ଫ୍ରିଜ୍‌‌ରେ ଖାଦ୍ୟ କେତେ ସୁରକ୍ଷିତ ?

ଆମେରିକା, ଇୟୁରୋପ ଆଦି ରାଷ୍ଟ୍ରରେ ଥଣ୍ଡା ପାଗ କାରଣରୁ ଲୋକେ ଡିପ୍‌ ଫ୍ରିଜରେ ୨-୩ ସପ୍ତାହ ଧରି ଖାଦ୍ୟପାନୀୟ ମହଜୁଦ୍ ରଖିଥାନ୍ତି। ଆମ ଦେଶର ପରିବେଶ କିନ୍ତୁ ଭିନ୍ନ। ଏଣୁ ଫ୍ରିଜ୍‌‌ରେ ଅଧିକ ଦିନ ରନ୍ଧା ଖାଦ୍ୟ ହେଉ କିମ୍ବା ପନିପରିବା ସାଇତି ରଖିଲେ, ତାହାର କୁପ୍ରଭାବ ପଡ଼ିଥାଏ।

-ସବୁବେଳେ ମ​‌ନେରଖିବେ, ଫୁଡ୍‌ ଷ୍ଟୋର୍‌ରେ ମିଳୁଥିବା ଫ୍ରୋଜନ୍‌ ଫୁଡ୍‌କୁ ଡିପ୍ ଫ୍ରିଜର୍‌ରେ ହିଁ ରଖିବେ। କେତେଦିନ ପର୍ଯ୍ୟନ୍ତ ଏସବୁ ଖାଇହେବ, ତାହା ମଧ୍ୟ ପ୍ୟାକେଟ୍ ପଛରେ ଉଲ୍ଲେଖ ଥାଏ।

-ଭାତ, ଫ୍ରାଏଡ୍ ରାଇସ୍, ପଲଉ, ବିରିୟାନୀ ଆଦି ପ୍ରକାରର ବ୍ୟଞ୍ଜନକୁ ୪୮ ଘଣ୍ଟାରୁ ଅଧିକ ସମୟ ଫ୍ରିଜ୍‌ରେ ରଖିବା ଅନୁଚିତ। ଏପରି କରୁଥିଲେ ଖାଦ୍ୟରେ ବ୍ୟାକ୍ଟେରିଆ ହୋଇ ପେଟ ସଂକ୍ରମଣର ଭୟ ରହିଛି।

-ରନ୍ଧା ଖାଦ୍ୟ ଓ କଞ୍ଚା ପରିବା, ଫ୍ରିଜ୍‌ରେ ଅଲଗାଅଲଗା କରି ରଖନ୍ତୁ। ସେହିପରି କେତେଜଣ କଟା ଫଳ, ଫଳ ରସ ଇତ୍ୟାଦି ତିଆରି କରି ଫ୍ରିଜ୍‌‌ରେ ରଖିଦିଅନ୍ତି। ଏସବୁ ସତେଜ ଖାଇବା ସ୍ବାସ୍ଥ୍ୟ ପାଇଁ ଭଲ।

-ପାଚିଲା ଅମୃତଭଣ୍ଡା ସ୍ବାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପକାଇଥାଏ। ଖାଦ୍ୟ ବିଶେଷଜ୍ଞଙ୍କ ମତରେ ଏହି ଫଳକୁ ୬ ଘଣ୍ଟାରୁ ଅଧିକ ସମୟ ଫ୍ରିଜ୍‌ରେ ରଖିବା ଅନୁଚିତ।

-ଏହା ମଧ୍ୟ ଜାଣିରଖନ୍ତୁ, ଆଜିକାଲି ଫୁଡ୍‌ ଷ୍ଟୋର୍‌ରୁ ମିଳୁଥିବା ଫ୍ରୋଜେନ୍‌‌ ମଟର, ମକା, ଅନ୍ୟାନ୍ୟ କଟା ପରିବା ଇତ୍ୟାଦିକୁ ଆପଣ ଏକ ନିର୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଖାଇପାରିବେ।

– ଫ୍ରୋଜେନ୍ ପରଟା, ରୁଟି ଇତ୍ୟାଦି ଖାଇବା ଠାରୁ ଦୂରେଇ ରୁହନ୍ତୁ। କଦବା କ୍ବଚିତ୍ ଏସବୁ ଖାଇପାରନ୍ତି, କିନ୍ତୁ ନିୟମିତ ଭାବେ ଏସବୁ ଖାଇଲେ ବିଭିନ୍ନ ରୋଗ ହେବାର ଭୟ ଥାଏ।

Comments are closed.