ଅଲ୍‌ କାଏଦା ଆତଙ୍କବାଦୀ ଅବଦେଲକୁ ହତ୍ୟା

ପ୍ୟାରିସ : ଫ୍ରାନ୍ସ ସେନା ହାତରେ କୁଖ୍ୟାତ ଅଲ୍‌-କାଏଦା (ଏକ୍ୟୁଆଇଏମ୍‌) କମାଣ୍ଡର ଅବଦେଲ ମାଲିକ ଡ୍ରୋକଡେଲର ମୃତ୍ୟୁ ଘଟିଛି। ଆଲଜେରିଆ ସୀମାନ୍ତ ଉତ୍ତର ମାଲିସ୍ଥିତ ଆଡ୍ଡା ଉପରେ ଆକ୍ରମଣ କରି ତାଙ୍କୁ ହତ୍ୟା କରାଯାଇଛି। ଏହି କାର୍ଯ୍ୟାନୁଷ୍ଠାନରେ ବହୁ ଜିହାଦୀଙ୍କ ମୃତ୍ୟୁ ହୋଇଥିବା ପ୍ରକାଶ। ଅବେଦଲ ଓସାମା ବିନ୍‌ ଲାଦେନ୍‌ର ଅତି ଘନିଷ୍ଠ ଥିଲା। ସାହିଲ ଅଞ୍ଚଳରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଓ ୨୦୧୬ରେ ହୋଇଥିବା ହୋଟେଲ ଆକ୍ରମଣ ପଛରେ ଅବଦେଲର ହାତ ଥିବା ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲେ କହିଛନ୍ତି। ୩୦ ସାଧାରଣ ଜନତାଙ୍କ ମୃତ୍ୟୁ ହୋଇଥିବା ବୁର୍କିନା ଫାସୋ ରେସ୍ତୋରାଁ ଆକ୍ରମଣ ଘଟଣାରେ ମଧ୍ୟ ସେ ସମ୍ପୃକ୍ତ ଥିବା ପାର୍ଲେ କହିଛନ୍ତି।

Comments are closed.