ଶୁକ୍ରବାର ରାଶିଫଳ ୧୬.୦୭.୨୦୨୧

ମେଷ: ପ୍ରିୟ ବନ୍ଧୁଙ୍କ ସାହାଯ୍ୟ ମିଳିବ। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ରହିବେ। ବଳିଷ୍ଠ ଓ ଶତ୍ରୁହନ୍ତା ହୋଇପାରନ୍ତି। ଚାକିରିରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦ୍ବାରା ପ୍ରଶଂସିତ ହେବେ।
ବୃଷ: ଶୁଭ ଖବର ଶୁଣି ଖୁସି ହୋଇପାରନ୍ତି। ଶ୍ରେଷ୍ଠତାର ଅବସାନ ହେବ ନାହିଁ। ଉତ୍ତମ ଗୁଣର ଆଧାର ହୋଇପାରନ୍ତି। ନୀତିଯୁକ୍ତ, ବିନୀତ ଓ ସଂଗ୍ରାମୀ ହୋଇପାରନ୍ତି। ପ୍ରଚୁର ଅର୍ଥ ମିଳିବ। ଅଧ୍ୟୟନରତ ହୋଇପାରନ୍ତି।
ମିଥୁନ: ଶ୍ରମର ମୂଲ୍ୟାଙ୍କନ ହେବ। ଶାନ୍ତ, ନିପୁଣ ଓ ମେଧାବୀ ହେବେ। ଜିତେନ୍ଦ୍ରୀୟ ହୋଇପାରନ୍ତି। ଜ୍ଞାନ-ଗରିମା ଯୁକ୍ତ ଓ ଦୟାଳୁ ସ୍ବଭାବର ହେବେ। ପୁତ୍ର ସୁଖ ମିଳିପାରେ। ଆଚରଣ ଓ ଅତିଥି ସେବା କରିବେ।
କର୍କଟ: ଆର୍ଥିକ ଅବସ୍ଥା ସ୍ବଚ୍ଛଳ ରହିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଅଶାନ୍ତି ଦୂର ହେବ। ଠାକୁରଙ୍କ ଦର୍ଶନ ପାଇ ଆତ୍ମସନ୍ତୋଷ ଲାଭ କରିବେ। ସରକାରୀ ସ୍ତରରୁ ଲାଭ ଉଠାଇ ପାରନ୍ତି।
ସିଂହ: ଦିନଟି ବ୍ୟସ୍ତବହୁଳ ହେବ। ଭୋଗବିଳାସ କରିପାରନ୍ତି। ମନ ପ୍ରସନ୍ନ ରହିବ। ଅର୍ଥଲାଭର ସୂଚନା ମିଳୁଛି। ବିନୀତ ସ୍ବଭାବ ସମ୍ପନ୍ନ ହୋଇପାରନ୍ତି। ନିତ୍ୟାନନ୍ଦ ଯୁକ୍ତ, ଗୁଣବାନ୍‌ ଓ ବହୁ ବିଦ୍ୟା ପାରଙ୍ଗମ ହୋଇପାରନ୍ତି।
କନ୍ୟା: ଭଲ ଆୟ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‌ ହୋଇପାରନ୍ତି। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ। ନୂଆ ବନ୍ଧୁ ମିଳିବେ।
ତୁଳା: ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। ଅଯଥା କଥାରେ ମୁଣ୍ଡ ନ ପୂରାଇ ନିରବ ରହିବାକୁ ପଡ଼ିବ। ଧର୍ମକ୍ରିୟାରତ ହୋଇପାରନ୍ତି। ମଧୁର କଥାରେ ପରକୁ ଆପଣାର କରି ସ୍ବାର୍ଥ ହାସଲ କରିପାରନ୍ତି। ଯାତ୍ରାପଥ ସୁଗମ ଅଛି।
ବିଛା: ଶୁଭ ଖବର ପାଇଁ ଖୁସି ହେବେ। ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି। ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ। ବିଭିନ୍ନ ସୂତ୍ରରୁ ଏପରିକି ସରକାରଙ୍କଠାରୁ ଧନ ଓ ମାନ ଉଭୟ ପ୍ରାପ୍ତ ହେବେ।
ଧନୁ: ସୁସମ୍ବାଦ ମିଳିବ। କର୍ମରେ ସଫଳତା ପାଇବେ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳ ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ବିବାଦୀୟ ଘଟଣାରେ ବିଜୟୀ ହେବେ। ସତ୍ୟବାଦୀ ହେବେ।
ମକର: କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବେ। ଅଧିକ କ୍ଷମତା ହାସଲ କରି ମକର ତା’ର ସବୁ ବ୍ୟବହାର କରିବେ। ପ୍ରତିଯୋଗିତାରେ ବିଜୟୀ ହେବେ। ଭଗବତ୍‌ ପ୍ରେମୀ ହେବେ। ପ୍ରବଚନରେ ଯୋଗଦେଇ ପାରନ୍ତି।
କୁମ୍ଭ: ସତ୍‌ପୁତ୍ର ଲାଭର ସୂଚନା ମିଳୁଛି। ଅର୍ଥାଭାବ ଦେଖାଦେଇ ପାରେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ମନୋବଳ ଦୃଢ଼ ରହିବ। କର୍ମକୁଶଳତା ପ୍ରକାଶ ପାଇବ। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ରହିବେ।
ମୀନ: ବହୁ ସୁଖକର ଘଟଣାମାନ ଘଟିପାରେ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ସପତ୍ନୀକ ଆନନ୍ଦ ଉପଭୋଗ କରିବେ।

Comments are closed.