ଏଣିକି ୬ ବର୍ଷର ଛୁଆ ପିନ୍ଧିବେ ମାସ୍କ

ଫ୍ରାନ୍ସ: କରୋନାରେ କଲବଲ ଫ୍ରାନ୍ସ । ଗତ ୨୪ ଘଣ୍ଟାରେ ଫ୍ରାନ୍ସରେ ୨ଲକ୍ଷରୁ ଅଧିକ ପଜିଟିଭ୍‌ ମାମଲା ଚିହ୍ନଟ ହୋଇଛନ୍ତି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଫ୍ରାନ୍ସ ରା‌ଷ୍ଟ୍ରପତି କଟକଣାକୁ ଆହୁରି ଜୋରଦାର କରିଛନ୍ତି । ଆଗକୁ ସଂକ୍ରମଣ ଆହୁରି ବଢ଼ିପାରେ ବୋଲି କହିଛନ୍ତି ଫ୍ରାନ୍ସ ରା‌ଷ୍ଟ୍ରପତି । ତେଣୁ ଫ୍ରାନ୍ସରେ ୬ ବର୍ଷର ପିଲାଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଆଗାମୀ କିଛି ସପ୍ତାହ ବେଶ୍ କଠିନ ସମୟ ଦେଇ ଗତି କରିବ। କାରଣ ନୂଆ କରୋନା ମାମଲା ଆହୁରି ବଢ଼ିପାରେ।

ଏଥିପାଇଁ ଅଧିକ ସତର୍କ ରହିବାକୁ ପଡିବ ବୋଲି ଫ୍ରାନ୍ସ ରାଷ୍ଟ୍ରପତି ଇମ୍ୟାନୁଏଲ୍ ମକ୍ରୋନ୍ କହିଛନ୍ତି। ତାହା ସହ ଏପରି ପରିସ୍ଥିତିରେ ବି ଫ୍ରାନ୍ସ ସରାକର ସ୍କୁଲ ବନ୍ଦ ନକରିବାକୁ ଚେଷ୍ଟା କରୁଛନ୍ତି । ସ୍କୁଲକୁ ପିଲାମାନେ ମାସ୍କ ପିନ୍ଧି ଆସିବା ବାଧ୍ୟତାମୂଳକ ହୋଇଛି । ନିକଟରେ ଫ୍ରାନ୍ସ ସରକାର ଘରୁ ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଥିଲେ ।

Comments are closed.