ପଞ୍ଚଭୁତରେ ବିଳିନ ହେଲେ ବର୍ଷିୟାନ୍ ସ୍ୱାଧିନତା ସଂଗ୍ରାମୀ ଦେବାନନ୍ଦ ଗୁପ୍ତା ; ପୁଳିସ ବାହିନୀ ପକ୍ଷରୁ ଗାର୍ଡ ଅଫ୍ ଅନର୍ ପ୍ରଦାନ

ରେଙ୍ଗାଲି: ସମ୍ବଲପୁର ଜିଲାର ଶେଷ ସ୍ୱାଧିନତା ସଂଗ୍ରାମୀ ଦେବାନନ୍ଦ ଗୁପ୍ତାଙ୍କ ମର ଶରୀର ଆଜି ପଞ୍ଚଭୂତରେ ବିଳୀନ ହୋଇଯାଇଛି। ଏହି ବର୍ଷିୟାନ୍ ମୁକ୍ତି ସଂଗ୍ରାମୀଙ୍କୁ ଶାସନ ଥାନା ଏବଂ ପରମାଣପୁର ଫାଣ୍ଡିରେ କାର୍ଯ୍ୟରତ ପୁଳିସ ବାହିନୀ ପକ୍ଷରୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଥିଲା। ଦିବଙ୍ଗତ ଦେବାନନ୍ଦ ଗୁପ୍ତାଙ୍କ ଅନ୍ତିମ ଯାତ୍ରାରେ ରେଙ୍ଗାଲି ବିଧାୟକ ନାଉରି ନାଏକ, ଜିଲା ପରିଷଦ ଅଧ୍ୟକ୍ଷ ରାଧେଶ୍ୟାମ ବାରିକ୍ , ବିଜେଡି ଜିଲା ସଭାପତି ସିଦ୍ଧାର୍ଥ ଦାସ, ମୋତିଲାଲ ତନ୍ତି, ନୁଆତିହୁରା ପଞ୍ଚାୟତ ସରପଞ୍ଚ ବିଦ୍ୟାଧର ବାଗ, ବିଜେଡି ନେତା ଏମ୍.ବି.ସତ୍ୟମ୍, ପରମାଣପୁର ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ନରେନ୍ଦ୍ର ମିଶ୍ର, ସମେତ ଅଞ୍ଚଳ ବହୁ ସଂଖ୍ୟକ ଗଣ୍ୟମାନ୍ୟ ବ୍ୟକ୍ତି, ସ୍ୱେଚ୍ଛାସେବୀ ସ୍ଥାନୀୟ ଜନ ସାଧାରଣ ସାମିଲ ହୋଇ କୋକେଇରେ କାନ୍ଧ ଦେଇ ପାର୍ଥିବ ଶରୀରକୁ ଶ୍ମଶାନକୁ ନେଇଥିଲେ। ଅନ୍ତିମ ଯାତ୍ରା ସମୟରେ ଦେବାନନ୍ଦ ଗୁପ୍ତା ଅମର ରହେ ଧ୍ୱନିରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଶାସନ ଥାନା ଅଧିକାରୀ ଜୟରଶ୍ମି ସେଠୀ, ପରମାଣପୁର ଫାଣ୍ଡି ଅଧିକାରୀ ସୁରେନ୍ଦ୍ର ନାୟକ ଙ୍କ ନେତ୍ୃତ୍ୱ ରେ ପୁଳିସ ବାହୀନି ଅନନ୍ତିମ ଯାତ୍ରା ରେ ସାମିଲ ହୋଇଥିଲେ। ଦିବଙ୍ଗତ ଦେବାନନ୍ଦ ଗୁପ୍ତାଙ୍କ ଜ୍ୱାଇଁ ପ୍ରଫୁଲ୍ଲ ମାହାଣା ମୁଖାଗ୍ନୀ ଦେଇଥିଲେ।

Comments are closed.