ରାଜ୍ୟର ୩୪ ବୁଥରେ ସାନି ମତଦାନ ଜାରି

ଭୁବନେଶ୍ଵର: ଓଡ଼ିଶାରେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ପାଇଁ ଭୋଟଗ୍ରହଣ ସମୟରେ ଅନିୟମିତା ଏବଂ ତ୍ରୁଟି କାରଣରୁ ୩୪ ବୁଥ୍ରେ ମତଦାନ ବାତିଲ ହୋଇଥିଲା। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିଷ୍ପତ୍ତିକ୍ରମେ ଶେଷ ପର୍ଯ୍ୟାୟରେ ରବିବାର ଏସବୁ ବୁଥ୍ରେ ମତଦାନ ଅନୁଷ୍ଠିତ ହେଉଛି। ସକାଳ ୭ଟାରୁ ବୁଥଗୁଡ଼ିକରେ ଭୋଟରମାନେ ପହଞ୍ଚି ମତଦାନ କରୁଛନ୍ତି। ଭୋଟଗ୍ରହଣ ହେଉଥିବା ବୁଥଗୁଡ଼ିକ ମଧ୍ୟରେ ୩ୟ ପର୍ଯ୍ୟାୟର ୧୨ ଏବଂ ୪ର୍ଥ ପର୍ଯ୍ୟାୟର ୨୨ଟି ବୁଥ ରହିଛି। ସେଗୁଡ଼ିକ ଭିତରେ ବରୀର ସର୍ବାଧିକ ୫ଟି ବୁଥ୍ ରହିଥିବାବେଳେ ବାରିପଦା, ଆଠଗଡ଼ ଓ ମାହାଙ୍ଗାର ୪ଟି ଲେଖାଏ ବୁଥ, ଜଳେଶ୍ଵର, ବ୍ରହ୍ମଗିରି ଓ ବିଞ୍ଝାରପୁରର ୨ଟି ଲେଖାଏ ଏବଂ ବଡ଼ମ୍ବା, ଦେବଗଡ଼, ସତ୍ୟବାଦୀ, ତାଳଚେର, ଘଷିପୁରା, ଭୁବନେଶ୍ଵର ମଧ୍ୟ, ଧର୍ମଶାଳା, ସୁକିନ୍ଦା, ବାଙ୍ଗିରିପୋଷି, ସାଲେପୁର ଓ ପାରାଦୀପର ଗୋଟିଏ ଲେଖାଏ ବୁଥ୍ରେ ମତଦାନ ଜାରି ରହିଛି।