ବର୍ଷିୟାନ୍ ସ୍ଵାଧୀନତା ସଂଗ୍ରାମୀ ଚନ୍ଦ୍ରଶେଖର ନାୟକଙ୍କ ପରଲୋକ

ସୁଆଣ୍ଡୋ/ ପୁରୀ  : ପୁରୀ ଜିଲାର ବର୍ଷିୟାନ ସ୍ଵାଧୀନତା ସଂଗ୍ରାମୀ ଚନ୍ଦ୍ରଶେଖର ନାୟକ ( ୯୯ ) ବର୍ଷରେ ବୁଧବାର ସକାଳେ ପୁରୀ ମାର୍କଣ୍ଡେଶ୍ଵର ସାହି ସ୍ଥିତ ତାଙ୍କ ବାସଭବନରେ ପରଲୋକ ହୋଇଯାଇଛି । ୧୯୨୧ ମସିହାରେ ବ୍ରହ୍ମଗିରିର ବ୍ରାହ୍ମଣପଡା ଗ୍ରାମରେ ଯଦୁମଣି ନାୟକଙ୍କ ଔରସରୁ ସେ ଜନ୍ମଗ୍ରହଣ କରିଥିଲେ । ୧୯୮୦ ମସିହାରେ ଲୋକସମ୍ପର୍କ ବିଭାଗରୁ ଅବସର ଗ୍ରହଣ କରିଥିଲେ । ବାର୍ଦ୍ଧକ୍ୟ ଜନିତ ରୋଗରେ ଆକ୍ରାନ୍ତ ହୋଇ ମଧ୍ୟ ସେ ନିଜର ସମସ୍ତ କାମ କରି ଚଳଚଞ୍ଚଳ ଥିଲେ । ସ୍ଵାଧୀନତା ସଂଗ୍ରାମରେ ଝାସ ଦେଇ ୧୯୪୨ ମସିହାରେ ବାନର ସେନାରେ ସାମିଲ ହୋଇଥିଲେ । ସ୍ଵାଧୀନତା ପରେ ଗାନ୍ଧିଜୀ ଓ ଗୋପବନ୍ଧୁଙ୍କ ମତବାଦର ଦୃଢ ସମର୍ଥକ ଥିଲେ । ସେ ନିଜକୁ ସମାଜର ବିଭିନ୍ନ ରଚନାତ୍ମକ କାର୍ଯ୍ୟକ୍ରମରେ ସାମିଲ କରି ରହିଥିଲେ । ଜଣେ ନିର୍ବିବାଦୀୟ ସରଳ ନୀତିବାନ ବ୍ୟକ୍ତି ହୋଇଥିବାରୁ ସମସ୍ତଙ୍କ ନିକଟରେ ଆଦରଣୀୟ ହୋଇ ପାରିଥିଲେ । ଜିଲା ପ୍ରଶାସନ ପକ୍ଷରୁ ତାଙ୍କର ଶବ ସତ୍କାର କରିବାର ସମସ୍ତ ବନ୍ଦୋବସ୍ତ କରାଯାଇଛି । ଅନେକ ନେତୃସ୍ଥାନୀୟ ବ୍ୟକ୍ତିଙ୍କ ସହିତ ସହରର ବହୁ ଗୁଣଗ୍ରାହୀ ତାଙ୍କର ଶେଷ ଦର୍ଶନ କରୁଛନ୍ତି । ଆତ୍ମୀୟସ୍ବଜନ ମାନେ ଉପସ୍ଥିତ ରହିଥିଲେ।

Comments are closed.