ଶୁକ୍ରବାର ରାଶିଫଳ ୦୨.୦୭.୨୦୨୧

ମେଷ: ଆୟ ଅଧିକ ହୋଇପାରେ। ବ୍ୟୟ ତତୋଽଧିକ ହେବ। ଅଯଥା ବିତର୍କରେ ଭାଗ ନ ନେଇ ନିରବ ରହିପାରନ୍ତି। ମଧୁର କଥା କହି ପରକୁ ଆପଣାର କରିବାରେ ପାରଙ୍ଗମ ହେବେ। ଯାତ୍ରା ଶୁଭପ୍ରଦ ହେବ। କର୍ମଚଞ୍ଚଳ ରହିବେ।
ବୃଷ: ସୁଖ-ସମ୍ମାନ ଲାଭ କରିପାରନ୍ତି। ସୁସମ୍ବାଦ ପାଇ ଆନନ୍ଦ ଅନୁଭବ କରିବେ। ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହୋଇ ଉଦ୍ୟମ ଚାଲୁ ରଖିବେ। ସତ୍‌କର୍ମରେ ସମର୍ପିତ ମନୋଭାବ ରହିବ। ବିଭିନ୍ନ ସୂତ୍ରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି।
ମିଥୁନ: କର୍ମକ୍ଷେତ୍ରରେ ସଫଳତା ମିଳିବ। ସୁଖୀ ହେବେ। ଆର୍ଥିକ ସ୍ଥିତିରେ ଢେର ଉନ୍ନତି ଘଟିବ। ସୁଖୀ ହେବେ। ସମ୍ମାନିତ ହୋଇପାରନ୍ତି। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ବିବାଦୀୟ ଘଟଣାରେ ବିଜୟୀ ହେବେ।
କର୍କଟ: ପରୋପକାରୀ ହୋଇପାରନ୍ତି। କାର୍ଯ୍ୟରେ ସଫଳତା ଲାଭ କରିବେ। କ୍ଷମତାର ସଦ୍‌ ବ୍ୟବହାର କରି ଲୋକପ୍ରିୟତା ଅର୍ଜନ କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ପ୍ରବଚନ କାର୍ଯ୍ୟକ୍ରମରେ ଯୋଗଦେବେ।
ସିଂହ: ସଙ୍ଗୀତ ସାଧନାରେ ବ୍ରତୀ ହୋଇପାରନ୍ତି। ଖର୍ଚ୍ଚାନ୍ତର ସମ୍ମୁଖୀନ ହେବେ। ଯାତ୍ରାରେ ବିଘ୍ନ ଉପୁଜିପାରେ। ଅସୁସ୍ଥତା ଅନୁଭବ କରିପାରନ୍ତି। ଦୁଶ୍ଚିନ୍ତା ମଧ୍ୟଦେଇ ଗତି କରିବେ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ।
କନ୍ୟା: ସୁଖ-ସମ୍ମାନ ଲାଭକରି ପାରନ୍ତି। କର୍ମରୁ ସଫଳତା ପାଇ ଆନନ୍ଦ ଅନୁଭବ କରିବେ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି। ଆନନ୍ଦ ଉପଭୋଗ କରିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ପ୍ରୀତିଭୋଜନ ମିଳିପାରେ।
ତୁଳା: ଅପୂର୍ବ ସାହସିକ ପଦକ୍ଷେପ ନେଇ ଶତ୍ରୁ ଉପରେ ବିଜୟ ହାସଲ କରିପାରନ୍ତି। ଭୟ ଦୂର ହେବ। ଅଶ୍ବସ୍ତ ହେବେ। ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ। ଶୁଭକାର୍ଯ୍ୟ ପାଇଁ ସମୟ ପ୍ରଶସ୍ତ ରହିଛି। ଋଣ ପରିଶୋଧ କରିପାରନ୍ତି।
ବିଛା: ମୂଲ୍ୟବାନ୍‌ ଦ୍ରବ୍ୟ ଲାଭର ସୂଚନା ମିଳୁଛି। ବିଭିନ୍ନ ସୂତ୍ରରୁ ପ୍ରଚୁର ଅର୍ଥପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ସୁସମ୍ବାଦ ପାଇ ଭାବବିହ୍ବଳ ହେବେ। ପାରିବାରିକ ଜୀବନ ସୁଖପ୍ରଦ ହେବ। ଅଧ୍ୟୟନରତ ହେବେ।
ଧନୁ: ଶ୍ରମ ସାର୍ଥକ ହେବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ଯାନବାହନ ସୁଖ ଭୋଗ କରିପାରନ୍ତି। ଆଦର୍ଶବାଦୀ ହେବେ। ନିଃସ୍ବାର୍ଥପର ସେବା ଯୋଗାଇ ନିଜକୁ ଧନ୍ୟ ମନେ କରିବେ।
ମକର: କାର୍ଯ୍ୟ ହାସଲ କରିବାରେ ସିଦ୍ଧହସ୍ତ ହେବେ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଦେବ ଦର୍ଶନ ମିଳିବ। ଭଗବତ୍‌ ପ୍ରେମୀ ହେବେ। ସରକାରୀ ଅର୍ଥ ମିଳିପାରେ।
କୁମ୍ଭ: ବିଭିନ୍ନ ଉପାୟରେ ତଥା ବିଦ୍ୟା ପ୍ରଭାବରେ, ବ୍ୟବସାୟରେ, ମାତାପିତାଙ୍କ ଶୁଭ ଦୃଷ୍ଟିରୁ ଧନଲାଭ ହୋଇପାରେ। ତ୍ୟାଗଶୀଳ ହେବେ। ଯେତେ ସ୍ବାର୍ଥ ହାନି ହେଲେ ବି ନୀତିରୁ ବିଚ୍ୟୁତ ହେବେ ନାହିଁ। କୀର୍ତ୍ତିମାନ ହେବେ।
ମୀନ: ସୁଖୀ ହେବେ। ଅଳ୍ପକେ ସନ୍ତୁଷ୍ଟ ହେବେ। ରୋଜଗାର ଆଶାନୁରୂପ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭ ଉଠାଇ ପାରନ୍ତି। ମିଷ୍ଟାନ୍ନ ଭୋଜନ ମିଳିବ। ସୁସ୍ଥ ରହିବେ। ଦାମ୍ପତ୍ୟ ସୁଖ ମିଳିବ। ଚିନ୍ତାଧାରା ସୁଦୂର ପ୍ରସାରୀ ହେବ।

Comments are closed.