାକୁ ପଡ଼ିବ। କୃଷିକ୍ଷେତ୍ରରୁ ଲାଭ ମିଳିବ। ଯାନ-ବାହନ ସୁଖ ମିଳିପାରେ। ଗୃହ ପରିବେଶ ଠିକ୍ ରହିବ। ଘାତଚନ୍ଦ୍ର ଭୋଗ ହେତୁ ସତର୍କ ରହିବେ।
ମିଥୁନ: କାର୍ଯ୍ୟରେ ସଫଳତା ପାଇଁ ନିଷ୍ଠାପର ଉଦ୍ୟମ ଚଳାଇବେ। ସମ୍ମାନିତ ହୋଇପାରନ୍ତି। ପାରିବାରିକ ସୁଖ ମିଳିବ। ସାଧନାରେ ସିଦ୍ଧି ପ୍ରାପ୍ତ ହେବେ। କୁଶଳ ସମାଚାର ମିଳିପାରେ। ଗଠନମୂଳକ କାର୍ଯ୍ୟରେ ପ୍ରେରଣା ଦେବେ।
କର୍କଟ: ପାରିବାରିକ ଜୀବନ ସୁଖ, ଶାନ୍ତି​‌େ​‌ର ଅତିବାହିତ ହେବ। ଘାତଚନ୍ଦ୍ର ଭୋଗ ହେଉଥିବାରୁ ଦିନଟି ସମସ୍ୟା ବହୁଳ ହୋଇପାରେ। ଯାନବାହନ ଚଳାଚଳରେ ସତର୍କ ରହିବେ। ତ୍ୟାଗଶୀଳ ଓ ନୀତିଜ୍ଞ ହେବେ। ଧନଯୁକ୍ତ ହେବେ।
ସିଂହ: ବ୍ୟବସାୟରେ ଲାଭବାନ ହେବେ। ଲୋକ ସଂପର୍କ ବୃଦ୍ଧି ପାଇବ। ସରକାରୀ କିମ୍ବା ବନ୍ଧୁ ସହାୟତା ପାଇ ଉପକୃତ ହେବେ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁଖୀ ହେବେ।
କନ୍ୟା: ଆଦର, ସତ୍କାର ପାଇ ଗର୍ବିତ ହେବେ। କାର୍ଯ୍ୟରେ ବାଧା ଉପୁଜି ପାରେ। ଉନ୍ନତିମୂଳକ ଯୋଜନା ପ୍ରସ୍ତୁତ କରିପାରନ୍ତି। ମାନ୍ୟତା ମିଳିବ। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ମିଷ୍ଟଭାଷୀ ହେବେ। ଚଞ୍ଚଳ ଚେଷ୍ଟିତ ହେବେ।
ତୁଳା: ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି। ପରୋପକାର କରି ଆତ୍ମସନ୍ତୋଷ ଲାଭ କରିବେ। ଚିନ୍ତା ହ୍ରାସ ହେବ। କର୍ମକ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ। ଲକ୍ଷ୍ୟ ହାସଲ ପାଇଁ ମିଠା କଥା କହି ପରକୁ ଆପଣାର କରିବେ।
ବିଛା: ସ୍ବକର୍ମର ମୂଲ୍ୟାୟନରେ ପ୍ରଶଂସିତ ହେବେ। ସର୍ବାଙ୍ଗୀଣ ଉନ୍ନତିର ସୂଚନା ମିଳୁଛି। ବନ୍ଧୁମାନଙ୍କର ସାହାଯ୍ୟ ଓ ସହଯୋଗ ମିଳିବ। ସାମାଜିକ କ୍ଷେତ୍ରରେ ଆଗକୁ ବଢୁଥିବା ବେଳେ ରାଜନୈତିକ କ୍ଷେତ୍ରରେ ଢ଼େର ଉନ୍ନତି ହେବ।
ଧନୁ: ସତ୍‌ସଙ୍ଗୀ ହେବେ। ପ୍ରତ୍ୟେକ କାର୍ଯ୍ୟର ସଫଳ ରୂପାୟନ କରିବାରେ ସିଦ୍ଧହସ୍ତ ହେବେ। କର୍ମକ୍ଷେତ୍ର ପ୍ରତି ସାମୟିକ ଭାବେ ଉଦାସୀନ ରହିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ଚିନ୍ତାଦୂର ହେବ।
ମକର: ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଅଶାନ୍ତି ସୃଷ୍ଟି ହୋଇପାରେ। ଧନଲାଭର ସୂଚନା ମିଳୁଛି। ଘାତଚନ୍ଦ୍ର ଓ ଅଷ୍ଟମ ଚନ୍ଦ୍ର ଏକତ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ। ନିଜ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବାକୁ ଯେପରି ନ ଭୁଲନ୍ତି।
କୁମ୍ଭ: ଦିନସାରା ଆନନ୍ଦ ଉତ୍ସବରେ ଲାଗି ପଡ଼ିବେ। ପାରିବାରିକକୁ ସୁଖ ମିଳିବ। ଅର୍ଥ ଲାଭର ସୂଚନା ମିଳୁଛି। ମାନସିକ ସ୍ତରରେ ପ୍ରସନ୍ନତା ଦେଖା ଦେବ। ପଡ଼ୋଶୀମାନେ ସାହାଯ୍ୟ ଓ ସହଯୋଗ କରିବେ। କର୍ମକ୍ଷେତ୍ର ଉଳମୟ ହେବ।
ମୀନ: ନିର୍ଭୀକ ଭାବେ କାର୍ଯ୍ୟ କରି ଚାଲିବେ। ପ୍ରବଳ ଉତ୍ସାହ, ଉଦ୍ଦିପନା ମଧ୍ୟରେ କର୍ମକ୍ଷେତ୍ରକୁ ସରସ ସୁନ୍ଦର କରି ଗଢ଼ିତୋଳିବେ। ସୁଖ-ଶାନ୍ତି ମିଳିବ। କୌଶଳରେ କାର୍ଯ୍ୟ ହାସଲ କରିବେ। ବନ୍ଧୁମାନଙ୍କ ସହ ଆଳାପ ଆଲୋଚନା କରିବେ।

Leave A Reply