ଶୁକ୍ରବାର ରାଶିଫଳ (୧୯.୧୧.୨୦୨୧)

ମେଷ: ଭାଗ୍ୟଶାଳୀ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ବ୍ୟକ୍ତିବିଶେଷଭାବେ ପରିଗଣତ ହେବେ। ମଧୁରଭାଷୀ, ସହନଶୀଳ ଓ ଶାନ୍ତିପ୍ରିୟ ହେବେ। ଉଦାର ବିଦ୍ୟାପ୍ରେମୀ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ବୃଷ: ଶ୍ରୀଚନ୍ଦ୍ର ଭୋଗ ହେତୁ ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ଐଶ୍ବର୍ଯ୍ୟପ୍ରାପ୍ତିର ସୂଚନା ମିଳୁଛି। ମାଲିମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବ। ସୁସ୍ଥ ଓ ନିରାମୟ ରହିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ମିଥୁନ: କର୍ମଚଞ୍ଚଳ ରହିବେ। ଥଣ୍ଡା କଫଜନିତ ସାମାନ୍ୟ କ୍ଲେଶ ଉପୁଜିପାରେ। ସାଧନାର ପ୍ରଥମ ସୋପାନ, ଏକାନ୍ତବାସକୁ ଇଚ୍ଛା କରିବେ। ମଧୁରଭାଷୀ ହେବେ। ସାହସୀ, ଜ୍ଞାନୀ ଓ କ୍ରୋଧୀ ହୋଇପାରନ୍ତି।
କର୍କଟ: କାର୍ଯ୍ୟରେ ସଫଳତା ଲାଭ କରିବେ। ସୁସ୍ଥ ଓ ନିରାମୟ ରହିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଅର୍ଥପ୍ରାପ୍ତ ହେବେ।
ସିଂହ: ପରୋପକାର କରି ଆତ୍ମସନ୍ତୋଷ ଲାଭ କରିବେ। କୁଳ ଉଳକାରୀ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସ୍ବଭାବର ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶ ଅର୍ଜନ କରିପାରନ୍ତି।
କନ୍ୟା: ଭାଗ୍ୟଶାଳୀ ହୋଇପାରନ୍ତି। ଭୋଗୀ ଓ ବିଳାସୀ ହେବେ। ଦିନଟି ସୁଖ-ସମୃଦ୍ଧିପୂର୍ଣ୍ଣ ହେବ। ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍‌ ହୋଇପାରନ୍ତି। ଉଦ୍ୟୋଗୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ତୁଳା: ଅଳ୍ପ କିଛି ସମୟ ପାଇଁ ଆମୋଦପ୍ରମୋଦରେ ବୁଡ଼ିରହି ପାରନ୍ତି। ସ୍ବାଭିମାନୀ ହେବେ। ମିଳିତ ବ୍ୟବସାୟ ଲାଭଜନକ ହେବ। ସାମାନ୍ୟ ମାତ୍ରାରେ ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ସମାଜସେବା ପ୍ରତି ମନ ବଳାଇପାରନ୍ତି।
ବିଛା: ଭୟହୀନ ହୋଇପାରନ୍ତି। ବନ୍ଧୁ ସୁଖ ମିଳିବ। ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ। ସମାଜସେବାରେ ନିଜକୁ ନିୟୋଜିତ କରିପାରନ୍ତି। ଶାନ୍ତି ଓ ଧୈର୍ଯ୍ୟଶୀଳ ହେବେ। ପତ୍ନୀଙ୍କ ପରାମର୍ଶ ଶୁଭଦାୟକ ହେବ। ଈଶ୍ବର ବିଶ୍ବାସୀ ହେବେ।
ଧନୁ: ଅନାବଶ୍ୟକ ଖର୍ଚ୍ଚ କରିପାରନ୍ତି। ଭ୍ରାତୃଭାବ ଅକ୍ଷୁଣ୍ଣ ରହିବ। ସୁସ୍ଥ ଓ ନିରାମୟ ରହିବେ। ଶାରୀରିକ ଶକ୍ତି ବୃଦ୍ଧି ହେବ। ଶତ୍ରୁହନ୍ତା ହୋଇପାରନ୍ତି। ଚାକିରି କ୍ଷେତ୍ରରେ ଢେର ସୁନାମର ଅଧିକାରୀ ହେବେ।
ମକର: କର୍ମଚଞ୍ଚଳ ରହିବେ। କନ୍ୟା ସନ୍ତାନ ପାଇଁ ଗର୍ବିତ ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ଆସିବ। ଧାର୍ମିକ, ତେଜସ୍ବୀ ଓ ଉତ୍ତମ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ।
କୁମ୍ଭ: କାର୍ଯ୍ୟରେ ସଫଳତା ମିଳିବ। ଉଦାର ପ୍ରକୃତିର ହେବେ। ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଆଦର୍ଶବାଦୀ ହେବେ। ସୁସ୍ଥ ଓ ନିରାମୟ ରହିବେ। କୃଷିର ଉନ୍ନତି ପାଇଁ ଚିନ୍ତା କରିବେ। ଯାନବାହନ ସୁଖ ମିଳିବ।
ମୀନ: କାର୍ଯ୍ୟରେ ସଫଳତା ଲାଭ କରିବେ। ମନ ପ୍ରସନ୍ନ ରହିବ। ଈଶ୍ବର ବିଶ୍ବାସୀ ହେବେ। ମଧୁରଭାଷୀ ହୋଇପାରନ୍ତି। ପ୍ରେମୀ ଓ ସାହସୀ ହେବେ। ଭ୍ରାତୃଭାବ ଅତୁଟ ରହିବ। ଧାର୍ମିକ, ବନ୍ଧୁପ୍ରେମୀ ଓ ବିଦ୍ବାନ୍‌ ହେବା ଆଶା କରାଯାଏ।

Comments are closed.