କରୋନା ପ୍ରଭାବ : ଇରାନ୍ରୁ ଫେରିଲେ ଆଉ ୫୩ଜଣ ଭାରତୀୟ

ନୂଆଦିଲ୍ଲୀ : ଇରାନ୍ର ତେହେରାନ ଓ ଶିରାଜ୍ରୁ ଆଉ ୫୩ଜଣ ଭାରତୀୟ ଚତୁର୍ଥ ପର୍ଯ୍ୟାୟରେ ଆସି ଦେଶରେ ପହଞ୍ଚିଛନ୍ତି। ଏକ ଟ୍ୱିଟ୍ ବାର୍ତ୍ତାରେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର କହିଛନ୍ତି ସେମାନଙ୍କ ମଧ୍ୟରେ ୫୨ଜଣ ଛାତ୍ର ଓ ଜଣେ ଶିକ୍ଷକ ରହିଛନ୍ତି। ଏଥିସହିତ ଇରାନ୍ରୁ ଏପର୍ଯ୍ୟନ୍ତ ଆସିଥିବା ଭାରତୀୟମାନଙ୍କ ସଂଖ୍ୟା ୩୮୯ରେ ପହଞ୍ଚିଛି। ଇରାନ୍ର ଭୂତାଣୁ ସଂକ୍ରମିତ ଅଞ୍ଚଳ ଗୁଡ଼ିକରୁ ଭାରତୀୟମାନଙ୍କୁ ଆଣିବାରେ ଇରାନ୍ ସରକାର କରୁଥିବା ସହାୟତା ପାଇଁ ସେ ଇରାନ୍ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ମଧ୍ୟ ସେଠାରେ ଥିବା ଭାରତୀୟ ରାଷ୍ଟ୍ରଦୂତ ଓ ଅନ୍ୟ ଅଧିକାରୀ ମାନଙ୍କର ଉଦ୍ୟମକୁ
ପ୍ରଶଂସା କରିଛନ୍ତି।