ପଶ୍ଚିମବଙ୍ଗରେ ବର୍ଷକ ପର୍ଯ୍ୟନ୍ତ ଗରିବଙ୍କୁ ମିଳିବ ମାଗଣା ରାସନ

୨୦୨୧ ଜୁନ୍ ପର୍ଯ୍ୟନ୍ତ ଅବ୍ୟାହତ ରହିବ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା

ଗରିବ ଲୋକମାନଙ୍କୁ ନଭେମ୍ବର ପର୍ଯ୍ୟନ୍ତ ମାଗଣା ରାସନ ବାଣ୍ଟିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ମାତ୍ର ଆଉ ପାଦେ ଆଗେଇ ଯାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ୫ ମାସ ପରିବର୍ତ୍ତେ ୧୨ ମାସ ଅର୍ଥାତ୍ ଜୁନ୍ ୨୦୨୧ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯିବ ବୋଲି ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶବାସୀଙ୍କୁ କରିଥିବା ଘୋଷଣା ପରେ ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଘୋଷଣା କରିଛନ୍ତି । ଅନ୍ୟ ପକ୍ଷରେ ଆସନ୍ତା ବର୍ଷ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ଆଖିରେ ରଖି ମମତା ଏପରି ପଦକ୍ଷେପ ଗ୍ରହଣ କରିଥାଇ ପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚା ଚାଲିଛି ।

ଅନ୍ୟପକ୍ଷ​‌ରେ ମମତା କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟର ଅନଲକ୍-୨.୦ ମାର୍ଗଦର୍ଶିକା ସମ୍ପର୍କରେ ସୂଚନା ଦେଇଛନ୍ତି ମମତା ବାନାର୍ଜୀ । ବିବାହ, ଶ୍ରାଦ୍ଧ ଓ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟରେ କେନ୍ଦ୍ରର କଟକଣା ରାଜ୍ୟରେ କାର୍ଯ୍ୟକାରୀ ହେବ । ସକାଳେ ଲୋକମାନଙ୍କୁ ପ୍ରାତଃ ଭ୍ରମଣ ନିମନ୍ତେ ଅନୁମତି ମିଳିବ ବୋଲି ଶ୍ରୀମତୀ ବାନାର୍ଜୀ କହିଛନ୍ତି । ସୂଚନାଯୋଗ୍ୟ ଯେ ପଶ୍ଚିବବଙ୍ଗରେ ବର୍ତମାନ ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ୧୮ ହଜାରରେ ପହଞ୍ଚିଛି । ରାଜ୍ୟରେ ୬୫୩ ଜଣ ମୃତ୍ୟୁବରଣ କରିଛନ୍ତି  ।

Comments are closed.