ଅନ୍ତର୍ଜାତୀୟ ମହିଳା ଦିବସରେ ମହିଳାଙ୍କୁ ଉପହାର: ମୋ ବସ୍‌ରେ ମାଗଣାରେ ଯାତ୍ରା କରିବେ

ଭୁବନେଶ୍ବର: ମାର୍ଚ୍ଚ ୮ ତାରିଖ ଅନ୍ତର୍ଜାତୀୟ ମହିଳା ଦିବସରେ ରାଜ୍ୟ ସରକାର ମହିଳାମାନଙ୍କୁ ବିଶେଷ ସୁବିଧା ଯୋଗାଇଦେବେ। ଆସନ୍ତାକାଲି ମହିଳାମାନେ ମୋ ବସ୍ରେ ମାଗଣାରେ ଯାତ୍ରା କରିପାରିବେ। ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯିବା ପାଇଁ ସେମାନଙ୍କୁ କୌଣସି ଭଡ଼ା ଦେବାକୁ ପଡ଼ିବ ନାହିଁ। ଏନେଇ ମୋ ବସ୍ ପରିଚାଳନା କରୁଥିବା କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟର ଜେନେରାଲ ମ୍ୟାନେଜର ଦିପ୍ତୀ ମହାପାତ୍ର ସୂଚନା ଦେଇଛନ୍ତି। ଏହା ସହ ସେ କହିଛନ୍ତି, ମହିଳାଙ୍କୁ ଆମେ ସବୁବେଳେ ପ୍ରାଧାନ୍ୟ ଦେଇଛୁ। ମୋ ବସ୍‌ରେ ପ୍ରାୟ ୩୦ପ୍ରତିଶତରୁ ଅଧିକ ମହିଳା ଗାଇଡ଼ ରହିଛନ୍ତି ବୋଲି ଦିପ୍ତୀ ମହାପାତ୍ର କହିଛନ୍ତି।

Comments are closed.