ବିହାରରେ ମାଗଣା ଟିକା

ପାଟନା: ବିହାର ସରକାର ରାଜ୍ୟରେ ୧୮ ବର୍ଷରୁ ଅଧିକ ବୟସର ସମସ୍ତଙ୍କୁ ମାଗଣାରେ କୋଭିଡ ଟିକା ଦେବେ। ଏ ନେଇ ଟ୍ୱିଟ୍‍ କରି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ରାଜ୍ୟରେ କରୋନାର ଦ୍ରୁତ ସଂକ୍ରମଣ ସ୍ଥିତିକୁ ଲକ୍ଷ୍ୟକରି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଦେଶର ପଞ୍ଚମ ରାଜ୍ୟ ଭାବରେ ବିହାର ସରକାର ତାଙ୍କ ରାଜ୍ୟବାସୀଙ୍କୁ ମାଗଣାରେ ଟିକା ଦେବେ। ପୂର୍ବରୁ ଉତ୍ତରପ୍ରଦେଶ, ଛତିଶଗଡ, ମଧ୍ୟପ୍ରଦେଶ ସରକାର ଏଭଳି ଘୋଷଣା କରିସାରିଛନ୍ତି। ଆସାମ ସରକାର ପ୍ରଥମେ ୧୮ରୁ ୪୫ ବର୍ଷ ବୟସର ସମସ୍ତଙ୍କୁ ମାଗଣାରେ ଟିକା ଦେବାକୁ ଘୋଷଣା କରିବା ସହିତ ୧କୋଟି ଡୋଜ ଟିକା ପାଇଁ ଅର୍ଡର ଦେଇସାରିଛନ୍ତି।

Comments are closed.