ଶୁକ୍ରବାର ରାଶିଫଳ ୧୭.୦୯.୨୦୨୧

ମେଷ:: ବିଦ୍ୟାବାନ୍‌ ଓ ବିନୟ ସ୍ବଭାବ ସମ୍ପନ୍ନ ହେବେ। ଜ୍ଞାନୀ ଓ ଶାସ୍ତ୍ରଜ୍ଞ ହୋଇପାରନ୍ତି। ଶ୍ରେଷ୍ଠ ସମ୍ମାନର ଅଧିକାରୀ ହୋଇପାରନ୍ତି। ନୀତିନିଷ୍ଠ ହେବେ। ସାଧୁସଙ୍ଗ ଲାଭ କରିବେ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ।
ବୃଷ:: କ୍ରୋଧିତ ହେବେ। ପ୍ରଜ୍ଞାଧିକ ହେବେ। ପ୍ରଭାବଶାଳୀ ହୋଇପାରନ୍ତି। ସ୍ବାଭିମାନୀ ହେବେ। କାର୍ଯ୍ୟରେ ସଫଳତା ଲାଭ କରିବେ। କ୍ଷମତାଶାଳୀ ହୋଇପାରନ୍ତି। ପ୍ରତିଯୋଗିତାରେ ବିଜୟୀ ହେବେ।
ମିଥୁନ:: ଦାନଶୀଳ ହେବେ। ଗୁଣବାନ୍‌ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଧନାଗମର ସୂଚନା ମିଳୁଛି। ମାନ-ସମ୍ମାନଯୁକ୍ତ ହେବେ। ଆନନ୍ଦ ଉପଭୋଗ କରିବେ; ମାତ୍ର ନିଜ ସ୍ବାସ୍ଥ୍ୟ ପ୍ରତି ସତର୍କ ରହିବାକୁ ପଡ଼ିବ।
କର୍କଟ:: ଜିତେନ୍ଦ୍ରିୟ ହେବେ। ତୀର୍ଥଯାତ୍ରା କରିପାରନ୍ତି। ସୁରେନ୍ଦ୍ର ପୂଜ୍ୟ ହେବେ। ନିଜ ମନକୁ ଅଭିମନ୍ତ୍ରିତ କରିପାରନ୍ତି। ସେବା ଭାବନାଯୁକ୍ତ ହେବେ। ଧୈର୍ଯ୍ୟବାନ୍‌ ହେବେ। ପତ୍ନୀଙ୍କ ଉପଦେଶ କର୍ମାଭିମୁଖୀ ହେବ।
ସିଂହ:: ବନ୍ଧୁ ସହାୟତା ମିଳିବ। ଆଘାତପ୍ରାପ୍ତ ହୋଇ ବି ଶତ୍ରୁକୁ ପରାଜିତ କରିବେ। ଶୁଭ ଖବର ଆନନ୍ଦ ଦାୟକ ହେବ। ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ। ଶୁଭକାର୍ଯ୍ୟ କରିପାରନ୍ତି। ଋଣ ପରିଶୋଧ କରିବେ।
କନ୍ୟା:: ଆଦର୍ଶ ମତବାଦର ହେବେ। ଲେଖା-ଲେଖିରେ ସୁଖ୍ୟାତି ଅର୍ଜନ କରିପାରନ୍ତି। ଶତ୍ରୁ ବିନାଶ କରିବେ। ଅତି ସୁଖୀ ହେବେ। ବନ୍ଧୁତା ଦୃଢ଼ ହେବ। ସୁବକ୍ତା ହୋଇପାରନ୍ତି। ବିଭିନ୍ନ ସ୍ତରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି।
ତୁଳା:: କର୍ମଭୂମିରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ଉତ୍ତମ ବନ୍ଧୁମାନଙ୍କ ଗହଣରେ ରହି ଉଚ୍ଚମାନର କାର୍ଯ୍ୟ କରିବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଉଚ୍ଚ ସମ୍ମାନର ଅଧିକାରୀ ହେବେ। ଶ୍ରମ ସାର୍ଥକ ହେବ।
ବିଛା:: ଶତ୍ରୁପକ୍ଷଙ୍କୁ ଦମନ କରିପାରନ୍ତି। କର୍ମକ୍ଷେତ୍ରରେ ପ୍ରଭୁତ୍ବ ବିସ୍ତାର କରିବେ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି। ସରକାରୀ ସ୍ତରରୁ ଲାଭବାନ୍‌ ହୋଇପାରନ୍ତି।
ଧନୁ:: ମଧୁର କଥା କହି ସମସ୍ତଙ୍କ ମନ ଜିଣିପାରିବେ। ମନୋଜ୍ଞ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁବକ୍ତା ହୋଇପାରନ୍ତି। ପତ୍ନୀ ପ୍ରେରଣାଦାୟୀ ହେବେ। ପଦ-ମର୍ଯ୍ୟାଦାର ମାନ ରକ୍ଷା ପୂର୍ବକ ନୀତିନିଷ୍ଠ ହେବେ।
ମକର:: ବିନୀତ ସ୍ବଭାବ ସମ୍ପନ୍ନ ହୋଇପାରନ୍ତି। କର୍ମକ୍ଷେତ୍ରରେ ପ୍ରାଧାନ୍ୟ ରହିବ। ସ୍ବଜ୍ଞାନ ଗରିମାର ସୁବିନିଯୋଗ କରି ପ୍ରଶଂସିତ ହେବେ। ତ୍ୟାଗଶୀଳ ହେବେ। ସେବା ଓ ପରୋପକାର ପ୍ରତି ଆକର୍ଷିତ ହୋଇପାରନ୍ତି। ରୁଚିକର ଭୋଜନରେ ଆପ୍ୟାୟିତ ହେବେ।
କୁମ୍ଭ:: ଅତିଥି ସତ୍କାର କରିପାରନ୍ତି। ଦେବ ପୂଜା ନିରତ ହେବେ। ଗୁରୁଙ୍କ ଆଶୀର୍ବାଦ ମିଳିବ। ତୀର୍ଥ ଯାତ୍ରାଦି ଶୁଭକର୍ମରେ ଧନ ବ୍ୟୟ କରିବେ। ହର୍ଷଯୁକ୍ତ, ମୁନିବେଶଧାରୀ ହେବେ। କ୍ରୋଧକୁ ଆୟତ୍ତରେ ରଖିପାରିବେ।
ମୀନ:: ରଣ କ୍ଷେତ୍ରରେ ଦକ୍ଷତା ପ୍ରତିପାଦନ କରିପାରନ୍ତି। ଲୋକପ୍ରିୟତା ଅର୍ଜନ କରିବେ। ଶାସ୍ତ୍ର ବିଶାରଦ ହେବେ। ନାନାବିଧ ସମ୍ମାନର ଅଧିକାରୀ ହେବେ। କୀର୍ତ୍ତିମାନ ହୋଇପାରନ୍ତି। ଗୁଣଜ୍ଞ ହେବେ। ପ୍ରସନ୍ନତା ଲାଭକରିବେ।

Comments are closed.