ଫ୍ରେଞ୍ଚ୍‍ ଓପନ୍‍ ବ୍ୟାଡ଼୍‍ମିଣ୍ଟନ୍‍ ଜିତିଥିବା ପ୍ରଥମ ଭାରତୀୟ ପୁରୁଷ ଖେଳାଳୀ

0

ଫ୍ରେଞ୍ଚ୍‍ ଓପନ୍‍ ବ୍ୟାଡ଼୍‍ମିଣ୍ଟନ୍‍ ହେଉଛି ଏକ ବିଶ୍ୱସ୍ତରୀୟ ବାର୍ଷିକ ବ୍ୟାଡ଼୍‍ମିଣ୍ଟନ୍‍ ପ୍ରତିଯୋଗିତା। ଏହା ଫ୍ରାନସ୍‍ରେ ପ୍ରାୟ ୧୯୦୯ରୁ ଫେଡ଼୍‍ରେସନ ଫ୍ରାନ୍‍ଚାଇଜ୍‍ ଦେ ବ୍ୟାଡ଼୍‍ମିଣ୍ଟନ୍‍ଙ୍କ ଦ୍ୱାରା ଆୟୋଜିତ ହୋଇଥିଲା। ଚଳିତ ବର୍ଷ ଏହା ୨୩ ଅକ୍ଟୋବର ଠାରୁ ୨୮ ଅକ୍ଟୋବର ମଧ୍ୟରେ ହେବ।

ଭାରତର ଶ୍ରୀକାନ୍ତ କିଦାମ୍ବୀ ନିଜର ଦକ୍ଷତାକୁ ଏହି ଖେଳରେ ବେଶ ପ୍ରଦର୍ଶନ କରିଛନ୍ତି। ୨୦୧୭ ମସିହାରେ ପ୍ୟାରିସ୍‍ରେ ଶ୍ରୀକାନ୍ତ ଜାପାନର କେଣ୍ଟା ନିଶହିମୋଟୋକୁ ଫାଇନାଲ ମ୍ୟାଚରେ ୨୧-୧୨,୨୧-୧୩ରେ ହରାଇ ଥିଲେ।

ଏହିପରି ଭାବେ ନିଜର ଫାଇନାଲରେ ପହଞ୍ଚି ନୂଆ ଭାରତୀୟ ରେକର୍ଡ଼ ସୃଷ୍ଟି କରିଥିଲେ। ବିଶ୍ୱରେ ଚତୁର୍ଥ ନମ୍ବରରେ ଥିବା ଏହି ଭାରତୀୟ ଆରମ୍ଭରୁ ହିଁ ନିଜର ଦକ୍ଷତାର ପରିଚୟ ଦେଇଥିଲେ। କେବଳ ୩୪ ମିନିଟରେ ସେ ଖେଳକୁ ନିଜ ଅଧୀନକୁ କରି ନେଇ ଥିଲେ। ତେଣୁ ସେ ଫ୍ରେଞ୍ଚ୍‍ ଓପନ୍‍ ବ୍ୟାଡ଼୍‍ମିଟନ୍‍ ଜିତିଥିବା ପ୍ରଥମ ଭାରତୀୟ ପୁରୁଷ ଖେଳାଳୀ ଅଟନ୍ତି। ଏହିଭଳି ସେ ନିଜର ଜିତିବାକୁ ମଧ୍ୟ ବଜାୟ ରଖିଥିଲେ।

Leave A Reply