ଫ୍ରେଞ୍ଚ ଓପନ : ସେମିରେ କେଜ୍ରିକୋଭା, ସିସିପାସ୍

ପ୍ୟାରିସ: ବର୍ଷର ଦ୍ବିତୀୟ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ଣ୍ଣାମେଣ୍ଟ ଫ୍ରେଞ୍ଚ ଓପନ ମହିଳା ସିଙ୍ଗଲ୍‌ସର ସେମିଫାଇନାଲ ଲାଇନ୍ ଅପ ହୋଇଛି। ସେମିଫାଇନାଲରେ ତାମରା ଜିଡାନସେକ୍‌ -ଆନାସ୍ତାସିଆ ପାଭଲ୍ୟୁଚେଙ୍କୋଙ୍କୁ ଓ ବାର୍ବରା କ୍ରେଜିକୋଭା-ମାରିଆ ସାକାରୀ ପରସ୍ପରକୁ ଭେଟିବେ।

ବୁଧବାର ଖେଳାଯାଇଥିବା ମହିଳା ବିଭାଗ ସିଙ୍ଗଲ୍‌ସ ତୃତୀୟ କ୍ବାର୍ଟର ଫାଇନାଲ ମ୍ୟାଚରେ ୩୩ତମ ମାନ୍ୟତାପ୍ରାପ୍ତ ଚେକ୍‌ ଗଣରାଜ୍ୟର ଅଣସିଡେଡ୍‌ ଖେଳାଳି ବାର୍ବରା କ୍ରେଜିକୋଭା ୭-୬, ୬-୩ରେ ୨୫ତମ ମାନ୍ୟତାପ୍ରାପ୍ତ ଆମେରିକାର ୧୭ ବର୍ଷୀୟା କୋକୋ ଗୌଫ୍‌ଙ୍କୁ ପରାସ୍ତ କରି ସେମିଫାଇନାଲକୁ ଉନ୍ନୀତ ହୋଇଛନ୍ତି। କେଜ୍ରିକୋଭା ପ୍ରଥମ ଥର ପାଇଁ ଏକ ଗ୍ରାଣ୍ଡସ୍ଲାମର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ପୂର୍ବରୁ ପ୍ରଥମ ଚେକ୍ ଗଣରାଜ୍ୟ ଖେଳାଳି ଭାବେ ୧୯୮୧ ସୁଗାନେ ଲାଙ୍ଗଲିନ୍‌ କପରେ ହାନା ମାଣ୍ଡିକୋଭା ସେମିଫାଇନାଲରେ ପ୍ରବେଶ କରିଥିଲେ। ସେହିପରି ଅନ୍ତିମ କ୍ବାର୍ଟର ଫାଇନାଲ ମ୍ୟାଚରେ ବର୍ତ୍ତମାନର ବିଜେତା ଇଗା ସ୍ବିଟେକ୍‌ଙ୍କୁ ୪-୬ ଓ ୪-୬ରେ ଗ୍ରୀସ୍‌ର ମାରିଆ ସାକାରୀ ପରାସ୍ତ କରି ସେମିଫାଇନାଲକୁ ଉନ୍ନୀତ ହୋଇଛନ୍ତି। ବିଶ୍ବର ୯ ନମ୍ବର ମାନ୍ୟତାପ୍ରାପ୍ତ ସ୍ବାଟେକ୍‌ଙ୍କୁ ୧୮ତମ ମାନ୍ୟତାପ୍ରାପ୍ତ ସାକାରୀ ଅତି ସହଜରେ ପରାସ୍ତ କରିବାରେ ସକ୍ଷମ ହୋଇଥିଲେ। ପୁରୁଷ ସିଙ୍ଗଲ୍‌ସ ସେମିଫାଇନାଲରେ ଷ୍ଟିଫାନୋସ୍‌ ସିସିପାସ୍‌ ଓ ଜର୍ମାନୀର ଆଲେକଜାଣ୍ଡାର ଜେଭରେଭ୍‌ ପ୍ରବେଶ କରିଛନ୍ତି। କ୍ବାର୍ଟର ଫାଇନାଲରେ ଗ୍ରିସ୍‌ର ୫ ନମ୍ବର ମାନ୍ୟତାପ୍ରାପ୍ତ ଷ୍ଟିଫାନୋସ୍‌ ସିସିପାସ୍‌ ୬-୩, ୭-୬ ଓ ୭-୫ରେ ଡି ମେଡଭାଡେଭ୍‌ଙ୍କୁ ଓ ଜେଭରେଭ୍‌ ୬-୪, ୬-୧ ଓ ୬-୧ରେ ଏ ଡେଭିଡୋଭିଚ୍‌ ଫୋକିନାଙ୍କୁ ପରାସ୍ତ କରି ସେମିଫାଇନାଲକୁ ଉନ୍ନୀତ ହୋଇଛନ୍ତି।

Comments are closed.