ମିକ୍ସଡ୍‌ ଡବଲ୍ସରେ ସାଲିସ ବୁରେ ଓ କ୍ରାଜିକ୍‌ ଚମ୍ପିଆନ

ଫ୍ରେଞ୍ଚ ଓପନ: ନାଡାଲ- ଜୋକୋଭିକ୍‌ ସେମିଫାଇନାଲ

ପ୍ୟାରିସ : ବର୍ଷର ଦ୍ବିତୀୟ ଗ୍ରାଣ୍ଡସ୍ଲାମ ଟେନିସ ଫ୍ରେଞ୍ଚ ଓପନର ପୁରୁଷ ସିଙ୍ଗଲ୍‌ସ ସେମିଫାଇନାଲ ଲାଇନ୍‌ଅପ ହୋଇଛି। ପୁରୁଷ ସିଙ୍ଗଲ୍‌ସ ସେମିଫାଇନାଲରେ କ୍ଲେ କୋର୍ଟର ରାଜା ଭାବେ ପରିଚିତ ସ୍ପେନର ରାଫେଲ ନାଡାଲ, ସର୍ବିଆର ଇଭାକ୍‌ ଜୋକୋଭିକ୍‌, ଗ୍ରୀସର ଷ୍ଟିଫାନୋସ୍ ସିସିପାସ୍ ଓ ଜର୍ମାନୀର ଆଲେକ୍‌ଜାଣ୍ଡାର ଜେଭରେଭ୍‌ ପ୍ରବେଶ କରିଛନ୍ତି। ସେମିଫାଇନାଲରେ ଜୋକୋଭିକ୍‌ -ରାଫେଲ ନାଡାଲଙ୍କୁ, ଷ୍ଟିଫାନୋସ୍‌ ସିସିପାସ୍‌- ଜେଭରେଭ୍‌ଙ୍କୁ ଭେଟିବେ।

 

କ୍ବାର୍ଟର ଫାଇନାଲରେ ୧୩ଥର ଗ୍ରାଣ୍ଡସ୍ଲାମ ଚମ୍ପିଆନ ନାଡାଲ ୬-୩, ୪-୬, ୬-୦ ସେଟ୍‌ରେ ଆର୍ଜେଣ୍ଟିନାର ଡିଏଗୋ ସ୍ବାଜ୍‌ମ୍ୟାନଙ୍କୁ ପରାସ୍ତ କରିଥିଲେ। ସେହିପରି ଇଭାକ ଜୋକୋଭିକ୍ ୬-୩, ୬-୨ ଓ ୬-୭ରେ ଇଟାଲିର ମାଟିଓ ବେରାଟିନ୍‌ଙ୍କୁ ପରାସ୍ତ କରି ସେମିଫାଇନାଲକୁ ଉନ୍ନୀତ ହୋଇଛନ୍ତି। ସେମିଫାଇନାଲରେ ନାଡାଲ ଓ ଜୋକୋଭିକ୍‌ ମୁହାଁମୁହିଁ ଟୁର୍ଣ୍ଣାମେଣ୍ଟର ଅନ୍ୟତମ ଆକର୍ଷଣ ହେବ। ମିକ୍ସଡ୍‌ ଡବଲ୍ସରେ ବ୍ରିଟେନର ଜୋ ସାଲିସ୍‌ ବୁରେ ଓ ଆମେରିକାର ଡେସିରେ କ୍ରାଜିକ୍‌ ମିକ୍ସଡ୍‌ ଡବଲ୍ସ ଚମ୍ପିଆନ ଆଖ୍ୟା ଅାଖ୍ୟା ଅର୍ଜନ କରିଛନ୍ତି। ଫାଇନାଲରେ ସାଲିସ ବୁରେ ଓ କ୍ରାଜିକ୍‌ ରୁଷିଆର ଏଲିନା ଭେସ୍‌ଲିନା ଓ ଆସ୍‌ଲାନ୍ ପାରାକସେଭ୍‌ଙ୍କୁ ୨-୬, ୬-୪(୧୦-୫)ରେ ପରାସ୍ତ କରିଥିଲେ।

Comments are closed.