ଆସାମରେ ୧୮ରୁ ୪୫ ବର୍ଷ ବୟସ୍କଙ୍କୁ ମାଗଣା ଟିକା

ଗୁଆହାଟି: କୋଭିଡ ନିୟନ୍ତଣ ଦିଗରେ ଆସାମ ସରକାର ନେଇଛନ୍ତି ବଡ ନିଷ୍ପତ୍ତି। ରାଜ୍ୟରେ ୧୮ ବର୍ଷରୁ ୪୫ ବର୍ଷ ବୟସ୍କଙ୍କୁ ମିଳିବ ମାଗଣା ଟିକା। ସେଥିପାଇଁ ରାଜ୍ୟ ସରକାର ଟିକା ନିର୍ମାତା ଭାରତ ବାୟୋଟେକକୁ ୧ କୋଟି ଡୋଜ ଟିକା ଯୋଗାଇବାକୁ ଅର୍ଡର ଦେଇଛନ୍ତି। ଭାରତ ବାୟୋଟେକ କୋଭିଡ ପ୍ରତିଷେଧକ ଟିକା କୋଭାକ୍ସିନ ପ୍ରସ୍ତୁତ କରୁଛି। ସୂଚନାଯୋଗ୍ୟ ଯେ ଦୁଇଦିନ ତଳେ କେନ୍ଦ୍ର ସରକାର ଟିକାକରଣ ବୟସ ସୀମା ୧୮ ବର୍ଷକୁ ହ୍ରାସ କରିଥିଲେ। ତାହା ପୂର୍ବରୁ ୪୫ ବର୍ଷ ଓ ତଦୁଦ୍ଧ୍ୱର୍ ବୟସ୍କଙ୍କୁ ଟିକା ଦେବାକୁ ନିଷ୍ପତ୍ତି ନିଆଯାଇଥିଲା।

Comments are closed.