ଶୁକ୍ରବାର ରାଶିଫଳ ୨୬.୧୧.୨୦୨୧

ମେଷ: କୃଷି କ୍ଷେତ ଉପରେ ଉଚିତ୍‌ ଧ୍ୟାନ ଦେବେ। ଯାନ-ବାହନ ସୁଖ ଭୋଗ କରିବେ। ବାସଗୃହ ପରିବେଶ ସ୍ବାସ୍ଥ୍ୟପ୍ରଦ ହେବ। ସାମର୍ଥ୍ୟର ପରିପ୍ରକାଶ ଘଟିବ। ବିଭିନ୍ନ ସ୍ତରରୁ ଧନାଗମ ହେବାର ସୂଚନା ମିଳୁଛି।
ବୃଷ: ଅପାର ଗୁଣର ଅଧିକାରୀ ହେବେ। ସୁସ୍ଥ ଓ ନିରାମୟ ରହିବେ। କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ସୁଖୀ ହେବେ। ପଦପଦବୀଯୁକ୍ତ ହୋଇପାରନ୍ତି। ଉତ୍ତମା ପତ୍ନୀଯୁକ୍ତ ହେବାର ସୂଚନା ମିଳୁଛି। ଯଶସ୍ବୀ ହେବେ।
ମିଥୁନ: ତ୍ୟାଗଶୀଳ ହେବେ। ମତିମାନ୍‌ ହୋଇପାରନ୍ତି। ବିବିଧ ଧନଯୁକ୍ତ ହେବେ। କର୍ମଚଞ୍ଚଳ ରହିବେ। ସୁବିମଳ ଯଶର ଅଧିକାରୀ ହେବେ। କୀର୍ତ୍ତିମାନ୍‌ ହେବେ। ସହିଷ୍ଣୁ ହେବେ। ଅତିସୁଖୀ ହୋଇପାରନ୍ତି।
କର୍କଟ: ଧନବାନ୍‌ ହେବେ। ସୁଗୁଣସମ୍ପନ୍ନ ହୋଇପାରନ୍ତି। ଉପାର୍ଜନକାରୀ ହେବେ। ସୁସ୍ଥ ଓ ନିରାମୟ ରହିବେ। ନୂଆ ବନ୍ଧୁଙ୍କ ଦ୍ବାରା ଉପକୃତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଲୋକପ୍ରିୟତା ଅର୍ଜନ କରିବେ।
ସିଂହ: ମିତ୍ରମାନେ କରଛଡ଼ା ଦେଇପାରନ୍ତି। ଚଞ୍ଚଳଚେଷ୍ଟିତ ହେବେ। ରଣାଙ୍ଗନରେ ପାରଙ୍ଗମ ହେବେ। ଈଶ୍ବର ବିଶ୍ବାସୀ ହେବେ। ଯାତ୍ରା ଆନନ୍ଦଦାୟକ ହେବ। ବହୁ ବ୍ୟୟର ସମ୍ମୁଖୀନ ହେବେ। ଉତ୍ତମ କଥାକାର ହେବେ।
କନ୍ୟା: ନାନାବିଧ ସମ୍ମାନର ଅଧିକାରୀ ହୋଇପାରନ୍ତି। ସମାଜସେବାରେ ମନ ବଳାଇ ପାରନ୍ତି। ଯାନ-ବାହନ ସୁଖ ମିଳିବ। ଅକ୍ଷୟ କୀର୍ତ୍ତିର ଅଧିକାରୀ ହେବେ। ଗୁଣଜ୍ଞ ହୋଇପାରନ୍ତି। ଭୋଗୀ ଓ ବିଳାସୀ ହେବେ। ସ୍ବକର୍ମରେ ପ୍ରସନ୍ନତା ଲାଭ କରିବେ।
ତୁଳା: ସୁଖୀ ହେବେ। ସମ୍ମାନିତ ହୋଇପାରନ୍ତି। ସରକାରୀ ସ୍ତରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ଗୃହ ପରିବେଶ ପ୍ରଦୂଷଣମୁକ୍ତ ରହିବ। କୀର୍ତ୍ତିମାନ୍‌ ହେବେ। ସ୍ବତ୍ବାଧିକାରୀ ହୋଇପାରନ୍ତି। ଗୁଣସାଗର ହେବେ।
ବିଛା: ସମାଜସେବୀ ଓ ପରୋପକାରୀ ହେବାକୁ ମନ ବଳାଇ ପାରନ୍ତି। ଧନ-ଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ ହେବ। ମହିଳା ଗୋଷ୍ଠୀର ନେତୃତ୍ବ ନେଇ ସେମାନଙ୍କ ଆର୍ଥିକ ସ୍ଥିତିକୁ ଦୃଢ଼ କରିବେ। ଦାନ, ଧର୍ମ କରି ଆତ୍ମସନ୍ତୋଷ ଲାଭ କରିବେ।
ଧନୁ: ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଧର୍ମପ୍ରିୟ ହେବେ। ବିଦ୍ୟାଦାନ କରି ଆତ୍ମସନ୍ତୋଷ ଲାଭ କରିବେ। ହାସ୍ୟଯୁକ୍ତ ହେବେ। କର୍ମଚଞ୍ଚଳ ରହିବେ। ମଧ୍ୟାହ୍ନ ପର୍ଯ୍ୟନ୍ତ ସତର୍କରେ ଚଳିବାକୁ ପଡ଼ିବ।
ମକର: ବନ୍ଧୁ ସହାୟତା ଲାଭ କରିପାରନ୍ତି। ଅବିବାହିତମାନଙ୍କର ମନୋରମା କନ୍ୟା ସହିତ ବିବାହ ସମ୍ବନ୍ଧ ସ୍ଥିର ହେବ। ସ୍ବର୍ଣ୍ଣାଦି ଅଳଙ୍କାରରେ ଭୂଷିତ ହୋଇପାରନ୍ତି। କାର୍ଯ୍ୟର ସଫଳତାରେ ଆତ୍ମସନ୍ତୋଷ ମିଳିବ।
କୁମ୍ଭ: କର୍ମକୁଶଳତା ପାଇଁ ଅଜାତ ଶତ୍ରୁ ହୋଇପାରନ୍ତି। ବିଖ୍ୟାତ କର୍ମକରି ଖ୍ୟାତି ଅର୍ଜନ କରିବେ। ଜନପ୍ରିୟ ହେବେ। ସତ୍ୟରତ ହେବେ। ଆଭା, ପ୍ରଭା ଓ ପ୍ରତିଭାସମ୍ପନ୍ନ ହୋଇପାରନ୍ତି। କୃତଜ୍ଞ ହେବେ।
ମୀନ: ସନମାର୍ଗୀ ହୋଇପାରନ୍ତି। ଜଣେ ବିଜ୍ଞ ବ୍ୟକ୍ତିଭାବେ ନିଜର ପରିଚୟ ସୃଷ୍ଟି କରିବେ। ବହୁ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ଭାଗ୍ୟବାନ୍‌ ହେବେ। ଧର୍ମାସନ ଓ ମତିମାନ୍‌ ହୋଇପାରନ୍ତି। ପୁତ୍ର, ମିତ୍ର ସୁଖ ଭୋଗ କରିବେ।

Comments are closed.