ଆଜି ଭାରତ ଆସୁଛନ୍ତି ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲି

ନୂଆଦିଲ୍ଲୀ : ଭାରତୀୟ ବାୟୁସେନାରେ ରାଫେଲ୍ ଯୁଦ୍ଧବିମାନର ଆନୁଷ୍ଠାନିକ ପ୍ରବେଶ ଉତ୍ସବରେ ଯୋଗଦେବା ନିମନ୍ତେ ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲି ଭାରତ ଗସ୍ତରେ ଆସୁଛନ୍ତି। ସେ ଗୁରୁବାର ଏଠାରେ ପହଞ୍ଚିବେ। ଏହି ଅବସରରେ ସେ ଭାରତ-ପ୍ରଶାନ୍ତ ମହାସାଗରୀୟ ଦ୍ବିପାକ୍ଷିକ ସହଯୋଗ ଓ ମିଳିତ ସମରାଭ୍ୟାସ ଇତ୍ୟାଦି ସମ୍ପର୍କରେ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। ସେ ତାଙ୍କର ଭାରତୀୟ ପ୍ରତିପକ୍ଷ ରାଜନାଥ ସିଂହ ଏବଂ ଜାତୀୟ ନିରାପତ୍ତା ପରାମର୍ଶଦାତା ଅଜିତ ଡୋଭାଲ୍‌ଙ୍କୁ ମଧ୍ୟ ସାକ୍ଷାତ୍ କରିବେ। ବୁଧବାର ‌ନୂଆଦିଲ୍ଲୀସ୍ଥିତ ଫ୍ରାନ୍ସ ଦୂତାବାସ ପକ୍ଷରୁ ଜାରି ଏକ ବିବୃତିରେ ଏହି ସୂଚନା ଦିଆଯାଇଛି।

Comments
Loading...