ଶୁକ୍ରବାର ରାଶିଫଳ ୧୩.୦୫.୨୦୨୨

ମେଷ: କଳକୌଶଳ ପ୍ରୟୋଗ କରି ଶତ୍ରୁପକ୍ଷଙ୍କୁ ନିଜ ନିୟନ୍ତ୍ରଣକୁ ଆଣିପାରନ୍ତି। ମନ ମଧ୍ୟରେ ଉଙ୍କି ମାରୁଥିବା ଆଶଙ୍କା ଶଙ୍କାଶୂନ୍ୟ ହୋଇପାରେ। ନମ୍ରତାର ପ୍ରତୀକ ହେବେ। ଋଣମୁକ୍ତ ହେବେ।
ବୃଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହେବେ। ଧନ-ଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ ହେବ। ପରିଧାନ ନୁହେଁ; ସ୍ବସୁକର୍ମ ଆପଣଙ୍କ ପରିଚୟ ସୃଷ୍ଟି କରିବ। ପତ୍ନୀଙ୍କ ଆଶାକୁ ମଧୁମୟ କରିପାରନ୍ତି।
ମିଥୁନ: କୃଷି କର୍ମରେ ଆଦର୍ଶବାଦୀ ହୋଇପାରନ୍ତି। ଶ୍ରମ ସାର୍ଥକ ହେବ। ଯତ୍ନ, ଅଧ୍ୟବସାୟ ଓ ଉଦ୍ୟମ ବଳରେ ଅସାଧ୍ୟ ସାଧନ କରିବାରେ ସିଦ୍ଧହସ୍ତ ହେବେ। କୋମଳ ହୃଦୟ ଓ ଜ୍ଞାନର ଭଣ୍ଡାର ହୋଇପାରନ୍ତି।
କର୍କଟ: ଭକ୍ତିରୂପକ ଅମୂଲ୍ୟରତ୍ନକୁ ନିଜ ଇଷ୍ଟଙ୍କ ପାଦପଦ୍ମରେ ସମର୍ପଣ କରିପାରନ୍ତି। ବାଣିଜ୍ୟ କାରବାର ଫଳପ୍ରସୂ ହେବ। ସରକାରୀ କାର୍ଯ୍ୟରୁ ଲାଭ ମିଳିବ। ଶ୍ରମ ଓ ନିଷ୍ଠାର ମହତ୍ତ୍ବ ରହିଛି। ଈପ୍‌ସିତ ଧନ ମିଳିପାରେ।
ସିଂହ: ଦୈବୀବଳରେ ବଳୀୟାନ ହୋଇପାରନ୍ତି। ମାନ୍ୟତା ପ୍ରାପ୍ତିର ସୂଚନା ମିଳୁଛି। ସାମାଜିକ କ୍ଷେତ୍ରରେ ତ୍ୟାଗପୂତ ମନୋବୃତ୍ତିର ହେବେ। ବିଭିନ୍ନ ଦିଗରୁ ଧନ ପ୍ରାପ୍ତ ହେବେ। ସତ୍‌ସଙ୍ଗରୁ ଶାନ୍ତି ଓ ତୃପ୍ତିର ସୂତ୍ର ମିଳିବ।
କନ୍ୟା: ଧନବାନ୍‌ ହେବେ। ଅପାର ଗୁଣର ଅଧିକାରୀ ହୋଇପାରନ୍ତି। ସରକାରୀ ବା ବନ୍ଧୁସୂତ୍ରରୁ ଲାଭବାନ୍‌ ହେବେ। ଧୀ’ ଶକ୍ତିସମ୍ପନ୍ନ ହେବେ। ଚିନ୍ତାଧାରା ଉନ୍ନତମାନର ହେବ। ସୁଖାଦ୍ୟ ସ୍ବାସ୍ଥ୍ୟ ପାଇଁ ହିତକର ହେବ।
ତୁଳା: ବିବେକାନୁମୋଦିତ କାର୍ଯ୍ୟକରି ଧର୍ମାଧର୍ମର ମାର୍ଗ ବାଛିନେଇ ପାରନ୍ତି। ସାଧନାରୁ ଶାଶ୍ବତ ସୁଖର ସନ୍ଧାନ ପାଇବେ। ଭୋଗ ଭିତରେ ତ୍ୟାଗ ଥାଏ। ସେଠାରେ ଥିବା ସୃଜନ କାର୍ଯ୍ୟକ୍ରମ ବ୍ୟୟଭାରକୁ ବଢ଼ାଇ ଦିଏ।
ବିଛା: ସବୁ ଆଶା, ଆକାଙ୍‌କ୍ଷା ପୂରଣ କରିବାର ଦିନଟି ଆଜି। ଯାହା ଚାହିଁବେ ତାହା ଅନାୟାସରେ କରିପାରିବେ। ପରମ କଲ୍ୟାଣକାରୀ ବ୍ୟକ୍ତିଙ୍କ ସାନ୍ନିଧ୍ୟ ମିଳିବ। ସରକାରୀ ଓ ବେସରକାରୀ ସୂତ୍ରରୁ ଧନ ପ୍ରାପ୍ତ ହେବ।
ଧନୁ: କର୍ମତତ୍ପରତା ପ୍ରକାଶ ପାଇବ। ପ୍ରଶଂସନୀୟ ପଦକ୍ଷେପ ମହାନ୍‌ତାର ପରିଚୟ ସୃଷ୍ଟି କରିବ। ଗୁଣର ପ୍ରସାର ଘଟାଇ ଜନମନକୁ ନିଜ ଆୟତ୍ତକୁ ଆଣିପାରନ୍ତି। ପୈତୃକ ସମ୍ପତ୍ତିରୁ ଅଧିକ ଧନ ଅର୍ଜନ ହେବ।
ମକର: କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସା ମଣ୍ଡିତ ହୋଇପାରନ୍ତି। କ୍ଷମତାର ସଦ୍‌ ବ୍ୟବହାର କରି ସଂଗଠନକୁ ଶକ୍ତିଶାଳୀ କରିପାରନ୍ତି। ପାରିବାରିକ ଓ ସାଂସାରିକ ସୁଖରେ ସୁଖୀ ହେବେ। ଅର୍ଥପ୍ରାପ୍ତ ହେବ।
କୁମ୍ଭ: ବରିଷ୍ଠ ବ୍ୟକ୍ତିଙ୍କ ପାଇଁ ସମ୍ମାନବୋଧ ଭାଷା ପ୍ରକାଶ ଆପଣଙ୍କ ଧ୍ୟେୟ ହୋଇପାରେ। ଅମନ ମନ୍ଦିରର ସାରସକୁ ପୋଷାମନାଇ କର୍ମଯୋଗୀ ଭାବେ ନିଜର ପରିଚୟ ସୃଷ୍ଟି କରିପାରନ୍ତି। ସର୍ତକର ଦିନଟି ଆଜି।
ମୀନ: ଯେତେ ଦୁଃଖଦ ସମ୍ବାଦ ଆସିଲେ ମଧ୍ୟ ଆପଣଙ୍କ ମୁଖରୁ ହସ ଲିଭାଇ ପାରିବ ନାହିଁ। ସମର୍ପଣ ଭାବ ନେଇ ସେବା କ୍ଷେତ୍ରରେ ଜାଗ୍ରତ ରହିବେ। ଧର୍ମପ୍ରାଣା ପତ୍ନୀଙ୍କ ସହଯୋଗ ଆପଣଙ୍କୁ ଶକ୍ତିସମ୍ପନ୍ନ କରିପାରେ।

Comments are closed.